ETV Bharat / bharat

ଏପରି ନ କରିଲେ ମାଗଣା ରାସନ ପାଇବାରୁ ବଞ୍ଚିତ ହେବେ ହିତାଧିକାରୀ - AADHAAR RATION CARD LINK

author img

By ETV Bharat Odisha Team

Published : Jun 16, 2024, 2:25 PM IST

Aadhaar Ration Card Linking: ଆପଣ ରାସନକାର୍ଡ ହିତାଧିକାରୀ କି ? ଯଦି ହଁ ତେବେ ପଢି ନିଅନ୍ତୁ ଏହି ଖବର । ନଚେତ ରାସନ ପାଇବାରୁ ବଞ୍ଚିତ ହେବେ । ଅଧିକ ପଢନ୍ତୁ

link Aadhaar with ration card extended
link Aadhaar with ration card extended (ETV BHARAT ODISHA)

ନୂଆଦିଲ୍ଲୀ: ଯଦି ଆପଣ ରାସନକାର୍ଡ ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏହି ଖବର । ରାସନକାର୍ଡର ଭେରିଫିକେସନ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି । ଏଥି ପାଇଁ ହିତାଧିକାରୀମାନେ ରାସନକାର୍ଡରେ ଆଧାରକାର୍ଡ ସଂଯୋଗ କରିବେ । ଯଦି ଆପଣ ଏହା ନ କରନ୍ତି ତେବେ ରାସନ ପାଇବାରୁ ଆପଣ ବଞ୍ଚିତ ହେବେ । କେନ୍ଦ୍ର ସରକାର ରାସନକାର୍ଡରେ ଆଧାର ସଂଯୋଗ କରିବାର ସମୟ ସୀମାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆଧାର ସଂଯୋଗ ପାଇଁ ଜୁନ୍ 30 ଶେଷ ତାରିଖ ରହିଥିଲା । କିନ୍ତୁ ଏହାକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି । ରାସନକାର୍ଡର ଅପବ୍ୟବହାରକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦେଶରେ ରାସନ କାର୍ଡର ଅପବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସରକାର ଆଧାରକାର୍ଡକୁ ରାସନକାର୍ଡ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନେକ ହିତାଧିକାରୀ ଏହା କରିସାରିଥିବା ବେଳେ ଯେଉଁମାନେ କରିନାହାନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକରା ପୁନର୍ବାର ସମୟସୀମା ବୃଦ୍ଧି କରିଛନ୍ତି । କିଛି ସ୍ଥାନରେ ମୃତବ୍ୟକ୍ତି ତଥା ବାହାର ଲୋକ ମଧ୍ୟ ରାସନକାର୍ଡରେ ରାସନ ନେଉଛନ୍ତି । ତେଣୁ ସରକାର ହିତାଧିକାରୀଙ୍କ ଇ-କେଓ୍ବାସି କରାଉଛନ୍ତି । ଏହାପରେ ମୃତ ବ୍ୟକ୍ତିଙ୍କ ନାମରେ ରହିଥିବା ରାସନ କାର୍ଡ ହଟାଇ ଦିଆଯିବ ଏବଂ ଯେଉଁ ପରିବାରରେ ଯେତିକି ସଦସ୍ୟ ରହୁଛନ୍ତି ସେହି ଅନୁଯାୟୀ ରାସନ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-ସାଇବର କାଫେରୁ ଆଧାରକାର୍ଡ ବାହାର କରୁଥିଲେ ସାବଧାନ !

କିପରି ଲିଙ୍କ କରିବେ ?

କମନ୍ ସର୍ଭିସ୍ ସେଣ୍ଟର (CSC) ରେ ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଧାର ଏବଂ ରାସନ୍ କାର୍ଡ ସହିତ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ ଏବଂ ବାୟୋମେଟ୍ରିକ୍ ଯାଞ୍ଚ କରିବାକୁ ପଡିବ । ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆଧାର-ରାସନ କାର୍ଡକୁ ମଧ୍ୟ ଲିଙ୍କ୍ କରିପାରିବେ ।

ଅନନାଇନରେ ଆଧାର-ରାସନ କାର୍ଡକୁ କିପରି ଲିଙ୍କ୍ କରିବେ?

  • ପ୍ରଥମେ ଆପଣଙ୍କୁ PDS ପୋର୍ଟାଲ ଖୋଲିବାକୁ ପଡିବ
  • ଏହାପରେ ଆକ୍ଟିଭ୍ ରାସନ କାର୍ଡ ଆଧାର ଲିଙ୍କ ଉପରେ କ୍ଲିକ୍ କରିବେ
  • ପରେ ଆଧାରକାର୍ଡ, ରାସନକାର୍ଡ ଓ ମୋବାଇଲ ନମ୍ବର ଦେବେ
  • ମୋବାଇଲ ନମ୍ବରକୁ ଓଟିପି ଆସିବା ପରେ ଏହାକୁ ଏଣ୍ଟ୍ରି କରିବେ
  • ଏହାପରେ ଆଧାର-ରାସନକାର୍ଡ ସହ ସଂଯୋଗ ହୋଇଯିବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.