ETV Bharat / bharat

ଦେବେଗୌଡାଙ୍କ ସହ ଆଲୋଚନା କଲେ ମୋଦି

author img

By

Published : Nov 30, 2021, 8:19 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚ.ଡି ଦେବେଗୌଡାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା । ଅଧିକ ପଢନ୍ତୁ

ଦେବେଗୌଡାଙ୍କ ସହ ଆଲୋଚନା କଲେ ମୋଦି
ଦେବେଗୌଡାଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚ.ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦ ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ କିଛି ସମୟ ଧରି ଆଲୋଚନା ହୋଇଛି । ଦୁଇ ନେତାଙ୍କ ସାକ୍ଷାତକାର ସମ୍ପର୍କରେ ମୋଦି ନିଜେ ଟ୍ବିଟରରେ ସୂଚନା ଦେବା ସହ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

ଗତକାଲି (ନଭେମ୍ବର 29) ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଦ୍ବିତୀୟ ଦିନ । ଦ୍ୱିତୀୟ ଦିନରେ ଏହି ସାକ୍ଷାତକାର ଓ ଆଲୋଚନା ହୋଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଦେବେଗୌଡାଙ୍କ ହାତ ଧରି ଚୌକିରେ ବସାଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.