ETV Bharat / opinion

ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ - KAMIKAZE AERIAL ATTACK WEAPONRY

Indias own version of Kamikaze aerial attack weaponry: ଭାରତ ବିକଶିତ କରିଛି ସ୍ବଦେଶୀ କାମିକାଜେ ଏରିଆଲ ଆଟାକ ସିଷ୍ଟମ । କ’ଣ ରହିଛି ଫିଚର ଓ ଶତ୍ରୁ ପାଇଁ କେତେ ଘାତକ ? ପଢନ୍ତୁ ଅରୁଣିମ ଭୂୟାଁଙ୍କ ବିଶ୍ଳେଷଣାତ୍ମକ ଆଲେଖ୍ୟ...

ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ
ଭାରତର ସ୍ବଦେଶୀ ‘କାମିକାଜେ ଏରିଆଲ ଆଟାକ ସିଷ୍ଟମ’, ଜାଣନ୍ତୁ କେତେ ପ୍ରଭାବଶାଳୀ (ETV Bharat Odisha)
author img

By Aroonim Bhuyan

Published : Jun 16, 2024, 2:33 PM IST

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ସେନାର ଶକ୍ତିଶାଳୀ ଆଟାକ ୟୁନିଟ୍‌ରେ ଏକ ସାମରିକ ବିମାନ ଚଳାଚଳ ସ୍ବତନ୍ତ୍ର ବାହିନୀ ଥିଲା । ଏହାର ନାମ ଥିଲା ‘କାମିକାଜେ’ (Kamikaze) । ଏହି ସ୍ପେଶାଲ ୟୁନିଟ କେବଳ ଆକାଶମାର୍ଗରୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା । ଏହି ଆକ୍ରମଣ ମିଶନରେ କେବଳ ପ୍ରଶିକ୍ଷିତ ଲଢୁଆ ପାଇଲଟମାନେ କାର୍ଯ୍ୟରତ ଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ଆଟାକ ୟୁନିଟ ବେଶ ପ୍ରଭାବୀ ଭାବେ ଯୁଦ୍ଧ ଲଢିଥିଲା । ପ୍ରତିପକ୍ଷ ମିତ୍ରଶକ୍ତିର ଦେଶମାନଙ୍କର ନୌସେନା ଉପରେ ଏହି ପ୍ରଣାଳୀରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ କରିଥିଲା ଜାପାନ । ଏଥିରେ ପ୍ରାୟ 7000ରୁ ଅଧିକ ଅନ୍ୟ ଦେଶର ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଜାପାନର ଏହି ମିଶନରେ ନିୟୋଜିତ ଥିବା ପ୍ରାୟ 3,800 କାମିକାଜେ ପାଇଲଟଙ୍କ ମଧ୍ୟ ପ୍ରାଣ ହରାଇଥିଲେ ।

ଏକବିଂଶ ଶତାବ୍ଦୀର ବୈଶ୍ବିକ ସାମରିକ ଦୃଶ୍ୟପଟ୍ଟରେ ଭାରତ ମଧ୍ୟ ସେହିପରି ଏକ ଯୁଦ୍ଧାସ୍ତ୍ର ବିକଶିତ କରିବାରେ ସଫଳତା ପାଇଛି । ଏହା ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞନକୌଶଳରେ ବିକଶିତ ହୋଇଛି । ଏହାର ନାମ ରଖାଯାଇଛି ‘ନାଗାସ୍ତ୍ର-1’ (Nagastra-1) । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ତତ୍କାଳୀନ ଜାପାନର ‘କାମିକାଜେ ଏରିଆଲ ଆଟାକ ୟୁନିଟ’ ସହ ସାମାନ୍ୟ ମିଶୁଥିଲେ ମଧ୍ୟ ଏହା ବିଶେଷ ଭାବେ ଭିନ୍ନ । କାରଣ ଏଥିରେ ଲଢୁଆ ପାଇଲଟଙ୍କର ଆବଶ୍ୟକତା ନାହିଁ । ଏହା ଉଚ୍ଚଶକ୍ତିସମ୍ପନ୍ନ ସାମରିକ ଡ୍ରୋନ । ଯେଉଁଥିରେ ସମସ୍ତ ଅତ୍ୟାଧୁନିକ ଫିଚର ସହ ପ୍ରଚଣ୍ଡ ଆକ୍ରମଣର କ୍ଷମତା ରହିଛି । ନାଗପୁରର ସୋଲାର ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ନିର୍ମିତ ‘ନାଗାସ୍ତ୍ର-1’ ଏକ କିଲୋଗ୍ରାମ ୱାରହେଡ ବହନ କରିପାରିବ । ଦୁଇ ମିଟର ପରିଧି ମଧ୍ୟରେ ସଠିକତାର ସହ ଏହା ଜିପିଏସ ମାଧ୍ୟମରେ ନିର୍ଭୁଲ ଆକ୍ରମଣ କରିପାରିବ । ଏହା ଯେକୌଣସି ଟାର୍ଗେଟ ଉପରେ ଉଡାଣ ଭରି ଷ୍ଟ୍ରାଇକ କରିପାରିବ । ଏହା ପରେ ଏହା ନିଜେ କ୍ରାସ ହୋଇ ନଷ୍ଟ ହୋଇଯିବ । ଏହା ଏକ ଯନ୍ତ୍ରାଂଶ ଆତ୍ମଘାତୀ ଆକ୍ରମଣ ପରି ହେବ । ଏଥିରେ କୌଣସି ମାନବ ଜୀବନହାନି ହେବ ନାହିଁ । ଏହାକୁ ଲୁଟେରୀ ମୁନିସନ୍ ଅସ୍ତ୍ର ମଧ୍ୟ କୁହାଯାଉଛି । ପ୍ରଥମ ବ୍ୟାଚରେ ଏହି ପରି 120ଟି ଡ୍ରୋନ ଭାରତୀୟ ସେନାକୁ ନିର୍ମାଣକାରୀ କମ୍ପାନୀ ହସ୍ତାନ୍ତର କରିସାରିଲାଣି । ଭାରତୀୟ ସେନା ଏହି ବର୍ଗର ପ୍ରାୟ 420 ଟି ଡ୍ରୋନ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଯୋଗାଣ ପ୍ରକ୍ରିୟା ଜାରି ରହିଛି ।

ଏହି ଯୁଦ୍ଧାସ୍ତ୍ର କ’ଣ?

ଏହାର ଫିଚର ଦୃଷ୍ଟିରୁ ଦେଖବାକୁ ଗଲେ ଏହା ଏକ ଆତ୍ମଘାତୀ ଡ୍ରୋନ ବର୍ଗର ବୋଲି କହିପାରିବା । କାମିକାଜେ ଡ୍ରୋନ୍ କିମ୍ବା ବିସ୍ଫୋରଣକାରୀ ଡ୍ରୋନ୍ ଭାବରେ ମଧ୍ୟ ଏହା ଜଣାଶୁଣା । ଏହା ଏକ ବାୟୁଅସ୍ତ୍ର । ଜିପିଏସ ମାଧ୍ୟମରେ ଟାର୍ଗେଟକୁ ଚିହ୍ନଟ କରିବା ସହ ଏହାର ନିକଟବର୍ତ୍ତୀ ହୋଇଥାଏ । ଟାର୍ଗେଟ ଉପରେ ଘୁରି ବୁଲିବା ପରେ ଏହାକୁ ନିଶାନ ସ୍ପଷ୍ଟ କରେ । ଆହୁରି ନିକଟବର୍ତ୍ତୀ ହୋଇ ବିସ୍ଫୋରଣ ହୋଇଥାଏ । ଆକ୍ରମଣରେ ଟାର୍ଗେଟକୁ ନଷ୍ଟ କରିବା ସହ ନିଜେ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଏହି ଡ୍ରୋନ ।

କେମିତି କରାଯାଇ ପାରିବ ଲଞ୍ଚ:

ଏହାକୁ ବିଭିନ୍ନ ପ୍ଲାଟଫର୍ମରୁ ଲଞ୍ଚ କରାଯାଇ ପାରିବ । ଗ୍ରାଉଣ୍ଡ ଭେଇକଲ, ବିମାନ କିମ୍ବା ଯୁଦ୍ଧପୋତରୁ ଏହାକୁ ଅତି ସହଜରେ ଲଞ୍ଚ କରାଯାଇ ପାରିବ । କୌଣସି ଭିତ୍ତିଭୂମି ନଥିବା ସ୍ଥଳେ ଏହାକୁ ହାତ ସାହାଯ୍ୟରେ ମଧ୍ୟ ସେନାର ଯବାନମାନେ ଏହାର ଏକ କ୍ଷୁଦ୍ର ଭର୍ସନ ବା ପ୍ରକାରକୁ ଉଡାଣ କରାଇ ପାରିବେ । ପୂର୍ବରୁ ସ୍ଥିର ହୋଇଥିବା ଟାର୍ଗେଟ ନିକଟରେ ଏହା ପହଞ୍ଚିବା ପରେ ତାହା ଉପରେ କିଛି ସମୟ ଘୁରି ବୁଲିବ । ଏହାର ଓ୍ବାରହେଡରେ ରାସାୟନିକ କିମ୍ବା ଅତ୍ୟଧିକ ବିସ୍ଫୋରକ କ୍ଷମତା ବିଶିଷ୍ଟ ଅସ୍ତ୍ର ରଖାଯାଇଥାଏ । ଯାହା ବିସ୍ଫୋରଣ ସହ ଟାର୍ଗେଟକୁ ହିଟ କରେ । ଏହା ଏକାଧିକ କ୍ଷମତା ସମ୍ପନ୍ନ ଭାବେ ବିକଶିତ କରାଯାଇଛି । ମାରକ କ୍ଷମତା କାରଣରୁ ଏହାର ଏକାଧିକ ଭର୍ସନ ମଧ୍ୟ ରହିଛି । ସର୍ଟ-ରେଞ୍ଜ ବା ସ୍ବଳ୍ପଗାମୀ ଭର୍ସନରେ 10 ରୁ 20 କି.ମି ପର୍ଯ୍ୟନ୍ତ ଟାର୍ଗେଟକୁ ହିଟ କରିବାର କ୍ଷମତା ରହିଛି । ଏହା ହେଉଛି ଏହି ପ୍ରଣାଳୀର ସର୍ବକ୍ଷୁଦ୍ର ଡ୍ରୋନ । ସେହିପରି ଏହା 100 କିମି ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର ଏକାଧିକ ଭର୍ସନ ସହିତ ବିକଶିତ ହୋଇଛି । ପ୍ରତ୍ୟେକ ଭର୍ସନରେ ଆକ୍ରମଣ କରିବା କ୍ଷମତା, ଉଡାଣ କ୍ଷମତା, କାର୍ଯ୍ୟକ୍ଷମ ରହିବାର ଅବଧି ଆଦି ଭିନ୍ନ ଭିନ୍ନ ହୋଇଥାଏ ।

ନାଗାସ୍ତ୍ର -1ର ସାମର୍ଥ୍ୟ :

ଏହି ନାଗାସ୍ତ୍ର -1 ହେଉଛି ପ୍ରତିରକ୍ଷା ମନ୍ତ୍ରଣାଳୟର ମେଡ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରତୀକ । ଏହା ଦୁଇଟି ଇଲେକ୍ଟ୍ରିକ ମୋଟର ଦ୍ୱାରା ଚାଳିତ ଏକ ଫିକ୍ସଡ୍ ୱିଙ୍ଗ ଲୁଟରିଂ ମେସିନ ବ୍ୟବସ୍ଥିତ । ଏହା 15 କିଲୋମିଟର ପରିସର ମଧ୍ୟରେ ନିୟନ୍ତ୍ରଣକାରୀ ଟିମ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ । ଏହାର ସର୍ବାଧିକ ଉଡ଼ାଣ ଦୂରତା 30 କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଡ୍ରୋନ ପ୍ରିଲୋଡ କ୍ଷମତା ସହ ଜିପିଏସ୍ ଦ୍ୱାରା ପରିଚାଳିତ । ନିର୍ଦ୍ଧାରିତ ଟାର୍ଗେଟର ଦୁଇ କିଲୋମିଟର ମଧ୍ୟରେ ଏହା ସଠିକତାର ସହ ଆକ୍ରମଣ କରିପାରିବ । ଯଦି ଏହା ଟାର୍ଗେଟ ହିଟ କରିବାରେ ବିଫଳ ହୁଏ, ତେବେ ସଫ୍ଟ ଲ୍ୟାଣ୍ଡିଂ ମଧ୍ୟ କରିପାରିବ । ଏଥିପାଇଁ ପାରାଚ୍ୟୁଟ ବ୍ୟବସ୍ଥା ମଧ୍ୟ ରହିଛି । ଫଳରେ ଏହାକୁ ପୁନଶ୍ଚ ଠାବ କରି ଉଦ୍ଧାର କରାଯାଇ ପାରିବା ସହ ପୁନଃବ୍ୟବହାର ମଧ୍ୟ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.