ETV Bharat / sports

ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ ରାଜସ୍ଥାନ ରୟାଲ୍ସ - IPL 2024

author img

By ETV Bharat Odisha Team

Published : May 15, 2024, 8:16 AM IST

Updated : May 15, 2024, 8:50 AM IST

IPL 2024: ଆଇପିଏଲ ୨୦୨୪ । ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମ୍ୟାଚରେ ଦିଲ୍ଲୀ ବିଜୟୀ । ଏହି ବିଜୟୀ ପରେ ପଏଣ୍ଟ ଟେବୁଲରେ ୫ ନମ୍ବର ସ୍ଥାନ ହାସଲ କରିଛି ଦିଲ୍ଲୀ । ସେପଟେ ଦିଲ୍ଲୀର ବିଜୟ ପରେ ରାଜସ୍ଥାନ ରୟାଲ୍ସର ପ୍ଲେ-ଅଫ ନିଶ୍ଚିତ ହୋଇଯାଇଛି । ଅଧିକ ପଢନ୍ତୁ

IPL 2024
IPL 2024 (ETV Bharat)

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୬୪ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୧୯ ରନରେ ହରାଇ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟୀ ପରେ ପଏଣ୍ଟ ଟେବୁଲରେ ୫ ନମ୍ବର ସ୍ଥାନ ହାସଲ କରିଛି ଦିଲ୍ଲୀ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଅଭିଷେକ ପୋରେଲ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଇଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ବଳରେ ଏହି ବିଜୟୀ ହାସଲ କରିଛି ଦିଲ୍ଲୀ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଓ୍ବିକେଟ ହରାଇ ୨୦୮ରନ ସଂଗ୍ରହ କରିଥିଲା । ଏହି ରନକୁ ପିଛା କରି ଲକ୍ଷ୍ନୌ ୯ ଓ୍ବିକେଟ ହରାଇ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା । ଘାତକ ବୋଲିଂ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇଶାନ୍ତ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଫଳରେ ରାଜସ୍ଥାନ ରୟାଲ୍ସର ପ୍ଲେ-ଅଫ ନିଶ୍ଚିତ ହୋଇଯାଇଛି । ଏହାପୂର୍ବରୁ ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେ- ଅଫ ପହଞ୍ଚି ସାରିଛି । ସେହିପରି ଉଭୟ ଲକ୍ଷ୍ନୌ ଓ ଦିଲ୍ଲୀର ପ୍ଲେ ଅଫରେ ପହଞ୍ଚିବା ଆଶା ମଉଳି ଯାଇଛି । LSGର ରନ ରେଟ୍-୦.୭୮୭ ଥିବାବେଳେ କ୍ୟାପିଟାଲର ରନ ରେଟ୍ -୦.୩୩୭ ରହିଛି । ପ୍ରଥମ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ଲିଗ ମ୍ୟାଚ ଖେଳିଛି । ବର୍ତ୍ତମାନ ଅନ୍ୟ ୨ଟି ସ୍ଥାନ ପାଇଁ ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଟିମ୍ ଦୌଡରେ ରହିଛନ୍ତି । ୧୪ ପଏଣ୍ଟ ହାସଲ କରିସାରିଥିବା ସନରାଇଜର୍ସ ହାଇଦ୍ରାବାଦ ହାତରେ ଆହୁରି ୨ଟି ମ୍ୟାଚ ବାକି ଥିବାବେଳେ ପ୍ଲେ- ଅଫ ଦୌଡରେ ତୃତୀୟ ସ୍ଥାନ ଅଧିକାର କରିବା ଆଶା ଏହାର ଅଧିକ ରହିଛି । ସେହିଭଳି ଚେନ୍ନାଇ ଓ ବେଙ୍ଗାଲୁରୁ ପରସ୍ପର ବିପକ୍ଷରେ ଶେଷ ଲିଗ ଖେଳିବେ । ସୁପରକିଙ୍ଗ୍ସ ଓ ସନରାଇଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିl ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବାବେଳେ ବେଙ୍ଗାଲୁରୁ ଷଷ୍ଠ ସ୍ଥାନରେ ରହିଛି । ତେବେ ମ୍ୟାଚ ସମୀକରଣ ଅନୁଯାୟୀ ଯଦି ଅନ୍ତିମ ମ୍ୟାଚରେ RCB ଚେନ୍ନାଇ ସୁପରକିଙ୍ଗ୍ସକୁ ୧୮ ରନ ବ୍ୟବଧାନରେ ହରାଇବ କିମ୍ବା ଦ୍ୱିତୀୟରେ ବ୍ୟାଟିଂ କରି ୧୮.୧ ଓଭରରେ ବିଜୟ ହାସଲ କରିବ ତେବେ ପ୍ଲେ -ଅଫରେ ପ୍ରବେଶ କରିପାରିବ ।

ଏହାମଧ୍ୟ ପଢନ୍ତୁ.. ଲକ୍ଷ୍ନୌ କ୍ୟାପଟେନ ଓ ମାଲିକ ବିବାଦ ଘଟଣାରେ ମୁହଁ ଖୋଲିଲେ କୋଚ, 'ଛୋଟ କଥାରୁ ବଡ ବିବାଦ' - KL Rahul Sanjiv Goenka Controversy

ମଙ୍ଗଳବାର ଅରୁଣ ଜେଟଲୀ ପଡିଆରେ ଅନୁଷ୍ଠିତ ମ୍ୟାଚରେ LSG ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ମ୍ୟାକ ଗର୍କ ଓ ଅଭିଷେକ ପୋରେଲ ପଡିଆକୁ ଓହ୍ଲାଇଥିଲେ । ହେଲେ ମାତ୍ର ୨ଟି ବଲ ଖେଳି କୌଣସି ରନ ସଂଗ୍ରହ ନକରି ପାଭିଲିୟନକୁ ଫେରିଥିଲେ ମ୍ୟାକଗର୍କ । ଏହାପରେ ଅଭିଷେକ ପୋରେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୩୩ ବଲ ଖେଳି ୫ ଚୌକା ଓ ୪ଟି ଛକା ସହ ୫୮ ରନ ଯୋଡି ଟିମକୁ ସୁଧାର ସ୍ଥିତିକୁ ଆଣିଥିଲେ । ସେହିଭଳି ଶେଷ ଆଡକୁ ଟ୍ରିଷ୍ଟନ ଷ୍ଟବ୍ସ ୨୫ଟି ବଲରୁ ଅପରାଜିତ ୫୭ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୨୦୮ ରନରେ ପହଞ୍ଚିଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ ୨୭ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ସହ ୩୮ ରନ ସଂଗ୍ରହ କରିଥିଲେ । କ୍ୟାପଟେନ ଋଷବ ପନ୍ତ ୨୩ଟି ବଲ ଖେଳି ୩୩ ରନ ସଂଗ୍ରହ କରିଥିଲେ ।

ଅନ୍ୟପଟେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପ୍ରାରମ୍ଭିକରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶେଷ ବଲ ପର୍ଯ୍ୟନ୍ତ ଲଢେଇ କରିଥିଲା । ୨୦୯ ରନର ପିଛା କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୮୯ ରନ ହାସଲ କରିଥିଲା । ନିକୋଲାସ ପୁରନ ୨୭ଟି ବଲରୁ ୬୧ (୬ ଚୌକା ଓ ୪ ଛକା) ରନ ସଂଗ୍ରହ କରିଥିବା ବେଳେ ଅର୍ସଦ ଖାନ ୩୩ ବଲ ଖେଳି ୩ଟି ଚୌକା ଓ ୫ଟି ଛକା ସହ ୫୮ ରନ ହାସଲ କରିଥିଲେ । ଶେଷ ପର୍ଯ୍ୟନ୍ତ ଅର୍ସଦ ଲଢେଇ କରିଥିଲେ ହେଁ ଟିମକୁ ଜିତାଇ ପାରିନଥିଲେ । ଇଶାନ ପ୍ରାରମ୍ଭରୁ ୩ଟି ଓ୍ବିକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଏଥିସହ ଲକ୍ଷ୍ନୌର ପ୍ଲେ ଅଫରେ ପହଞ୍ଚିବା ଆଶା ଧୂଳିସାତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 15, 2024, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.