ଆଇପିଏଲ ଟ୍ରଫି ହାତେଇଲା KKR, ଚାଲିଛି ଜୋରଦାର ସେଲିବ୍ରେସନ - ipl 2024

By ETV Bharat Odisha Team

Published : May 27, 2024, 8:05 AM IST

thumbnail
Kolkata Knight Riders (@KKRiders)

ଚେନ୍ନାଇ: ଶେଷ ହୋଇଛି ଆଇପିଏଲର 17ତମ ସଂସ୍କରଣ । ହାଇଦ୍ରାବାଦକୁ ହରାଇ ଟ୍ରଫି ହାତେଇଛି କୋଲକାତା ନାଇଟ ରାଇଡର୍ସ । ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଛି କେକେଆର । ଶ୍ରେୟସ ଆୟରଙ୍କ ନେତୃତ୍ବରେ ଚଳିତ ବର୍ଷ ଦଳ ପ୍ରଭାବି ପ୍ରଦର୍ଶନ କରିଥିଲା । ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା ଦଳ । ବିଜୟ ପରେ ଏବେ ସେଲିବ୍ରେସନ ଚାଲିଛି । କେକ୍‌ କାଟି ଖୁସି ମନାଉଛନ୍ତି ଦଳର ଅଧନାୟକଙ୍କ ସମେତ ସମସ୍ତ ଖେଳାଳି । ଫାଇନାଲରେ 8 ଓ୍ବିକେଟରେ ଏସଆରଏଚକୁ ହରାଇଥିଲା କେକେଆର । ସୁନିଲ ନାରିନ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ବେଳେ ମିଚେଲ ଷ୍ଟାର୍କ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଗତକାଲି 3 ଓଭର ବୋଲି କରି 14 ରନ ଦେଇ 2ଟି ଓ୍ବିକେଟ ନେଇଥିଲେ ଷ୍ଟାର୍କ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.