ETV Bharat / ଆଇପିଏଲ

ଆଇପିଏଲ

ଜାରି ରହିଛି ଆଇପିଏଲ ମହାସମର । ଲୋକପ୍ରିୟ ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଜା ଉଠାଉଛନ୍ତି ଦର୍ଶକ । ମାର୍ଚ୍ଚ 22ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ମେ' 26 ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ଲିଗ ମ୍ୟାଚ ଭିତରୁ 30ଟି ଶେଷ ହୋଇଛି । 30ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ସର୍ବାଧିକ ରନ କରି ନିଜ ରେକର୍ଡ ନିଜେ ଭାଙ୍ଗିଛି ହାଇଦ୍ରାବାଦ । ଦଳ 3 ଓ୍ବିକେଟ ହରାଇ 287 କରିଥିଲା । ଯାହା ଆଇପିଏଲରେ ସର୍ବାଧିକ ସ୍କୋର । ଅନ୍ୟପଟେ ବେଙ୍ଗାଲୁରୁ 7 ଓ୍ବିକେଟ ହରାଇ 262 ରନ କରିଥିଲା । ଏହି ମ୍ୟାଚରେ 40 ଓଭରରେ ଦୁଇ ଦଳ ମିଶି 549 ରନ କରିଥିଲେ । ଯାହା ପୁରୁଷ ଟି 20ର ଗୋଟିଏ ମ୍ୟାଚରେ ସର୍ବାଧିକ ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.