ETV Bharat / bharat

ସାଇବର ଠକଙ୍କ ମାୟାଜାଲ: ବିଭିନ୍ନ ଉପାୟର ହେଉଛି ଠକେଇ, ଜାଣନ୍ତୁ କେଉଁ ତରିକା ଆପଣାଉଛନ୍ତି ଠକ - Investment Scam

author img

By ETV Bharat Odisha Team

Published : May 4, 2024, 9:50 PM IST

Investment Scam
Investment Scam(Etv Bharat Odisha)

Investment Scam: ବିନିଯୋଗ ନାଁରେ ପ୍ରଲୋଭନ ଦେଖାଯାଉଛି । ପରେ ମୋଟା ଅଙ୍କର ଟଙ୍କା ନେଇ ଛୁ ମାରୁଛନ୍ତି ଠକ । ଏଭଳି ଠକାମୀରୁ ବର୍ତ୍ତିବା ପାଇଁ ସତର୍କ ରୁହନ୍ତୁ ।

ହାଇଦ୍ରାବାଦ: 'ବିନିଯୋଗ ସ୍କାମ' ଆଜିକାଲି ଏକ ବଡ଼ ସମସ୍ୟା ହୋଇଛି ଛିଡ଼ା ହୋଇଛି । ଅଧିକ ଲାଭର ଲୋଭ ଦେଖାଇ ଠକି ନେଉଛନ୍ତି ସାଇବର ଠକ । ଏପରିକି ୧ ଟଙ୍କାକୁ ୧ ଲକ୍ଷ ଟଙ୍କାରେ ପରିଣତ କରିବା ଭଳି ଲୋଭ ଦେଖାଉଛନ୍ତି । ଲୋଭରେ ବଶବର୍ତ୍ତୀ ହୋଇ ଟଙ୍କା ବିନିଯୋଗ କରୁଥିବା ଲୋକେ ଶେଷରେ ସର୍ବଶ୍ବାନ୍ତ ହୋଇପଡୁଛନ୍ତି । ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ସାଇବର ଅପରାଧ ଘଟୁଛି ।

୧. ୱେବସାଇଟ୍ ସ୍କାମ:

ସାଇବର ଠକମାନେ ଲୋକଙ୍କୁ ବଶୀଭୂତ କରିବାକୁ ୱେବସାଇଟ ତିଆରି କରୁଛନ୍ତି । ଯାହାଦ୍ବାରା ଫେକ୍ ଡିଲ କରି ସେମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି । ଉଦାହରଣ ସ୍ବରୂପ, ଆପଣ ଇଣ୍ଟରନେଟ୍ ଦେଖିବାକୁ ପାଉଥିବେ ଯେ, କମ୍ ଦାମରେ ଦାମୀ ଫୋନ୍ କିଣିବାର ଅପର । ଫଟୋ, ଭିଡିଓ ଏପରିକି ଗ୍ରାହକଙ୍କ ନାଁରେ ଫେକ୍ ପ୍ରୋଫାଇଲ କରି ରିଭ୍ୟୁ ଦିଆଯାଇଥିବ । ଆଉ ଯଦି ଏସବୁ ଦେଖିବା ପରେ ଗ୍ରାହକ କିଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଏବଂ ଟଙ୍କା ପେମେଣ୍ଟ କରନ୍ତି । ଯାହାର ଫାଏଦା ନେଇଥାନ୍ତି ସାଇବର ଠକ । ଫୋନ କିଣିବା ପରେ ଦିଆଯାଇଥିବା ଠିକଣାରେ ଫୋନ ପହଞ୍ଚିନଥାଏ । ଏହିପରିଭାବେ ଗୋଟିଏ ନାମୀ ସଫ୍ଟୱେର କମ୍ପାନୀର ଜଣେ ମହିଳା କର୍ମଚାରୀ ଏଭଳି ଠକାମୀର ଶିକାର ହୋଇଛନ୍ତି । ତାଙ୍କ ନିକଟରୁ ୨୦ଲକ୍ଷ ଟଙ୍କାର ଠକେଇ ହୋଇଛି ।

୨. ଫୋରେକ୍ସ:

ସାଇବର ଠକମାନେ ଭଏସ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ (VOIP) ସାହାଯ୍ୟରେ ଲୋକଙ୍କୁ ଟାର୍ଗେଟ୍ କରିଥାନ୍ତି । କମ୍ପାନୀର କର୍ମଚାରୀର ପରିଚୟ ଦେଇ ଟ୍ରେଡିଂରେ ଅର୍ଥ ବିନିଯୋଗ କରିବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଥାନ୍ତି । ଫେକ୍ ୱେବସାଇଟ ଓ ବ୍ୟାଙ୍କ ଆକାଉଣ୍ଟ ତିଆରି କରିଥାନ୍ତି । ଏପରିକି ପ୍ରଥମେ ପ୍ରଥମେ ସେମାନେ ଟଙ୍କା ଦୁଇ ଗୁଣ କରି ଦେଇଥାନ୍ତି । ଗ୍ରାହକଙ୍କ ବିଶ୍ବାସ ଜିତିବା ପରେ ବଡ଼ ଆକାରର ଟଙ୍କା ନେଇ ଆଉ ଧରାଛୁଆଁ ଦିଅନ୍ତି ନାହିଁ । ଏହିପରି ଭାବେ ତେଲେଙ୍ଗାନା ଗଚ୍ଚିବଲିର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ୭୩ଲକ୍ଷ ଟଙ୍କା ଠକେଇ ହୋଇଛି ।

୩. ଫ୍ରାଞ୍ଚାଇଜ:

ଆଜିକାଲି ଅନେକ କମ୍ପାନୀ ଫ୍ରାଞ୍ଚାଇଜ ଅଫର କରୁଛନ୍ତି । ନୂଆ ବ୍ରାଞ୍ଚ ଖୋଲିବା କଥା କହି ବ୍ୟବସାୟ ବୃଦ୍ଧିର ପ୍ରଲୋଭନ ଦେଖାଉଛନ୍ତି ଠକ । ଏଥିପାଇଁ ଜଣାଶୁଣା କମ୍ପାନୀର ନାଁ କହି ସେହି କମ୍ପାନୀ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଗ୍ରାହକଙ୍କ ବିଶ୍ବାସ ଜିତିବାକୁ କିଛି ଫେକ୍ ଡକୁମେଣ୍ଟ ମଧ୍ୟ ଦେଖାଉଛନ୍ତି । ଆଉ ପରେ ଏହାକୁ ବିଶ୍ବାସ କରିବା ପରେ ଫୋନ କଲ ପାଇଥିବା ବ୍ୟକ୍ତି ଠକାମୀର ଶିକାର ହୋଇଥାନ୍ତି । ନିକଟରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କଠାରୁ KFC ଫ୍ରାଞ୍ଚାଇଜ ନାଁରେ ୨୬.୨୭ଲକ୍ଷ ଟଙ୍କା ଠକେଇ ହୋଇଛି । ସେହିପରି ଗ୍ୟାସ ଡିଲରସିପ ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୪୫ ଲକ୍ଷ ଠକି ନେଇଛନ୍ତି ଠକ ।

୪.ପାର୍ଟ-ଟାଇମ ଚାକିରି:

ଫେକ୍ ପାର୍ଟ ଟାଇମ ଚାକିରି ନାଁରେ ପ୍ରଲୋଭନ ଦେଖାଇ ଠକେଇ ହେଉଛି । ସୋସିଆଲ ମିଡିଆରେ ଏଭଳି ଚାକିରି ଅଫର ଦିଆଯାଉଛି । କୌଣସି ପୋଷ୍ଟକୁ ଲାଇକ୍ କରିବା ବା ରିଭ୍ୟୁ ଲେଖିବା ଦ୍ବାରା ଟଙ୍କା ମିଳିବା ଭଳି ପ୍ରଲୋଭନ ଦେଖାଯାଇଥାଏ । ଗୁଗୁଲ ମ୍ୟାପରେ ମଧ୍ୟ ରିଭ୍ୟୁ ଲେଖିବା ଆଳରେ ଠକେଇ ହୋଇଥିବାର ନଜିର ରହିଛି । ଜଣେ ସରକାରୀ କର୍ମଚାରୀ ୮୪.୯ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ।

୫. ଷ୍ଟକ ଏକ୍ସଚେଞ୍ଜ:

ବର୍ତ୍ତମାନ ସମୟରେ ବହୁଳ ମାତ୍ରାରେ ଲୋକେ ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରୁଛନ୍ତି । ଏପରି କିଛି ଦଲାଲ ରହିଛନ୍ତି, ଯେଉଁମାନେ ଅନଲାଇନରେ ବିଜ୍ଞାପନ କରିଥାନ୍ତି । କେଉଁ କମ୍ପାନୀର ଷ୍ଟକ ବୃଦ୍ଧି ହେବ ତାହା ସେମାନେ ପୂର୍ବରୁ ଆକଳନ କରିବାର ପ୍ରତିଶ୍ରୁତି ଦେଇଥାନ୍ତି । ସେମାନଙ୍କ ସାହାଯ୍ୟ ନେବା ଦ୍ବାରା ବ୍ୟକ୍ତି ଲାଭବାନ ହେବା ଆଶାରେ ଶେଷରେ ଠକାମୀରେ ପଡ଼ିଥାଏ । ହାଇଦ୍ରାବାଦର ଜଣେ ବ୍ୟକ୍ତି ୩୬ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ।

୬. କ୍ରିପ୍ଟୋ କରେନ୍ସି:

କ୍ରିପ୍ଟୋ କରେନ୍ସି ଦ୍ବାରା ଆଜିକାଲି ଅନେକ ଠକେଇ ହେଉଥିବା ଦେଖିବାକୁ ମିଳୁଛି । ଠକମାନେ ମୁଖ୍ୟତଃ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟସଆପ ଜରିଆରେ ଲୋକଙ୍କୁ ଯୋଗାଯୋଗ କରିବା ସହ କ୍ରିପ୍ଟୋ ନିବେଶ କରିବାକୁ କହିଥାନ୍ତି । ସେମାନେ ବିଭିନ୍ନ ଆକର୍ଷଣୀୟ ଅଫରର ଲୋଭ ଦେଖାଇ ଶେଷରେ ଠକେଇ କରିଥାନ୍ତି ।

୭. ପୋଞ୍ଜି:

ହ୍ବାଟସଆପ କଲ୍ ଜରିଆରେ ହୋଇଥାଏ ପୋଞ୍ଜି ସ୍କାମ । ଷ୍ଟକ ବ୍ରୋକିଂ କମ୍ପାନୀର କର୍ମଚାରୀର ପରିଚୟ ଦେଇ ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇଥାନ୍ତି । ଏହି କମ୍ପାନୀ ସହ ଅନ୍ୟମାନଙ୍କୁ ଯୋଡିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହିପରିଭାବେ ବିପୁଳ ପରିମାଣର ଟଙ୍କା ଜମା ହେବା ପରେ ଶେଷରେ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି ।

ଏଭଳି ସ୍କାମକୁ ନେଇ ୨୦ ହଜାର ୫୦୦ ମାମଲା ହୋଇଥିବାବେଳେ ପ୍ରାୟ ୫୮୨ କୋଟି ୩୦ ଲକ୍ଷ ୮୨ ହଜାର ୯୮୪ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.