ETV Bharat / sports

ଆଜି ଡବଲ ହେଡର ମ୍ୟାଚ: CSKକୁ ଭେଟିବ RR, ବେଙ୍ଗାଲୁରୁ-ଦିଲ୍ଲୀ ମୁକାବିଲା - IPL 2024

author img

By ETV Bharat Odisha Team

Published : May 12, 2024, 1:39 PM IST

IPL 2024: ଆଜି ଆଇପିଏଲରେ ରହିଛି 2ଟି ମ୍ୟାଚ । ପ୍ରଥମେ ଚେନ୍ନାଇକୁ ଭେଟିବ ରାଜସ୍ଥାନ । ଦ୍ବିତୀୟରେ ବେଙ୍ଗାଲୁରୁ ଓ ଦିଲ୍ଲୀ ମଧ୍ୟରେ ହେବ ଫାଇଟ । ଅଧିକ ପଢନ୍ତୁ

IPL 2024
IPL 2024 (@rajasthanroyals @DelhiCapitals)

ଚେନ୍ନାଇ: ଆଇପିଏଲରେ ଆଜି ରହିଛି ଡବଲ ହେଡର ମ୍ୟାଚ । 61ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । 62ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଚାରି ଦଳ । ରାଜସ୍ଥାନ 12ତମ ମ୍ୟାଚ ଖେଳିବାକୁ ଥିବାବେଳେ ଅନ୍ୟ 3 ଦଳ 13ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ରାଜସ୍ଥାନର ପ୍ଲେ ଅଫ ପଥ ପରିଷ୍କାର ରହିଥିଲେ ବି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବାକୁ ଦଳ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ-ପ୍ଲେ ଅଫରେ ପ୍ରବେଶ କଲା କୋଲକାତା, 18 ରନରେ ହାରିଲା ମୁମ୍ବାଇ - IPL 2024

CSK vs RR: ଅପରାହ୍ନ 3ଟା 30ରେ ଚେନ୍ନାଇର ଚିପକ ଷ୍ଟାଡିୟମରେ ଚେନ୍ନାଇ ଓ ରାଜସ୍ଥାନ ମଧ୍ୟରେ ମୁକାବିଲା ହେବ । ଆଜି ସିଏସକେ ଚଳିତ ସିଜିନର ଶେଷ ମ୍ୟାଚ ଚିପକରେ ଖେଳିବ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଋତୁରାଜ ବାହିନୀ । ଧୋନିଙ୍କ ବ୍ୟାଟିଂକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାହିଁକିନା ଏହା ତାଙ୍କ ଆଇପିଏଲର କ୍ୟାରିୟରର ଶେଷ ସିଜିନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜିର ମ୍ୟାଚ ଜିତିଲେ ଚେନ୍ନାଇ ପ୍ଲେ ଅଫରେ ପହଞ୍ଚିବାର ପଥ ପରିଷ୍କାର ହେବ । ତେଣୁ ପୂର୍ବ ଭୁଲକୁ ସୁଧାରି ଆଜି ଦଳ ବିଜୟୀ ହେବା ନେଇ ରଣନୀତି ପ୍ରସ୍ତୁତ କରିଛି । ସେପଟେ କେକେଆର ପ୍ଲେ ଅଫରେ ପ୍ରଥମ ଦଳ ଭାବେ ପ୍ରବେଶ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ତାକୁ ହଟାଇ ଏହି ସ୍ଥାନରେ ରହିବାକୁ ରାଜସ୍ଥାନ ଲକ୍ଷ୍ୟ ରଖିଛି ।

RCB vs DC: ଦ୍ବିତୀୟ ମୁକାବିଲା ଏନ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦିଲ୍ଲୀ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଉଭୟ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ପ୍ଲେ ଅଫ ରେସରେ ରହିବାକୁ ହେଲେ ମ୍ୟାଚ ବିଜୟୀ ହେବାକୁ ପଡିବ । ଆଜି ଦିଲ୍ଲୀରେ ଟିମର ଅଧିନାୟକ ଋଷବ ମ୍ୟାଚ ଖେଳିବେ ନାହିଁ । ଚଳିତ ଆଇପିଏଲ ସିଜିନରେ 3ଥର ମନ୍ଥର ବୋଲିଂ କରିବାରୁ ତାଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି । ତେଣୁ ଦଳର ପ୍ରଦର୍ଶନ ଆଜି କିପରି ରହିବ ସେନେଇ ଚିନ୍ତା ବଢିଛି । ଅନ୍ୟପଟେ ବେଙ୍ଗାଲୁରୁ କ୍ରମାଗତ 4ଟି ମ୍ୟାଚରେ ବିଜୟୀ ହୋଇଛି । ଆଜିର ମ୍ୟାଚ ଜିତିଲେ ପ୍ଲେ ଅଫର ଆଶା ଉଜ୍ଜୀବିତ ହେବ । 12ଟି ମ୍ୟାଚ ଖେଳି 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଆରସିବି । ଅନ୍ୟପଟେ ଦିଲ୍ଲୀ 12ଟି ମ୍ୟାଚ ଖେଳି 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଗତ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ରହିଥିଲା । ଆଜିର ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.