ETV Bharat / sports

କୋହଲିଙ୍କ ଫାଇନାଲ ଆଶା ଧୂଳିସାତ, RCBକୁ ହରାଇ ଦ୍ବିତୀୟ କ୍ବାଲିଫାୟର ଖେଳିବ ରାଜସ୍ଥାନ - IPL 2024

author img

By ETV Bharat Odisha Team

Published : May 23, 2024, 7:28 AM IST

IPL 2024 Eliminator: ଆଇପିଏଲ ଏଲିମିନେଟର ମ୍ୟାଚରେ ପରାଜୟ ପରେ ପ୍ଲେ ଅଫରୁ ବିଦା ହେଲା ବେଙ୍ଗାଲୁରୁ । 4 ଓ୍ବିକେଟରେ ବିଜୟୀ ହୋଇ ଦ୍ବିତୀୟ କ୍ବାଲିଫାୟର ଖେଳିବ ରାଜସ୍ଥାନ । ଅଧିକ ପଢନ୍ତୁ

IPL 2024
IPL 2024 (@RCBTweets)

ଅହମ୍ମଦାବାଦ: ଆରସିବିର ଆଇପିଏଲ ଫାଇନାଲରେ ପହଞ୍ଚିବା ଆଶା ଧୂଳିସାତ । ରାଜସ୍ଥାନଠୁ ପରାଜୟ ପରେ ପ୍ଲେ ଅଫରୁ ବିଦା ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଲିମିନେଟର ମୁକାବିଲାରେ 4 ଓ୍ବିକେଟରେ ବିଜୟୀ ହୋଇ ଦ୍ବିତୀୟ କ୍ବାଲିଫାୟର ଖେଳିବ ରାଜସ୍ଥାନ । ଆରସିବିର 17 ବର୍ଷର ସ୍ବପ୍ନରେ ପଡିଲା ଭଟା । ଟ୍ରଫି ହାତେଇବା ପାଇଁ ପୁଣି ଆରବର୍ଷକୁ ବେଙ୍ଗାଲୁରୁର ଅପେକ୍ଷା । ଏଲିମିନେଟର ମ୍ୟାଚରେ ପରାଜୟ ସହ ଚଳିତ ଆଇପିଏଲରେ ଅଭିଯାନ ଶେଷ କଲା ଡୁପ୍ଲେସି ବାହିନୀ ।

ଅଧୁରା ରହିଲା କୋହିଲଙ୍କ ଟ୍ରଫି ହାତେଇବା ସ୍ବପ୍ନ: ଚଳିତ ସିଜିନରେ କୋହିଲଙ୍କ ପ୍ରଦର୍ଶନ ବେଶ ଦମଦାର ରହିଥିଲା । ଲିଗ ପର୍ଯ୍ୟାୟରେ ସେ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି । ପ୍ରତି ମ୍ୟାଚରେ ଲଢୁଆ ବ୍ୟାଟିଂ କରି ଟିମକୁ ପ୍ଲେ ଅଫରେ ପ୍ରବେଶ କରାଇଥିଲେ ମଧ୍ୟ ଫାଇନାଲରେ ପହଞ୍ଚାଇ ପାରିନାହାନ୍ତି । ପୂର୍ବ 16ଟି ସିଜିନ ମଧ୍ୟରୁ ଦଳ କୌଣସି ବି ଗୋଟିଏ ସିଜିନରେ ଟ୍ରଫି ହାତେଇ ପାରିନଥିଲା । ଚଳିତ ବର୍ଷ ସେହି ଆଶାରେ ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଚଳିତ ସିଜିନ ମଧ୍ୟ ପୂର୍ବ ସିଜିନ ପରି ରହିଲା । ପ୍ଲେ ଅଫରୁ ବିଦା ନେଇ ଆରସିବିର ଟ୍ରଫି ହାତେଇବା ଆଶା ଆଶାରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ଭେଙ୍କଟେଶ-ଶ୍ରେୟସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଫାଇନାଲରେ କୋଲକାତା - IPL 2024

ହାଇଦ୍ରାବାଦ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବ ରାଜସ୍ଥାନ: ଚଳିତ ଆଇପିଏଲ ସିଜିନରେ ରାଜସ୍ଥାନ ସମସ୍ତ ଖେଳାଳି ଫର୍ମାରେ ରହିଛନ୍ତି । ଲିଗ ପର୍ଯ୍ୟାୟରେ ଦଳ 14ଟି ମ୍ୟାଚରୁ 8ଟିରେ ବିଜୟୀ ହୋଇ 17 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ଲଗାତାର ଶେଷ 4ଟି ମ୍ୟାଚରେ ପରାଜିତ ହୋଇ ହୋଇ ବିଜୟ ଟ୍ରାକ ଫେରିବା ଲକ୍ଷ୍ୟରେ ରହିଥିଲା ଏଲିମିନେଟର ମୁକାବିଲାରେ ବେଙ୍ଗାଲୁରୁକୁ ହରାଇ ଦ୍ବିତୀୟ କ୍ବାଲିଫାୟରକୁ ଉନ୍ନୀତ ହୋଇଛି ଦଳ । ଆସନ୍ତାକାଲି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ।

ଆରସିବି ପାଳି: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗତକାଲି ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଆରିସିବି । ପ୍ରଥମରୁ ଭଲ ଆରମ୍ଭ କରିଥିଲେ ଦୁଇ ଓପନର କୋହଲି ଓ ଡୁପ୍ଲେସିସି । 20 ଓଭରରେ 8 ଓ୍ବିକେଟ ହରାଇ 172 ରନ କରିଥିଲା ବେଙ୍ଗାଲୁରୁ । କୋହଲି 33, ଡୁପ୍ଲେସିସି 17, କାମରେନ ଗ୍ରିନ 27, ରଜଦ ପଟିଦାର 34, ଲାମରୋର 31 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଅଭେଶ ଖାନ 3 ଓ ଅଶ୍ବିନୀ ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।

ରାଜସ୍ଥାନ ପାଳି: 173 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଦୁଇ ଓପନର ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ । 19 ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । 6 ଓ୍ବିକେଟରେ 174 ରନ କରି ଆରସିବିକୁ ଚେକ ଦେଇ ଦ୍ବିତୀୟ କ୍ବାଲିଫାୟରକୁ ଉନ୍ନୀତ ହୋଇଥିଲା ଆରଆର । ଜୟସ୍ବାଲ 45, କ୍ୟାଡମୋର 20, ରିୟାନ ପରାଗ 36, ସିମରନ 26 ରନ କରିଥିଲେ । ଗୋଟିଏ ଓଭର ବାକି ଥାଇ ବିଜୟୀ ହୋଇଥିଲା ସାମସନ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.