ETV Bharat / sports

ଲକ୍ଷ୍ନୌ କ୍ୟାପଟେନ ଓ ମାଲିକ ବିବାଦ ଘଟଣାରେ ମୁହଁ ଖୋଲିଲେ କୋଚ, 'ଛୋଟ କଥାରୁ ବଡ ବିବାଦ' - KL Rahul Sanjiv Goenka controversy

author img

By ETV Bharat Odisha Team

Published : May 14, 2024, 2:17 PM IST

KL Rahul Sanjiv Goenka controversy: ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ କ୍ୟାପଟେନ ଓ ମାଲିକ ବିବାଦ ଘଟଣାରେ ମୁହଁ ଖୋଲିଲେ କୋଚ ଲାନ୍ସ କ୍ଲୁଜେନର । କହିଲେ ଛୋଟ କଥାରୁ କରାଯାଇଛି ବଡ । ଅଧିକ ପଢନ୍ତୁ

KL Rahul Sanjiv Goenka controversy
KL Rahul Sanjiv Goenka controversy (AP Photos)

ନୂଆଦିଲ୍ଲୀ: ଲକ୍ଷ୍ମୌ ସୁପର ଜିଆଣ୍ଟ୍ସ କ୍ୟାପଟେନ କେ ଏଲ ରାହୁଲ ଓ ଟିମ ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ବିବାଦକୁ ନେଇ ସହାୟକ କୋଚ ଲାନ୍ସ କ୍ଲୁଜେନର ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରି ମ୍ୟାଚ କନଫରେନ୍ସ ସମୟରେ ସେ କହିଛନ୍ତି ,' ଏହି ବିବାଦ ଛୋଟ କଥାକୁ ନେଇ ବଡ କରିବା ଭଳି । ୨ ଜଣ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ମଧ୍ୟରେ ମୋତେ କୌଣସି ସମସ୍ୟା ଦେଖାଯାଉନାହିଁ । ଏହା ଆମ ପାଇଁ ବଡ କଥା ନୁହେଁ । ତେବେ ଗତ ବୁଧବାର ଦିନ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟ ହୋଇଥିଲା ଲକ୍ଷ୍ନୌ । ଯାହାକୁ ନେଇ ସଞ୍ଜୀବ ଗୋଏଙ୍କା କ୍ୟାପଟେନ କେ ଏଲ ରାହୁଲଙ୍କୁ କିଛି କହିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଲାନ୍ସ କ୍ଲୁଜେନର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଉ ମଧ୍ୟ କହିଛନ୍ତି ଯେ, "କେ ଏଲ ରାହୁଲଙ୍କର ଖେଳରେ ଏକ ବିଶେଷ ଷ୍ଟାଇଲ ରହିଛି ଯାହା ତାଙ୍କୁ ଏକ ଚମତ୍କାର ଖେଳାଳି ବନାଇଥାଏ ଓ ସାରା ବିଶ୍ବରେ ତାଙ୍କୁ ସମ୍ମାନ ଦେଇଥାଏ ।"

ସୂଚନାଯୋଗ୍ୟ, ବୁଧବାର ଦିନ ଖେଳାଯାଇଥିବା ଆଇପିଏଲର 57ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହାଇଦ୍ରାବାଦ ସନରାଇଜର୍ସଠାରୁ ଶୋଚନୀୟ ପରାଜୟ ହୋଇଥିଲା । ଟ୍ରାଭିସ ହେଡ ଓ ଅଭିଶେଖ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଏହି ମ୍ୟାଚରେ 10 ଓ୍ବିକେଟେରେ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା ଏଲଏସଜି । ମ୍ୟାଚ ହାରିବାକୁ ନେଇ କ୍ୟାପଟେନ କେଏଲ ରାହୁଲଙ୍କ ଉପରେ ଖପ୍ପା ହୋଇଥିଲେ ମାଲିକ ସଞ୍ଜୀବ ଗୋଏଙ୍କା । ଭିଡିଓରେ ୨ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଅଙ୍ଗୀଭଙ୍ଗୀରୁ ଜଣାପଡୁଥିଲା ଯେ ସଞ୍ଜୀବ କେ ଏଲ ରାହୁଲଙ୍କ କ୍ଲାସ ନେବା ଭଳି ।

ଏହାମଧ୍ୟ ପଢନ୍ତୁ.. ମ୍ୟାଚ ହାରିଲା ଦଳ; କ୍ୟାପଟେନଙ୍କୁ ଗାଳି କଲେ ମାଲିକ, ଭିଡିଓ ଭାଇରାଲ - IPL 2024

ଭିଡିଓରେ ରାହୁଲଙ୍କୁ ସଞ୍ଜୀବ କଣ କହୁଛନ୍ତି ତାହା ଶୁଣାଯାଉନଥିଲେ ମଧ୍ୟ ସେ ରାଗିଥିବା ସ୍ପଷ୍ଟ ବାରି ହୋଇପଡୁଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା । କେ ଏଲ ରାହୁଲଙ୍କ ଫ୍ୟାନ୍ସମାନେ ଏହାକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ । କ୍ୟାମେରା ସମ୍ମୁଖରେ ରାହୁଲଙ୍କୁ ସଞ୍ଜୀବ ତାଗିତ କରୁଥିବା ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ସୋସିଆଲ ମିଡିଆ ୟୁଜର୍ସ । ତେବେ ଏହି ବିବାଦକୁ ନେଇ କ୍ଲୁଜେନର ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଛୋଟ କଥାକୁ ବଡ କରାଯାଇଥିବା କହିଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.