ବାଲେଶ୍ବରରେ ନାମାଙ୍କନ ଭରିଲେ ହେଭିୱେଟ, ପ୍ରତାପ-ମାନସ-ସ୍ବରୂପଙ୍କ ଶକ୍ତି ପ୍ରଦର୍ଶନ - Balasore Lok Sabha Constituency

By ETV Bharat Odisha Team

Published : May 14, 2024, 8:46 PM IST

thumbnail
Candidates File Nominations In Balasore (ETV Bharat Odisha)

Candidates File Nominations In Balasore: ବାଲେଶ୍ବର: ରାଜ୍ୟର ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜର ନାମାଙ୍କନ ଭରିଥିଲେ । ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଦାସ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ ପ୍ରମୁଖ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଥିଲେ । 

ଏହା ମଧ୍ୟ ପଢନ୍ତୁ ... ଗୋଳିଆ ହେଲା ସୋରର ପଦ୍ମ ପୋଖରୀ, ରାଜୁଙ୍କ ବଦଳରେ ପର୍ଶୁରାମଙ୍କୁ ଟିକଟ - SORO ASSEMBLY CONSTITUENCY

ଜନତା ଏଥର ପରିବର୍ତ୍ତନ ଚାହୁଁଛନ୍ତି, ଏଥିପାଇଁ ସେମାନେ ମନସ୍ଥ କରି ସାରିଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକପ୍ରିୟତା ବୃଦ୍ଧି ହେବା ସହ ବାଲେଶ୍ଵରର ଅଧା ରହିଥିବା ବିକାଶ ମୂଳକ କାର୍ଯ୍ୟର ପୂର୍ଣ୍ଣାଙ୍ଗ ପାଇଁ ପୁଣିଥରେ ଲୋକମାନେ ମୋତେ ବାଛିବାକୁ ଯାଉଛନ୍ତି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେହିପରି ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ନାମାଙ୍କନ ଦାଖଲ କରି ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ବିକଶିତ ଭାରତ ଗଠନ ପାଇଁ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିବା ବେଳେ ବିକଶିତ ବାଲେଶ୍ବର ଗଠନ କରିବାର ପ୍ରୟାସ କରାଯିବ । ଏହାସହ ବାଲେଶ୍ଵରକୁ ଦୁର୍ନୀତି ମୁକ୍ତ, ପିସି ମୁକ୍ତ କରିବା ପାଇଁ ମାନସ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । 

ଅନ୍ୟପଟେ ସଦର ବିଜେଡି ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସ ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ଦାଖଲ କରିଛନ୍ତି । ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵରର ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ବିକାଶ କରାଯାଇଛି । ଗତ ତିନି ବର୍ଷ ମଧ୍ୟରେ ବାଲେଶ୍ଵରର ଯେଉଁ ବିକାଶ କରାଯାଇଛି ତାହା ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.