ETV Bharat / sports

ଭେଙ୍କଟେଶ-ଶ୍ରେୟସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଫାଇନାଲରେ କୋଲକାତା - IPL 2024

KKR- SRH Qualifier Match: ଆଇପିଏଲ- ୨୦୨୪ । ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା ନାଇଟ ରାଇଡର୍ସ । ଅନ୍ୟପଟେ ସନରାଇଜର୍ସ ନିକଟରେ ଶେଷ ସୁଯୋଗ । ଅଧିକ ପଢନ୍ତୁ

IPL 2024
IPL 2024 (ETV Bharat Hindi)
author img

By ETV Bharat Odisha Team

Published : May 22, 2024, 8:17 AM IST

ଅହମ୍ମଦାବାଦ: ଆଇପିଏଲ ଫାଇନାଲରେ କୋଲକାତା ନାଇଟ ରାଇଡର୍ସ । IPL 2024ରେ ପ୍ରଥମ ଦଳ ଭାବେ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟର ମୁକାବିଲାରେ KKR ୮ ଓ୍ବିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୧୯.୩ ଓଭରରେ ୧୫୯ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ନାଇଟ ରାଇଡର୍ସ ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୧୩.୪ ଓଭରରେ ୨ ଓ୍ବିକେଟ ହରାଇ ସହଜ ବିଜୟ ହାସଲ କରିଥିଲା ।

ସନରାଇଜର୍ସର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଛି । ହେଲେ କ୍ୱାଲିଫାୟର ମ୍ୟାଚରେ ଦଳର ପ୍ରଦର୍ଶନ ବେଶ ନୈରାଶଜନକ ଥିଲା । ଓପନର ଟ୍ରେଭିସ ହେଡ ଶୂନ (୦)ରେ ଆଉଟ ହୋଇଥିବା ବେଳେ ଅଭିଷେକ ଶର୍ମା ମାତ୍ର ୩ ରନ ସଂଗ୍ରହ କରି ଫାଭିଲିୟନକୁ ଫେରିଥିଲେ । ରାହୁଲ ତ୍ରିପାଠୀ ସର୍ବାଧିକ ୫୫ ରନ କରିଥିବା ବେଳେ ହେନରିକ କ୍ଲାସେନ ୩୨ ଓ ପ୍ୟାଟ କମିନ୍ସ ୩୦ ରନ କରିଥିଲେ । ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇ SRHର ବିପର୍ଯ୍ୟୟର କାରଣ ସାଜିଥିଲେ ।

ଏହାମଧ୍ୟ ପଢନ୍ତୁ.. IPLରୁ ଧୋନିଙ୍କ ଅବସର ! RCB ଠାରୁ ହାରିବା ପରେ ଏମିତି ହେଉଛି ଚର୍ଚ୍ଚା - MS Dhoni

ଅନ୍ୟପଟେ KKR ମାତ୍ର ୧୩.୪ ଓଭରରେ ୨ ଓ୍ବିକେଟ ହରାଇ ଅତି ସହଜ ବିଜୟ ହାସଲ କରିଥିଲା । ଶ୍ରେୟାସ ଆୟର ୨୪ ବଲରୁ ଅପରାଜିତ ୫୮ ( ୫ ଚୌକା, ୪ ଛକା) ଓ ଭେଙ୍କଟେଶ ଆୟର ୨୮ ବଲରୁ ଅପରାଜିତ ୫୧( ୫ଚୌକା, ୪ ଛକା) ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ଅନ୍ୟପଟେ ସନରାଇଜର୍ସ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଏଲିମିଟର ବିଜେତାକୁ ହରାଇ ସନରାଇଜର୍ସ ଫାଇନାଲରେ ପ୍ରବେଶ କରିପାରେ । ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏଲିମିଟର ମୁକାବିଲାରେ ବିଜୟୀ ଟିମକୁ ଦ୍ୱିତୀୟ କ୍ୱାଲିଫାୟରରେ ଭେଟିବ ସନରାଇଜର୍ସ ।

ଲିଗ ପର୍ଯ୍ୟାୟରୁ କୋଲକାତାର ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରହିଛି । ଲିଗରେ ସର୍ବାଧିକ ମ୍ୟାଚ ଜିତି ପ୍ରଥମ କ୍ୱାଲିଫାୟର ହୋଇଥିଲା । ତେବେ ୨ ବର୍ଷ ପରେ କୋଲକାତା ପୁନର୍ବାର ଫାଇନାଲ ଖେଳିବାକୁ ଯାଉଛି । ୨୦୨୧ରେ କୋଲକାତା ଫାଇନାଲରେ ପହଞ୍ଚି ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ୨୭ ରନରେ ପରାଜୟ ହୋଇଥିଲା । ନାଇଟ ରାଇଡର୍ସ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିୟନ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.