ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati

By ETV Bharat Odisha Team

Published : May 15, 2024, 6:42 AM IST

thumbnail
Mangala Alati (ETV Bharat Odisha)

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥଗାମୀ ଭବଃ ତୁମେ । ସେ ଜଗତର ନାଥ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡମଣୀ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କର ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ଶ୍ରୀକ୍ଷେତ୍ରକୁ । ତାଙ୍କ ଚକା ନୟନକୁ ଥରେ ଦେଖିଦେଲେ ଆତ୍ମତୃପ୍ତି ମିଳେ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ । ଦେଖନ୍ତୁ ପତିତପାବନଙ୍କ ସେହି ଦିବ୍ୟ ମଙ୍ଗଳ ଆଳତୀ  ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.