ETV Bharat / sports

ବିଜୟରୁ ଅଭିଯାନ ଆରମ୍ଭ କଲା CSK, ପ୍ରଥମ ମ୍ୟାଚରେ ନିରାଶ କଲା RCB - IPL 2024

author img

By ETV Bharat Odisha Team

Published : Mar 23, 2024, 7:06 AM IST

Updated : Mar 23, 2024, 7:15 AM IST

IPL 2024: ଉଦଘାଟନୀ ମୁକାବିଲାରେ ଆରସିବିକୁ 6 ଓ୍ବିକେଟରେ ପରାସ୍ତ କଲା ସିଏସକେ । ବିଜୟରୁ ଚେନ୍ନାଇର ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

IPL 2024
IPL 2024

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଚମକିଲା ଚେନ୍ନାଇ ସୁପର କିଙ୍ଗ୍ସ । 6 ଓ୍ବିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ସିଏସକେ । 4 ଓ୍ବିକେଟ ଅକ୍ତିଆର କରି ବିପକ୍ଷ ଦଳ ପ୍ରତି ଘାତକ ସାବ୍ୟସ୍ତ ହେଲେ ମୁସ୍ତାଫିଜୁର ରେହମାନ । ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ସେପଟେ ପ୍ରଥମ ମ୍ୟାଚ ହାରି ଫ୍ୟାନ୍ସକୁ ନିରାଶ କରିଛି ଆରସିବି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଫଟାଫଟ୍ କ୍ରିକେଟ, RCB-CSK ମଧ୍ୟରେ IPL ଉଦଘାଟନୀ ମୁକାବିଲା - IPL 2024

ଆଇପିଏଲର 17ତମ ସଂସ୍କରଣ ପ୍ରଥମ ମୁକାବିଲା ଶୁକ୍ରବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ଋତୁରାଜ ଗାଏକ୍ବାଡଙ୍କ CSK ଓ ଫାପ ଡୁପ୍ଲେସିସଙ୍କ RCB । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । ଏହାପରେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ କୋହଲି ଓ ଅଧିନାୟକ ଡୁପ୍ଲେସିସ । ଦଳୀୟ ସ୍କୋର 41 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ମୁସ୍ତାଫିଜୁର ବୋଲିଂ କରିବାକୁ ଆସି ବିପର୍ଯ୍ୟୟ ଘଟାଇଥିଲେ । ମୁସ୍ତାଫିଜଙ୍କ ବଲକୁ ସମ୍ମୁଖୀନ କରିନପାରି 35 ରନ କରି ପାଭିଲିୟନକୁ ଫେରିଥିଲେ ଡୁପ୍ଲେସିସ । ଏହାପରେ ରଜତ ପଟିଦାର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଦୀପକ ଚହରଙ୍କ ବଲରେ ମାକ୍ସଓ୍ବେଲ ମଧ୍ୟ ଆଉଟ ହୋଇଥିଲେ । ଦଳୀୟ ସ୍କୋର 78 ହୋଇଥିବା ବେଳେ 5ଟି ଓ୍ବିକେଟ ହରାଇଥିଲା ଆରସିବି । ଏହାପରେ କୋହଲି 21 ଓ ଗ୍ରୀନ 18 ରନ କରି ଆଉଟ ହୋଇଥିଲେ । ଅନୁଜ ଓ କାର୍ତ୍ତିକ ଦଳର ସ୍ଥିତି ସମ୍ଭାଳିଥିଲେ । ଉଭୟ ଲଢୁଆ ବ୍ୟାଟିଂ 95 ରନ ଭାଗିଦାରୀରେ ଦଳୀୟ ସ୍କୋରକୁ 173ରେ ପହଞ୍ଚାଇଥିଲେ । ଅନୁଜ 48 ରନ ଓ କାର୍ତ୍ତିକ 38 ରନ କରିଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 173 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଧୋନିଙ୍କ କ୍ୟାପେଟନସିପ ଛାଡିବା ଚେନ୍ନାଇ ପାଇଁ ବଡ଼ ଚ୍ୟାଲେଞ୍ଜ: କ୍ରୀଡା ସମୀକ୍ଷକ - MS DHONI STEPS DOWN AS CSK CAPTAIN

ଏହାପରେ 174 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସିଏସକେ । ଓପନିଂ ଯୋଡି ଭାବେ ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକଓ୍ବାଡ ଓ ରଚିନ ରବିନ୍ଦ୍ର । ଚତୁର୍ଥ ଓଭରରେ 15 ରନ କରି ପାଭିଲିୟନକୁ ଫେରିଥିଲେ ଋତୁରାଜ । ପରେ ଆଜିଙ୍କ୍ୟ ରାହାଣେ ବ୍ୟାଟିଂ କରିବାକୁ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 71 ହୋଇଥିବା ବେଳେ ରଚିନ 37 ରନ କରି ଆଉଟ ହୋଇଥିଲେ । ପରେ ରାହାଣେ 27 ଓ ଡାରିଲ ମିଚେଲ22 ରନ କରି ପାଭିଲିୟନକୁ ଫେରିଥିଲେ । ଶେଷରେ ଶିବମ ଦୁବେ ଓ ରବିନ୍ଦ୍ର ଜାଡେଜା ଶୃଙ୍ଖଳିତ ବ୍ୟାଟିଂ କରି ଶେଷର ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । 8ଟି ବଲ ବାକିଥିଲା ଚେନ୍ନାଇ 176 ରନରେ 4 ଓ୍ବିକେଟ ହରାଇ ବିଜୟୀ ହୋଇଥିଲା ।

Last Updated : Mar 23, 2024, 7:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.