ବୌଦ୍ଧରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ମାଗିଲେ ବିଜେପି ପ୍ରାର୍ଥୀ ସରୋଜ - Election campaign in Boudh

By ETV Bharat Odisha Team

Published : May 15, 2024, 10:06 AM IST

thumbnail
BJP campaign in Boudh (ETV Bharat Odisha)

BJP campaign in Boudh ବୌଦ୍ଧ: ସରଗରମ ପ୍ରଚାର ମୈଦାନ । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନର ସମସ୍ତ ବିଧାୟକ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ତେବେ ବିଜେପି ଦଳର ଯୁବ ପ୍ରାର୍ଥୀ ସଂଧ୍ୟା ସମୟରେ ଜିଲ୍ଲା ସଦରମହକୁମା ଠାରେ ଜୋରଦାର ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି  । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ହେବିଓ୍ବେଟ ନେତା ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ କଡ୍ଡା ଟକ୍କର ଦେବାକୁ ନିର୍ବାଚନ ମଇଦାନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର ଛିଡା ହୋଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଗଡ଼ ଦଖଲ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି, କଣ୍ଟାମାଳରେ ଜମୁଛି ପ୍ରଚାର - Lok Sabha Election 2024

ଗୋଟିଏ ପଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେଡିର ପ୍ରାର୍ଥୀ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଥିବା ବେଳେ ବିଜେପି ପ୍ରାର୍ଥୀ ମୋଦୀ ଗ୍ୟାରେଣ୍ଟି ସହିତ ବିଜେପି ଲହରୀ ଯୋଗୁଁ ବେଶ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲା ସଦରମହକୁମା ବାପୁଜୀ ନଗର ଅଞ୍ଚଳରେ ନିର୍ବାଚନ ପ୍ରଚାର କରିବା ସହିତ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି । 

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଚବିଶ ବର୍ଷ ଧରି ଶାସକ ଦଳ ବିକାଶ ନାଁରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି କରିଥିବା ବିଜେପି ପ୍ରାର୍ଥୀ ଅଭିଯୋଗ କରିବା ସହିତ ହରଭଙ୍ଗା ବ୍ଲକରେ ଉଭୟ ଜଳସେଚନ ଓ ପାନୀୟଜଳର ଅବ୍ୟବସ୍ଥାକୁ ନେଇ ସିଧାସଳଖ ବିଜେଡି ନେତା ପ୍ରଦୀପ କୁମାର ଅମାତଙ୍କୁ ଟାର୍ଗେଟ କରିଛନ୍ତି । ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଯେଉଁ ମୋଦୀ ଲହର ଚାଲିଛି ସେଥିରେ ଭୋଟର ବିଜେପି ସପକ୍ଷରେ ରହିବେ ବୋଲି ସରୋଜ ବେଶ ଆଶାବାଦୀ ଅଛନ୍ତି ।


ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.