ETV Bharat / sports

କୋହଲି ନେବେ ଅବସର ! କହିଲେ, ହଠାତ୍ ଗାଏବ ହୋଇଯିବି - Virat Kohli

author img

By ETV Bharat Odisha Team

Published : May 16, 2024, 10:53 AM IST

Virat Kohli reveals his retirement plans: କ୍ରିକେଟରୁ ଅବସର ନେଇ କୋହଲିଙ୍କ ସଙ୍କେତ । କ୍ରିକେଟରୁ ଅବସର ସମୟରେ କୌଣସି ଅଧୁରା କାମ ଛାଡିବେ ନାହିଁ ବୋଲି କହିଲେ ବିରାଟ । ଅଧିକ ପଢନ୍ତୁ

Virat Kohli
Virat Kohli (@RCBTweets)

ନୂଆଦିଲ୍ଲୀ: ଖୁବଶୀଘ୍ର କ୍ରିକେଟରୁ ଅବସର ନେଇପାରନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ଏକ ସାକ୍ଷାତକାରରେ ଅବସର ନେଇ ସଙ୍କେତ ଦେଇଛନ୍ତି କୋହଲି । କ୍ରିକେଟ୍ କ୍ୟାରିୟରରେ ଶେଷ ହେବା ପରେ ମୁଁ ଚାଲିଯିବି, ମୋତେ କିଛି ସମୟ ପାଇଁ କେହି ଦେଖିବାକୁ ପାଇବେ ନାହିଁ ବୋଲି କହିଛନ୍ତି ସେ ।

ଅବସର ଯୋଜନା ବିଷୟରେ କ’ଣ କହିଲେ କୋହଲି?

କୋହିଲ କହିଛନ୍ତି , "ଜଣେ କ୍ରୀଡ଼ାବିତ୍ ଭାବରେ ଆମର କ୍ୟାରିୟରର ଏକ ଶେଷ ଦିନ ମଧ୍ୟ ରହିଛି। ମୁଁ ସବୁଦିନ ପାଇଁ ଖେଳି ପାରିବି ନାହିଁ। ମୁଁ ନିଶ୍ଚିତ ଯେ ଅବସର ପରେ ପଶ୍ଚାତାପ କରିବି ନାହିଁ। ଯେଉଁ ପର୍ଯ୍ୟନ୍ତ ଖେଳୁଛି ଭଲ ଖେଳିବା ପାଇଁ ଚେଷ୍ଟା ଜାରି ରଖିବି । ଯେତେବେଳେ ମୋର ଖେଳ ଜୀବନି ସରିଯିବ ମୁଁ ଚାଲିଯିବି, ଆପଣ ମାନେ ମୋତେ ଆଉ ଦେଖି ପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-IPLରେ 'ବିରାଟ' ରେକର୍ଡ, ପ୍ରଥମ ଭାରତୀୟ ଭାବେ ଫଟାଫଟ୍ କ୍ରିକେଟରେ 12 ହଜାର ରନ ପାର୍ - IPL 2024

'କ୍ରିକେଟରୁ ଅବସର ସମୟରେ ଅଧୁରା କାମ ଛାଡିବି ନାହିଁ': ଆରସିବି ଇଭେଣ୍ଟ ସମୟରେ ଫ୍ରିୱେଲିଂ ଚାଟରେ କୋହଲି କହିଥିଲେ ଯେ, ଯେତେ ଦିନ ପର୍ଯ୍ୟନ୍ତ ସେ ଖେଳରୁ ଅବସର ଘୋଷଣା କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଖେଳ ଜାରି ରଖିବେ। ଯେତେବେଳେ ସେ ଅବସର ନେବାକୁ ନିଷ୍ପତ୍ତି ନେବେ ସେତେବେଳେ ସେ କୌଣସି ଅଧୁରା କାମ ଛାଡିବେ ନାହିଁ । କୋହଲିଙ୍କ ଅବସର ସଙ୍କେତ ଏହା ହିଁ ଦର୍ଶାଉଛି ଯେ, ସେ ଯେତେବେଳେ ଅବସର ନେବେ କ୍ରିକେଟର ସବୁ ଫର୍ମାଟରୁ ଅଲବିଦା କହିବେ । କ୍ରିକେଟର କୌଣସିବି ଫର୍ମାଟ ହେଉ ତାଙ୍କର ବ୍ୟାଟିଂ ଦେଖିବାକୁ ଚାତକ ପରି ଚାହିଁ ରହିଥାନ୍ତି ଦର୍ଶକ । କୋହଲିଙ୍କ ଅବସର ସଙ୍କେତ ପରେ ତାଙ୍କର କୋଟି କୋଟି ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ସୁଦ୍ଧା ବିରାଟ କୋହଲି ଅବସର କେବେ ନେବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି । ଚଳିତ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଦମଦାର ରହିଛି । ସର୍ବାଧିକ ରନ କରି ସେ ଅରେଞ୍ଜ କ୍ୟାପ ହାତେଇଛନ୍ତି । 13ଟି ମ୍ୟାଚରୁ ସେ 661ରନ ହାସଲ କରିଛନ୍ତି । ବିଶ୍ବକପରେ ମଧ୍ୟ କୋହଲିଙ୍କ ପ୍ରଦର୍ଶନ ଭଲ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ରନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.