ETV Bharat / health

ଆପଣଙ୍କ ଘରେ ପିମ୍ପୁଡି ନେଇ ଚିନ୍ତିତ କି ? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ - Tips to Avoid Ants in Home

How to Get Rid of Ants: ଘର ଯେତେ ପରିଷ୍କାର ରଖାଯାଉ ନା କାହିଁକି, ଛୋଟ ଛୋଟ କୀଟ, ପିମ୍ପୁଡି ଆସିଯାଇଥାଏ । ବିଶେଷ କରି ରୋଷେଇ ଘରେ ଥିବା ଜିନିଷ ଗୁଡ଼ିକରେ ଲାଗିଥାନ୍ତି । ଫଳରେ ଯେତେ ଚେଷ୍ଟା କଲେ ମଧ୍ୟ ପିମ୍ପୁଡିକୁ ଏଡାଇ ହୋଇନଥାଏ । ତେବେ ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଏହି ଉପାୟ ଆପଣାଇ ପିମ୍ପୁଡି ଠାରୁ ମୁକ୍ତ ପାଇପାରନ୍ତି । ତେବେ ତାହା କ'ଣ ? ଜାଣନ୍ତୁ ଏହି ଆର୍ଟିକିଲରେ,

ଆପଣଙ୍କ ଘରେ ପିମ୍ପୁଡି ନେଇ ଚିନ୍ତିତ କି? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଆପଣଙ୍କ ଘରେ ପିମ୍ପୁଡି ନେଇ ଚିନ୍ତିତ କି? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ (Getty)
author img

By ETV Bharat Odisha Team

Published : Jun 10, 2024, 7:26 PM IST

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ, ଘରେ ପିମ୍ପୁଡ଼ିର ଆତଙ୍କ ଦେଖାଯିବା ଆରମ୍ଭ କରେ, ଯାହା ବର୍ଷା ଆସିବା ପରେ ବଢିଥାଏ । ଘରେ ପିମ୍ପୁଡି ଏକ ବଡ଼ ସମସ୍ୟା ଅଟେ । ଘରେ ଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ପିମ୍ପୁଡି ଲାଗିଯାଏ । ତାହା ରୁଟି ହେଉ କିମ୍ବା ଚିନି, କେବଳ ଏତିକି ନୁହେଁ, ପୋଷାକ ଏବଂ ଶଯ୍ୟାରେ ପିମ୍ପୁଡ଼ିର ଆତଙ୍କ ମଧ୍ୟ ଦେଖାଯାଏ । ଲାଲ୍ ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା କୁଣ୍ଡେଇ ହେବା ଏବଂ ଘା’ ମଧ୍ୟ ହୋଇଯାଏ । ଅନେକ ଲୋକ ପିମ୍ପୁଡି ଆତଙ୍କରେ ଅତିସୟ ହୋଇ ଏହା ମାରିବାକୁ ଅନେକ ଉପାୟ ଆପଣାଇଥାନ୍ତି । କିଛି କେମିକାଲ ସ୍ପ୍ରେ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତ କି? ଏହି କେମିକାଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ପିମ୍ପୁଡ଼ି ସମସ୍ୟା ନେଇ ଚିନ୍ତିତ, ତେବେ ପିମ୍ପୁଡ଼ିର ଆତଙ୍କରୁ ମୁକ୍ତି ପାଇବାକୁ ଏହି ଘରୋଇ ଉପଚାର ଆପଣାନ୍ତୁ । ସେଗୁଡିକ କଣ, ଜାଣନ୍ତୁ.....

ଆପଣଙ୍କ ଘରେ ପିମ୍ପୁଡି ନେଇ ଚିନ୍ତିତ କି? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଆପଣଙ୍କ ଘରେ ପିମ୍ପୁଡି ନେଇ ଚିନ୍ତିତ କି? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ (Getty)
  • ନିମ୍ୱ ତେଲ: ବିଶେଷଜ୍ଞମାନେ କହିଛନ୍ତି ଯେ ଘରୁ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ନିମ୍ୱ ତେଲ ବ୍ୟବହାର କରାଯାଇପାରିବ । ନିମ୍ୱ ମଞ୍ଜିରୁ ବାହାର କରାଯାଇଥିବା ଏହି ତେଲକୁ ଏକ ପ୍ରାକୃତିକ କୀଟ ପ୍ରତିରୋଧକ ବୋଲି ମଧ୍ୟ କୁହାଯାଏ । ଏହା କେବଳ ଘରେ ନୁହେଁ ବରଂ ଉଦ୍ଭିଦ ଉପରେ ସ୍ପ୍ରେ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିପାଇଁ ଏହି ତେଲକୁ ଗୋଟିଏ ଟିପି ତେଲ ସହ ୧୦ ଟିପି ଅନୁପାତରେ ମିଶାନ୍ତୁ ଏବଂ ପିମ୍ପୁଡ଼ି ବୁଲୁଥିବା ସ୍ଥାନରେ ଏହାକୁ ସ୍ପ୍ରେ କରନ୍ତୁ । ଏହାର ଗନ୍ଧରେ ପିମ୍ପୁଡ଼ି ହ୍ରାସ ପାଇବ ।

  • ପୁଦିନା: ବିଶେଷଜ୍ଞମାନେ କହିଛନ୍ତି ଯେ ପୁଦିନା ପାଣି ଛିଞ୍ଚିବା ଦ୍ୱାରା ପିମ୍ପୁଡ଼ି ଦୂରେଇ ରହିବ । ଏହା ମଧ୍ୟ କୁହାଯାଏ ଯେ ଘରେ ପୁଦିନା ଗଛ ଲଗାଇବା ଦ୍ୱାରା ପିମ୍ପୁଡ଼ି, ମଶା ଏବଂ କୀଟଙ୍କ ଘରକୁ ଆସିନଥାଏ ।
  • ଲୁଣ: ବିଶେଷଜ୍ଞମାନେ କହିଛନ୍ତି ଯେ ଲୁଣ ପିମ୍ପୁଡ଼ି ସଂକ୍ରମଣକୁ ମଧ୍ୟ ହ୍ରାସ କରିପାରେ । କୁହାଯାଏ ଯେ ପିମ୍ପୁଡ଼ି ଥିବା ସ୍ଥାନରେ ଲୁଣ ଛିଞ୍ଚିବା ଲାଭଦାୟକ ଅଟେ ।

  • ଡାଲଚିନି: ବିଶେଷଜ୍ଞମାନେ କହିଛନ୍ତି ଯେ ଘରୁ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ଡାଲଚିନି ମଧ୍ୟ ଭଲ କାମ କରେ । ଯଦି ଡାଲଚିନି ଏବଂ ଲବଙ୍ଗ ମିଶ୍ରିତ କରି ରଖିଲେ ପିମ୍ପୁଡ଼ି ଆସିବାର ସମ୍ଭାବନା କମିଯାଏ ।
  • ଲେମ୍ବୁ ରସ: କୁହାଯାଏ ଯେ ଲେମ୍ବୁ ରସ ଛିଞ୍ଚିବା ମଧ୍ୟ ଲାଭଦାୟକ ଅଟେ । ଏହା ଦ୍ୱାରା ପିମ୍ପୁଡି ଆତଙ୍କ କମିଯାଏ ।
  • ରସୁଣ: ବିଶେଷଜ୍ଞମାନେ କହିଛନ୍ତି ଯେ ପିମ୍ପୁଡି ହଟାଇବା ପାଇଁ ରସୁଣ ମଧ୍ୟ ଲାଭଦାୟକ ଅଟେ । ଏହାକୁ ପିମ୍ପୁଡି ହେଉଥିବା ସ୍ଥାନରେ ରଖିଲେ ପିମ୍ପୁଡ଼ି ରସୁଣର ଗନ୍ଧରେ ଦୂରେଇ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଗଛ, ନଚେତ ବଢିବ ସମସ୍ୟା !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.