ETV Bharat / city

ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଏସ୍‌ଏଫ୍ ସଫଳ ହୋଇପାରିଛି: BSF IG

author img

By

Published : Nov 30, 2021, 7:40 PM IST

ବୁଧବାର ବିଏସଏଫର 56ତମ ପ୍ରତିଷ୍ଠା ଦିବସରେ ପାଳନ କରାଯିବ । ଏହି ଅବସରରେ ଓଡିଶା ଆସିଥିବା ବିଏସଏଫ ଆଇଜି କହିଛନ୍ତି ଯେ ନକ୍ସଲ ଦମନ କ୍ଷେତ୍ରରେ ବିଏସଏଫ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମାଓ ଇଲାକାରେ ବିଏସଏଫ ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

BSF IG In Odisha
ମାଓ ଇଲାକାରେ ସରକାରୀ ଅଫିସର ବୁଲିପାରୁଛନ୍ତି, ବିଏସଏଫ ପାଇ ସୁରକ୍ଷିତ ନିର୍ଭୟ ମଣୁଛନ୍ତି

ଭୁବନେଶ୍ବର: ଓଡିଶାରେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଢାକୋଟି । ବୁଧବାର ବିଏସଏଫର 56ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏହି ଅବସରରେ ଓଡିଶା ଆସିଥିବା ବିଏସଏଫ ଆଇଜି କହିଛନ୍ତି ଯେ ନକ୍ସଲ ଦମନ କ୍ଷେତ୍ରରେ ବିଏସଏଫ ଗୁରୁତ୍ବପୂର୍ଣ୍ଣ ଭୂମିକା କରିଛି । ମାଲକାନଗିରିର ଗୁରୁପ୍ରିୟା ସେତୁ ନିର୍ମାଣଠୁ ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ କବଳରୁ ମୁକ୍ତ ହୋଇଛନ୍ତି ଲୋକେ ଏବଂ ବିଏସଏଫ ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛି ବୋଲି କହିଛନ୍ତି ।

ମାଓ ଇଲାକାରେ ସରକାରୀ ଅଫିସର ବୁଲିପାରୁଛନ୍ତି, ବିଏସଏଫ ପାଇ ସୁରକ୍ଷିତ ନିର୍ଭୟ ମଣୁଛନ୍ତି

ମାଓ ଅଞ୍ଚଳ ବିଶେଷ କରି ସ୍ବାଭିମାନ ଅଞ୍ଚଳରେ ସରକାରୀ ଅଫିସର ସହଜରେ ନିର୍ଭୟରେ ବିଚରଣ କରିପାରୁଛନ୍ତି । କାରଣ ସେମାନେ ଭାବୁଛନ୍ତି ବିଏସଏଫ ସେଠାରେ ଅଛି। ଡାକ୍ତର ହେଉ ବା ସରକାରୀ କର୍ମଚାରୀ ନିର୍ଭୟରେ ଡ୍ୟୁଟି କରୁଛନ୍ତି। ବିଏସଏଫ ଯୋଗୁଁ ଗୁରୁପ୍ରିୟା ସେତୁ ଶୀଘ୍ର କାମ ସମ୍ଭବ ହୋଇପାରିଥିଲା କାରଣ ସେଠାରେ କଣ୍ଟ୍ରାକ୍ଟରଠୁ ଆରମ୍ଭ କରି ଶ୍ରମିକକୁ ସୁରକ୍ଷା ଦେଇଛି ବିଏସଏଫ। 151 ଗ୍ରାମର 30 ହଜାର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡା ଯାଇପାରିଛି ।

କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବ୍ରିଜ, ରାସ୍ତା ଓ ଟାୱାର ତିଆରିରେ ରାଜ୍ୟ ସରକାରଙ୍କୁ ସହାୟତା କରିଛି ବିଏସଏଫ । ଯେତେବେଳେ ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। 2010 ମସିହାରେ ଓଡିଶାରେ ମୁତୟନ ହୋଇଥିଲା ବିଏସଏଫ । ସେତେବେଳେ 5 ପ୍ଲାଟୁନ ବିଏସଏଫ ଥିଲେ ଏବେ 8 ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଏହାପରେ ବିଏସଏଫ ଏ ପର୍ଯ୍ୟନ୍ତ 63 ନକ୍ସଲଙ୍କୁ ଏନକାଉଣ୍ଟର କରିଛି । 790 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚଳିତ ବର୍ଷ 9ଜଣଙ୍କୁ ମାରିଥିବାବେଳେ 6 ଜଣଙ୍କୁ ଗିରଫ କରାଯାଇଛି ।

ଆନ୍ଧ୍ରଓଡିଶା ଓ ଆନ୍ଧ୍ର ଛତିଶଗଡ଼ ସୀମା ଉପରେ ଏବେବି କିଛି ମାଓବାଦୀ ଆକ୍ଟିଭ ଅଛନ୍ତି। ବିଏସଏଫର ନଜର ରହିଛି ପ୍ରତିଦିନ ଏସଓଜି ସହ ମିଳିତ ଅପରେସନ ଓଡ଼ିଶାରେ ଜାରି ରହିଥିବା ସେ କହିଛନ୍ତି । ନିକଟରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକର ପୂଜାରୀପୁଟ ଜଙ୍ଗଲରେ ନକ୍ସଲଙ୍କ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରି ନଷ୍ଟ କରିଥିଲା ବିଏସଏଫ। ଓଡିଶା,ଆନ୍ଧ୍ର ସହ ଛତିଶଗଡ ସୀମାନ୍ତରେ ଉଭୟ ରାଜ୍ୟର ପୋଲିସ ସହ ବିଏସଏଫ ଅପରେସନ ଜାରି ରଖିଛି ।

1965 ଡିସେମ୍ବର 1 ତାରିଖରେ ଭାରତର ସୀମା ସୁରକ୍ଷା ପାଇଁ ଗଠନ ହୋଇଥିଲା ବିଏସଏଫ। ପ୍ରଥମେ 25 ପ୍ଲାଟୁନ ବିଏସଏଫ ଫୋର୍ସ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ଏବେ ଦେଶରେ 193 ବାଟାଲିୟନ ଫୋର୍ସ ମୁତୟନ ଅଛନ୍ତି । ସାରା ଦେଶର 6395 କିମି ସୀମାର ସୁରକ୍ଷା ଦାୟିତ୍ବରେ ରହିଛି ବିଏସଏଫ । ମାଓବାଦୀଙ୍କ ଦମନ କ୍ଷେତ୍ରରେ ଓ ନିର୍ବାଚନ ସମୟରେ ମଧ୍ୟ ବିଏସଏଫ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବିଏସଏଫ ଆଇଜି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.