ETV Bharat / sports

IPLରେ 'ବିରାଟ' ରେକର୍ଡ, ପ୍ରଥମ ଭାରତୀୟ ଭାବେ ଫଟାଫଟ୍ କ୍ରିକେଟରେ 12 ହଜାର ରନ ପାର୍ - IPL 2024

author img

By ETV Bharat Odisha Team

Published : Mar 23, 2024, 10:17 AM IST

Virat Kohli
Virat Kohli

Virat Kohli Record in T20 cricket: ପ୍ରଥମ ଭାରତୀୟ ଭାବେ T20ରେ 12ହଜାର ରନ ପୂରଣ କଲେ ବ୍ୟାଟର ବିରାଟ କୋହଲି । ଏହାସହ ଆଇପିଏଲରେ CSK ବିପକ୍ଷରେ ସେ 1000 ରନ ପୂରଣ କରିଛନ୍ତି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଆଇପିଏଲ 17ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବିରାଟ କୋହଲିଙ୍କ ରେକର୍ଡ । ପ୍ରଥମ ଭାରତୀୟ ଭାବେ ଟି ଟ୍ବେଣ୍ଟିରେ 12 ହଜାର ରନ ପୂରଣ କଲେ କୋହଲି । ଆଇପିଏଲ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ତ ଟି 20 ଫର୍ମାଟରେ ସେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଗତକାଲି ସିଏସକେ ବିପକ୍ଷ ମ୍ୟାଚରେ 20 ବଲରେ 21 ରନ କରିବା ପରେ 12 ହଜାର ରନ ପୂରଣ କରିଥିଲେ ସେ । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 366ଟି ଟି 20 ମ୍ୟାଚ ଖେଳି 12 ହଜାର 15 ରନ ସଂଗ୍ରହ କରିଛନ୍ତି । ଏଥିରେ 8ଟି ଶତକ ଓ 91ଟି ଅର୍ଦ୍ଧଶତକ ସାମିଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଜୟରୁ ଅଭିଯାନ ଆରମ୍ଭ କଲା CSK, ପ୍ରଥମ ମ୍ୟାଚରେ ନିରାଶ କଲା RCB - IPL 2024

ଟି 20 ଫର୍ମାଟରେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରୁ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିପରି ପ୍ରଥମ ସ୍ଥାନରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର କ୍ରିସଗେଲ । ସେ 14,562 ରନ ସଂଗ୍ରହ କରିଛନ୍ତି । 13,360 ରନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସୋଏବ ମଲିକ, 12,900 ରନ କରି ତୃତୀୟ ସ୍ଥାନରେ ରହିଛନ୍ତି କାଇରନ ପୋଲାର୍ଡ, 12,319 ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ଆଲେକ୍ସ ହେଲ୍ସ ଓ 12065ରନ କରି ପଞ୍ଚମ ସ୍ଥାନରେ ରହିଛନ୍ତି ଡେଭିଡ ଓ୍ବାର୍ଣ୍ଣନର । 12 ହଜାର ରନ ଅତିକ୍ରମ କରି ଏହା ତାଲିକାରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସାମିଲ ହୋଇଛନ୍ତି ବିରାଟ କୋହଲି । ସେହିପରି ଅନ୍ତର୍ଜାତୀୟ ଟି 20 କ୍ରିକେଟରେ କୋହଲି 4037 ରନ କରିଛନ୍ତି । ଖୁବଶୀଘ୍ର ରୋହିତ ଶର୍ମା ମଧ୍ୟ ଏହି କ୍ଲବରେ ସାମିଲ ହୋଇପାରନ୍ତି । ସେ ବର୍ତ୍ତମାନ ସୁଦ୍ଧା ଏହି ଫର୍ମାଟରେ 11,156ରନ କରିଛନ୍ତି ।

T20ରେ ସର୍ବାଧିକ ରନ
ନମ୍ବରଖେଳାଳିରନ
1କ୍ରିସ ଗେଲ14,562
2ସୋଏବ ମଲିକ13,360
3କାଇରନ ପୋଲାର୍ଡ12,900
4ଆଲେକ୍ସ ହେଲ୍ସ 12,319
5ଡେଭିଡ ଓ୍ବାର୍ଣ୍ଣନର12,065
6ବିରାଟ କୋହଲି 12,015

CSK ବିପକ୍ଷରେ 1000 ରନ ପୂରଣ କଲେ କୋହଲି: ଚଳିତ ଆଇପିଏଲ ସିଜିନରେ ଆଉ ଏକ ରେକର୍ଡ କରିଛନ୍ତି କୋହଲି । ଚେନ୍ନାଇରେ ଗତକାଲି(ଶୁକ୍ରବାର) ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଆରସିବି 6 ଓ୍ବିକେଟରେ ସିଏସକେ ଠାରୁ ପରାସ୍ତ ହୋଇଛି । କିନ୍ତୁ କୋହଲି ଏକ ରୋକର୍ଡ ହାସଲ କରିଛନ୍ତି । ସେ ଚେନ୍ନାଇ ବିପକ୍ଷ ମ୍ୟାଚରେ 1000 ରନ ପୂରଣ କରିଛନ୍ତି । 20 ବଲରୁ 21 ରନ ସଂଗ୍ରହ କରି ସେ 1006 ରନ ସଂଗ୍ରହ କରିଥିଲେ । ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ଆଇପିଏଲର ସମସ୍ତ ସିଜିନରେ ସିଏସକେ ବିପକ୍ଷରେ ମୋଟ 32ଟି ମ୍ୟାଚ ଖେଳିଛନ୍ତି କୋହଲି । ଏଥିରେ 9ଟି ଅର୍ଦ୍ଧଶତକ ସାମିଲ ରହିଛି । ସର୍ବାଧିକ ସ୍କୋର ହେଉଛି ଅପରାଜିତ 90 ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.