ETV Bharat / city

December Covid Guideline: ଜମିବନି ଜିରୋ ନାଇଟ, ପିକନିକ ଉପରେ କଟକଣା

author img

By

Published : Nov 30, 2021, 8:04 PM IST

Updated : Nov 30, 2021, 9:56 PM IST

ଡିସେମ୍ବର ମାସ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ । ଅଧିକ ପଢ଼ନ୍ତୁ

December Covid Guideline: ଫେରିଲା ନାଇଟ କର୍ଫ୍ୟୁ, ହେବନି ଜିରୋ ନାଇଟ
December Covid Guideline: ଫେରିଲା ନାଇଟ କର୍ଫ୍ୟୁ, ହେବନି ଜିରୋ ନାଇଟ

ଭୁବନେଶ୍ବର: ଡିସେମ୍ବର ମାସ ପାଇଁ ଜାରି ହେଲା ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ (December Covid Guideline) । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ । ତେବେ ସପ୍ତାହନ୍ତ ସଟ୍‌ଡାଉନ୍‌ କିମ୍ବା ଲକ୍‌ଡାଉନ ହେବନାହିଁ । ନୂଆବର୍ଷରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହାସହ ହେଟେଲ ଓ ରେଷ୍ଟୁରାଣ୍ଟରେ ଭିଡ଼ କରିବାକୁ ବାରଣ କରାଯାଇଛି ।

ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି ସେଲିବ୍ରେସନ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଲେ ସରକାର । ନୂଆବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ କଟକଣା । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା । ୩୧ ଡିସେମ୍ବର ଓ ୧ ଜାନୁୟାରୀ ପାଇଁ କଟକଣା ଲାଗୁ ।

ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଛି । ଏହାକୁ ନେଇ ବେଳହୁଁ ସଜାଗ ହୋଇଛନ୍ତି ସରକାର । ସଂକ୍ରମଣ ଆଶଙ୍କା ଥିବାରୁ ନୂଆବର୍ଷ ପାଳନ, ଜିରୋ ନାଇଟ୍ ସେଲିବ୍ରେସନରେ କଟକଣା ଲଗାଇଛନ୍ତି SRC । ଡିସେମ୍ବର ୧ରୁ ଜାନୁଆରୀ ୧ ଯାଏଁ ଆଜି (ମଙ୍ଗଳବାର) ଗାଇଡ୍‌ଲାଇନ୍ ଜାରି କରିଛନ୍ତି SRC । ନୂଆବର୍ଷ ଆରମ୍ଭକୁ ଲୋକେ ଧୁମଧାମରେ ପାଳନ କରନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ରେଷ୍ଟୁରାଣ୍ଟ, ପାର୍କ ଓ ପବ୍‌ରେ ଲୋକଙ୍କ ଭିଡ଼ ଜମେ । ଡିସେମ୍ବର ୩୧ ମିଡ୍‌ ନାଇଟ ଓ ଜାନୁଆରୀ ୧ରେ ସେଲିବ୍ରେସନ ହୁଏ । ଏଥିରେ ବହୁ ଲୋକ ସମାଗମ ହେଉଥିବାରୁ ସଂକ୍ରମଣର ଆଶଙ୍କା ରହିଛି । ଏହାକୁ ଦ୍ରୁଷ୍ଟିରେ ରଖି ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି SRC । ଏହାସହ ନୂଆବର୍ଷରେ ସର୍ବସାଧାରଣରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି ।



ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ବନ୍ଦ ରହିବ । ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତିକ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Nov 30, 2021, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.