ETV Bharat / international

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଆତତାୟୀଙ୍କ ଗୁଳିମାଡ, ସ୍ଥିତି ସଙ୍କଟାପନ୍ନ ! - Slovakia PM Injured In Shooting

author img

By ETV Bharat Odisha Team

Published : May 15, 2024, 9:25 PM IST

Slovakia PM Injured In Shooting: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଅତର୍କିତ ଆକ୍ରମଣ । ଗୁଳିମାଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Slovakia PM Injured In Shooting
Slovakia PM Injured In Shooting (ETV Bharat)

ହାଣ୍ଡଲୋଭା: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ । ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଆତତାୟୀଙ୍କ ଗୁଳିମାଡ । ଏକ କ୍ୟାବିନେଟ ମିଟିଂ ସାରି ବାହାରୁଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କର ଆଧିକାରିକ ଫେସବୁକ ପେଜରେ ଏ ସମ୍ପର୍କରେ ସୂଚନା କରାଯାଇଛି । ଆଜି (ବୁଧବାର) ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡିଛି । ଏହି ଅଘଟଣଟି ରାଜଧାନୀ ବ୍ରାଟିସ୍ଲାଭା ଠାରୁ ଉତ୍ତର ପଶ୍ଚିମରେ ୯୦ ମାଇଲ ଦୂର ଥିବା ହାଣ୍ଡଲୋଭା ସହରରେ ଘଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ସ୍ଲୋଭାକିଆର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ଏହି ଆକ୍ରମଣକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ତଳି ପେଟରେ ଏକାଧିକ ଗୁଳି ବାଜିଛି ।

ଏହା ମଧ୍ୟ ପଢନ୍ତୁ ... ‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା - Jaishankar On Nijjar Killing Case

ଏହି ଅଘଟଣ ପରେ ରାଜଧାନୀ ବ୍ରାଟିସ୍ଲାଭା ବହୁ ଦୂର ଥିବା କାରଣରୁ ତତକ୍ଷଣାତ କାଳ ବିଳମ୍ବ ନ କରି ତାଙ୍କୁ ହେଲିକପ୍ଟର ଜରିଆରେ ବାନସ୍କା ବାଇଷ୍ଟ୍ରିକାକୁ ଅଣାଯାଇଛି । ହାଣ୍ଡଲୋଭା ସ୍ଥାନୀୟ ହସ୍ପିଟାଲର ଡାଇରେକ୍ଟର ଅନୁସାରେ ଆହତ ଫିକୋଙ୍କୁ ଭାସ୍କୁଲାର ସର୍ଜରୀ କ୍ଲିନିକରେ ଭର୍ତ୍ତି କରାଯାଇଛି । ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମାନେ ଏହି ଘଟଣାକୁ ନିନ୍ଦା କରିବା ସହ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଗତବର୍ଷ ଅକ୍ଟୋବର ମାସରେ ରବର୍ଟ ଫିକୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ପପୁଲିଷ୍ଟ ପାର୍ଟିର ନେତା ଫିକୋ ରୁଷ ପ୍ରଚଣ୍ଡ ସମର୍ଥକ ଭାବେ ପରିଚିତ । ରବର୍ଟ ଫିକୋ ସ୍ଲୋଭାକିଆରେ ୨୦୦୬ ରୁ ୨୦୧୦ ଏବଂ ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀର ଦାୟିତ୍ବ ଭାର ଗ୍ରହଣ କରିଥିଲେ । ଗତ ଅକ୍ଟୋବରରେ ସେ ନିର୍ବାଚିତ ହେବା ପରଠାରୁ ଫିକୋଙ୍କ ଟିପ୍ପଣୀ ଫଳରେ ସ୍ଲୋଭାକିଆ ଏବଂ ପଡୋଶୀ ୟୁକ୍ରେନ ମଧ୍ୟରେ ସମ୍ପର୍କକୁ ଖରାପ ହୋଇଥିଲା । ସେ ୟୁକ୍ରେନର ସାର୍ବଭୌମତ୍ବ ପ୍ରତି ପ୍ରଶ୍ନ କରିବା ସହ ରୁଷିଆ ସହ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ । ଫିକୋ ଟିଭି ଓ ରେଡିଓରେ ଗଣମାଧ୍ୟମର ନିରପେକ୍ଷକତା କ୍ଷୁର୍ଣ୍ଣ କରିବା ଭଳି ମିଡିଆ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିଥିଲେ ଯାହାକୁ ନେଇ ସେ ସମାଲୋଚନାର ଶିକାର ହେବା ସହ ସ୍ଲୋଭାକିଆରେ ଗଣ ଆନ୍ଦୋଳନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.