Balangir Court Verdict: ନାବାଳିକା ଦୁଷ୍କର୍ମକାରୀକୁ ୪୦ ବର୍ଷ ଜେଲ୍‌

author img

By

Published : Nov 30, 2021, 8:35 PM IST

Balangir Court Verdict: ନାବାଳିକା ଦୁଷ୍କର୍ମକାରୀକୁ ୪୦ ବର୍ଷ ଜେଲ୍‌

୨୦୧୬ରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟ । କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ୨୦୧୬ରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟ । କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୪୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖାଲି ସେତିକି ନୁହେଁ ଦୋଷୀକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Balangir Court Verdict: ନାବାଳିକା ଦୁଷ୍କର୍ମକାରୀକୁ ୪୦ ବର୍ଷ ଜେଲ୍‌

ବଲାଙ୍ଗୀରର ଦୁଇ ନାବାଳିକା ଭଉଣୀଙ୍କୁ ତାଙ୍କର ମାଉସୀ ପୁଅ ନିୟମିତ ଭାବେ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ ଏତଲା ପାଇବା ପରେ ଛାନଭିନ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ଗିରଫ କରି ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା ପୋଲିସ । ପରେ ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।

ଶେଷରେ ନଭେମ୍ବର ୨୭ରେ ସ୍ଵତନ୍ତ୍ର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାରେ ରାୟ ଶୁଣାଇଛନ୍ତି । ଯେଉଁଥିରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ମାମଲାରେ କୋଡ଼ିଏ କୋଡ଼ିଏ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି । ସେହିପରି ଦୋଷୀ ଉପରେ ଦୁଇ ମାମଲାରେ ମୋଟ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଏଭଳି ଏକ ଅତି ସମ୍ବେଦନଶୀଳ ମାମଲାର ଶୀଘ୍ର ବିଚାର କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନକୁ ସମସ୍ତେ ସ୍ବାଗତ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.