ଜଗତସିଂହପୁରରେ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ - MLA Candidates File Nomination

By ETV Bharat Odisha Team

Published : May 15, 2024, 8:11 AM IST

thumbnail
MLA Candidates File Nomination In Jagatsinghpur (ETV Bharat)

MLA Candidates File Nomination In Jagatsinghpur: ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନଳିନୀ ସ୍ବାଇଁ ଏରସମା ଠାରୁ ଏକ ବାଇକ ରାଲିରେ ଆସି ଜଗତସିଂହପୁରରେ ପହଞ୍ଚିଥିଲେ । ତାଙ୍କ ସହିତ ବାଲିକୁଦା-ଏରସମାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ସହିତ ଶହ ଶହ କଂଗ୍ରେସ କର୍ମୀଙ୍କ ଗହଣରେ ଆସି ନଳିନୀ ସ୍ବାଇଁ ରିଟର୍ଣ୍ଣିଂ ଅଫିସର ସମ୍ବିତ ରାଉତଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । 

ସେହିଭଳି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସାରଦା ଜେନା ତାଙ୍କ ସମର୍ଥକଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା ବାଲିକୁଦାରୁ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସାରଦାଙ୍କ ସହିତ ବାଲିକୁଦା-ଏରସମାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି । ତେବେ ମୋଟାମୋଟି ଭାବରେ ଜଗତସିଂହପୁର ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । 

ଏହା ମଧ୍ୟ ପଢନ୍ତୁ .... ବାଲେଶ୍ବରରେ ନାମାଙ୍କନ ଭରିଲେ ହେଭିୱେଟ, ପ୍ରତାପ-ମାନସ-ସ୍ବରୂପଙ୍କ ଶକ୍ତି ପ୍ରଦର୍ଶନ - Balasore Lok Sabha Constituency

ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡି ପ୍ରାର୍ଥୀ ସାରଦା ଜେନା କହିଛନ୍ତି ଯେ ବାଲିକୁଦା ଏରସମାରେ 24 ବର୍ଷ ଶାସନ କାଳରେ ବହୁ କିଛି ବିକାଶ ହୋଇଛି । ଆଉ ଯାହା କିଛି ବାକି ଅଛି ତାହା ପୂରଣ କରାଯିବ ବୋଲି କହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ନଳିନୀ ସ୍ବାଇଁ କହିଛନ୍ତି ଯେ, ରାଜ୍ୟରେ ବିଜେଡି ବିଜେପି ଛାୟା ସରକାର ଚଳାଇଛନ୍ତି । ବାଲିକୁଦା-ଏରସମା ଅଞ୍ଚଳରେ ବିକାଶ ଦିଗହରା ହୋଇପଡିଛି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀବାସୀ ଜାଣିଲେଣି । ଆଗାମୀ ଦିନରେ କଂଗ୍ରେସ ହିଁ ବିକାଶର ବିକଳ୍ପ  । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.