ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 30, 2021, 9:02 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.December Covid Guideline: ଜମିବନି ଜିରୋ ନାଇଟ, ପିକନିକ ଉପରେ କଟକଣା

ଡିସେମ୍ବର ମାସ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ ।

2.Newspaper Hawkers ପାଇଁ ବଡ ଘେଷଣା: ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା

ହକର୍‌ଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାଜନିତ ମୃତ୍ୟୁରେ ୨ ଲକ୍ଷ ସହାୟତା ସହିତ ଅନ୍ୟାନ୍ୟ ସହାୟତା ମିଳିବା ନେଇ ବ୍ୟବସ୍ଥା ।

3.Omicron: ସତର୍କ କଲେ DMET, ଏୟାର ପୋର୍ଟାଲ ଦେବ ବିଦେଶ ଯାତ୍ରୀଙ୍କ ତଥ୍ୟ

ଓମିକ୍ରନ ଆଶଙ୍କା ନେଇ ସୀମାନ୍ତ ଅଞ୍ଚଳ, ଏୟାରପୋର୍ଟ, ବନ୍ଦର ଆଦି ଅଞ୍ଚଳରେ ରହିବ ନଜର । ବିମାନରେ ଆସୁଥିବା ଯାତ୍ରୀଙ୍କ ତଥ୍ୟକୁ ନେଇ ଏୟାର ପୋର୍ଟାଲକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ କହିଛନ୍ତି DMET ରମା ରମଣ ମହାନ୍ତି ।

4.ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଏସ୍‌ଏଫ୍ ସଫଳ ହୋଇପାରିଛି: BSF IG

ବୁଧବାର ବିଏସଏଫର 56ତମ ପ୍ରତିଷ୍ଠା ଦିବସରେ ପାଳନ କରାଯିବ । ଏହି ଅବସରରେ ଓଡିଶା ଆସିଥିବା ବିଏସଏଫ ଆଇଜି କହିଛନ୍ତି ଯେ ନକ୍ସଲ ଦମନ କ୍ଷେତ୍ରରେ ବିଏସଏଫ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମାଓ ଇଲାକାରେ ବିଏସଏଫ ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛି ।

5.Odisha Assembly Standing Committee Meeting: ଧାନ ବିକ୍ରିକୁ ନେଇ ହେଲା ଆଲୋଚନା

ଧାନ ସଂଗ୍ରହ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଆୟୋଜିତ ହୋଇଛି । ଚାଷୀ କିପରି ସୁବିଧାରେ ଉଚିତ ଦରରେ ଧାନ ବିକ୍ରି କରିପାରିବ, ସେନେଇ ଆଲୋଚନା ହୋଇଛି ।

6.ଦେବେଗୌଡାଙ୍କ ସହ ଆଲୋଚନା କଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚ.ଡି ଦେବେଗୌଡାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ।

7.Omicron Variant: ଡିସେମ୍ବର ୩୧ ଯାଏଁ କଟକଣା ବୃଦ୍ଧି କଲା MHA

ନୂଆ କୋଭିଡ-19 ଭାରିଏଣ୍ଟ B.1.1529 ବା (Omicron)କୁ ନେଇ ବଢିଲା ସତର୍କତା । ସାରା ଦେଶର ପୂର୍ବ କୋଭିଡ କଟକଣାକୁ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିଲା କେନ୍ଦ୍ର ।

8.ଗତ ୫ବର୍ଷରେ ୬ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ଛାଡିଛନ୍ତି ସିଟିଜେନ୍‌ସିପ୍

ଗତ ୫ବର୍ଷ ମଧ୍ୟରେ ୬ଲକ୍ଷ ଭାରତୀୟ ଛାଡିଛନ୍ତି citizenship । ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ 1,33,83,718 ନାଗରିକ ବର୍ତ୍ତମାନ ସୁଦ୍ଧା ଦେଶ ବାହାରେ । ସଂସଦ ପ୍ରଶ୍ନକାଳରେ ତଥ୍ୟ ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

9.LPG Price Hike Protest: ଗ୍ୟାସ୍ ଦରବୃଦ୍ଧି ବିରୋଧରେ କାଲି ପୁଣି ଗର୍ଜିବ ବିଜେଡି

ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ।

10.Balangir Court Verdict: ନାବାଳିକା ଦୁଷ୍କର୍ମକାରୀକୁ ୪୦ ବର୍ଷ ଜେଲ୍‌

୨୦୧୬ରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟ । କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.