କଟକ ଚୌଦ୍ୱାରରେ ବହୁ ମାର୍ଜିନରେ ଜିତିବୁ: ପାଣ୍ଡିଆନ - PANDIAN IN CHOUDWAR

By ETV Bharat Odisha Team

Published : May 14, 2024, 11:06 PM IST

thumbnail
କଟକ ଚୌଦ୍ୱାରରେ ବହୁ ମାର୍ଜିନରେ ଜିତିବୁ କହିଲେ ପାଣ୍ଡିଆନ (ETV Bharat Odisha)

VK Pandian Election Campaign In Choudwar: କଟକ: କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନବୀନ ପଟ୍ଟନାୟକଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିରୋଧୀଙ୍କ ବିପକ୍ଷରେ ବଡ଼ ମାର୍ଜିନରେ ବିଜୟ କରେଇବା ପାଇଁ ଲୋକଙ୍କୁ କଲେ ନିବେଦନ । ଏସସିବି ମେଡିକାଲଠୁ ଆରମ୍ଭ କରି ତାଳଦଣ୍ଡା କେନାଲ, ଅର୍ବାନ ହାଟ ଓ ନେତାଜି ବସ ଟର୍ମିନାଲର କଟକ ପାଇଁ ରାଜ୍ୟ ସରକାରଙ୍କ ଭେଟି ସମ୍ପର୍କରେ ଲୋକଙ୍କୁ କେଲ ଅଗବତ ।  

ଏହା ମଧ୍ୟ ପଢ଼ନ୍ତୁ...ସୂର୍ଯ୍ୟକିରଣରୁ ବିଜୁଳି ଦେବେ କହି ଦିନରେ ଲଣ୍ଠଣ ଦେଖାଉଛି ବିଜେପି: ପାଣ୍ଡିଆନ - VK PANDIAN IN ANGUL

ତେବେ ନୂଆ ବଜାର ପୋତାପୋଖରୀ ସ୍ଥିତ ନେତାଜୀ ପଡିଆରେ ଆମ ନିର୍ବାଚନ ମଣ୍ଡଳୀ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପାଣ୍ଡିଆନ । ପାଣ୍ଡିଆନ କରିଛନ୍ତି ଯେ, ଭୋଟର କେତେ ମାର୍ଜିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଦେବେ ତାହା ସାଧାରଣ ଲୋକ ଜାଣି ସାରିଛନ୍ତି । ଭାଜପା ସରକାର ଆସିଲେ ଅନେକ ଯୋଜନା ବନ୍ଦ ହୋଇଯିବ । ତେଣୁ ଶଙ୍ଖକୁ ଭୋଟ ଦେଇ ଯୋଜନା ବଞ୍ଚାନ୍ତୁ । କଟକ ଭୋଟ ମାର୍ଜିନରେ ଏକ ନମ୍ବର ନଚେତ ଦୁଇ ନମ୍ବର ସ୍ଥାନରେ ଆସିବ ତାହା ବିଶ୍ୱାସ ରହିଛି । ପୂର୍ବତନ ଚୌଦ୍ୱାର ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଚୌଦ୍ୱାର-କଟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବହୁ ବିକାଶ କାର୍ଯ୍ୟ ଚୌଦ୍ୱାରବାସୀଙ୍କ ପାଇଁ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ କାମ କରିବେ ବୋଲି କହି ଉଭୟ ପ୍ରାର୍ଥୀ ଭୋଟ ଭିକ୍ଷା କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.