ଧୋନିଙ୍କ କ୍ୟାପେଟନସିପ ଛାଡିବା ଚେନ୍ନାଇ ପାଇଁ ବଡ଼ ଚ୍ୟାଲେଞ୍ଜ: କ୍ରୀଡା ସମୀକ୍ଷକ - MS DHONI STEPS DOWN AS CSK CAPTAIN

By ETV Bharat Odisha Team

Published : Mar 21, 2024, 8:20 PM IST

thumbnail

IPL 2024:କଟକ: ବଦଳିଲେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ । 2024 ଆଇପିଏଲରେ ଚେନ୍ନାଇ ଟିମରେ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ବାଡଙ୍କୁ ଅଧିନାୟକ ଭାର ଦେଇଛି ମ୍ୟାନେଜମେଣ୍ଟ । ଏହା ପଛର କାରଣ ଜଣାପଡି ନଥିଲେ ସୁଦ୍ଧା ଦଳ କିନ୍ତୁ ତାର ଶକ୍ତିଶାଳୀ 11 ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ । ସେଥିରେ ମାହି ମଧ୍ୟ ନଜର ଆସିବେ । ହେଲେ ହଠାତ୍ ସବୁ କିଛି ଠିକ ଥିବା ବେଳେ ଦଳରେ ଏତେ ବଡ଼ ପରିବର୍ତ୍ତନ ନିଶ୍ଚୟ ଫ୍ୟାନ୍ସମାନଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ହୁଏତ ମାହିଙ୍କ ଏହା ଶେଷ ଆଇପିଏଲ ହୋଇପାରେ । ତେବେ ଦଳ ପୂର୍ବ ପରି ବେଶ ମଜଭୁତ ରହିଥିଲା ବେଳେ ଆସନ୍ତାକାଲି ଦଳ ତାର ପ୍ରଥମ ମ୍ୟାଚ ବେଙ୍ଗାଲୁୁରୁ ବିପକ୍ଷରେ ଖେଳିବ । 

ଏହା ମଧ୍ୟ ପଢନ୍ତୁ.....IPLର ଦିନକ ପୂର୍ବରୁ ବଦଳିଲେ CSK ଅଧିନାୟକ, ପଦ ଛାଡି଼ଲେ ଧୋନି

ମ୍ୟାନେଜମେଣ୍ଟ କିମ୍ବା ମାହିଙ୍କ ଏହି ନିଷ୍ପତ୍ତି ତାହା ତ ପରେ ଜଣାପଡିବ କିନ୍ତୁ ଆସନ୍ତାକାଲିର ପ୍ରଥମ ମ୍ୟାଚରେ ମାହି ୠତୁରାଜଙ୍କ କ୍ୟାପେଟନ ଅଧୀନରେ ଖେଳିବାର ନଜର ଆସିବେ । ଯାହାଦ୍ୱାରା ଫ୍ୟାନ୍ସ ମଧ୍ୟ ସାମାନ୍ୟ ନିରାଶ ହେବା ସ୍ୱଭାବିକ । ତେଣୁ ଏହି ପ୍ରସଙ୍ଗ ଉପରେ ଅଧିକ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ ।
 

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.