ETV Bharat / sports

ତୃତୀୟ ଦଳ ଭାବେ ପ୍ଲେ ଅଫରେ ହାଇଦ୍ରାବାଦ - IPL 2024

author img

By ETV Bharat Odisha Team

Published : May 17, 2024, 7:08 AM IST

IPL 2024: ବର୍ଷା ଧୋଇ ନେଲା ହାଇଦ୍ରାବାଦ ଓ ଗୁଜୁରାଟ ମ୍ୟାଚ । ପଏଣ୍ଟ ଭାଗ ପରେ ତୃତୀୟ ଦଳ ଭାବେ ପ୍ଲେ ଅଫକୁ ପ୍ରବେଶ କଲା ଏସଆରଏଚ । ଅଧିକ ପଢନ୍ତୁ

IPL 2024
IPL 2024 (@srhfansofficial)

ହାଇଦ୍ରାବାଦ: ବାଧକ ସାଜିଲା ବର୍ଷା, ବାତିଲ ହେଲା ଆଇପିଏଲର 66ତମ ମ୍ୟାଚ । ପଏଣ୍ଟ ଭାଗ ପରେ ତୃତୀୟ ଦଳ ଭାବେ ପ୍ଲେ ଅଫକୁ ପ୍ରବେଶ କଲା ସନ ରାଇଜର୍ସ ହାଇଦ୍ରାବାଦ । ତିନି ବର୍ଷ ପରେ ପ୍ଲେ ଅଫକୁ ଦଳ ପ୍ରବେଶ କରିଛି । ଚଳିତ ଆଇପିଏଲରେ 13ଟି ମ୍ୟାଚରୁ 15 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପ୍ୟାଟ କମିନ୍ସ ବାହିନୀ । ବର୍ଷା ଯୋଗୁଁ ଲଗାତାର ଦୁଇଟି ମ୍ୟାଚ ଖେଳିପାରିଲା ନାହିଁ ଗୁଜୁରାଟ ଟାଇଟନ୍ସ । 14ଟି ମ୍ୟାଚରୁ 12 ପଏଣ୍ଟ ପାଇ ଆଇପିଏଲରେ ଅଭିଯାନ ଶେଷ କରିଛି ଗିଲ ବାହିନୀ । ଗତକାଲି ସନ୍ଧ୍ୟା ସମୟରେ ହାଇଦ୍ରାବାଦରେ ଏସଆରଏଚ ଓ ଜିଟି ମଧ୍ୟରେ ମ୍ୟାଚ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଲାଗି ରହିବାରୁ ଟସ ପଡିବା ମଧ୍ୟ ସମ୍ଭବ ହୋଇନଥିଲା ।

ଚତୁର୍ଥ ସ୍ଥାନ ପାଇଁ CSK-RCB ମଧ୍ୟରେ ହେବ ଲଢେଇ: ପ୍ରଥମ ଦଳ ଭାବେ ପ୍ଲେ ଅଫରେ କୋଲକାତା ନାଇଟ ରାଇଡର୍ସ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ଦଳ ଭାବେ ରାଜସ୍ଥାନ ରୟାଲ୍ସ ଓ ଏବେ ତୃତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି ହାଇଦ୍ରାବାଦ । ଏବେ ପ୍ଲେ ଅଫରେ ଚତୁର୍ଥ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଲଢେଇ ହେବ । ଦୁଇ ଦଳ ମଧ୍ୟରେ ଆସନ୍ତାକାଲି ମ୍ୟାଚ ଖେଳାଯିବ । କିଏ ମ୍ୟାଚ ଜିତି ପ୍ଲେ ଅଫରେ ପ୍ରବେଶ କରୁଛି ତାଉପରେ ସମସ୍ତଙ୍କ ନଜର ରହିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ ତେବେ ଚେନ୍ନାଇ ପ୍ଲେ ଅଫକୁ ଯିବ । ପ୍ଲେ ଅଫକୁ ପ୍ରବେଶ କରିବାକୁ ବେଙ୍ଗାଲୁରୁ ପାଖରେ ଗୋଟିଏ ସୁଯୋଗ ରହିଛି । ଯଦି 18 .1 ଓଭର ନଚେତ 18 ରନରେ ଦଳ ବିଜୟୀ ହୁଏ ତେବେ ରନ ରେଟରେ ଚେନ୍ନାଇକୁ ପରାସ୍ତ କରି ପ୍ଲେ ଅଫକୁ ଯିବ ।

ଏହା ମଧ୍ୟ ପଢନ୍ତୁ-କୋହଲି ନେବେ ଅବସର ! କହିଲେ, ହଠାତ୍ ଗାଏବ ହୋଇଯିବି - Virat Kohli

ଆଇପିଲ ଖେଳୁଥିବା 10ଟି ଦଳ ମଧ୍ୟରୁ ଦିଲ୍ଲୀ, ଗୁଜୁରାଟ 14ଟି ଲେଖାଏଁ ମ୍ୟାଚ ଖେଳି ଲିଗ ପର୍ଯ୍ୟାୟରେ ଅଭିଯାନ ଶେଷ କରିଛନ୍ତି। ବାକି 8ଟି ଦଳ ଆଉ ଗୋଟିଏ ଲେଖାଏଁ ମ୍ୟାଚ ଖେଳିଲେ ଲିଗ ପର୍ଯ୍ୟାୟ ଶେଷ ହେବ । ଆସନ୍ତା ମେ' 21 ତାରଖରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଓ ମେ' 22ରେ ଏଲିମିନେଟର ମ୍ୟାଚ ଖେଳାଯିବ । ମେ' 24 ତାରିଖରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳା ଯିବ ଓ 26ରେ ଫାଇନାଲ ମୁକାବିଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.