ETV Bharat / sports

ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁକାବିଲା, ପ୍ଲେ ଅଫ ପାଇଁ ଶେଷ ସୁଯୋଗ - IPL 2024

author img

By ETV Bharat Odisha Team

Published : May 14, 2024, 2:19 PM IST

IPL 2024: ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା । ପ୍ଲେ ଅଫରେ ରହିବାକୁ ଦୁଇ ଦଳ ପାଖରେ ଶେଷ ସୁଯୋଗ । ଅଧିକ ପଢନ୍ତୁ

IPL 2024
IPL 2024 (@LucknowIPL@DelhiCapitals)

ନୂଆଦିଲ୍ଲୀ: ଆଇପିଏଲର 17ତମ ସଂସ୍କରଣରେ ଆଜି 64ତମ ମ୍ୟାଚ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଦୁଇ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ପ୍ଲେ ଅଫ ରେସରେ ରହିବାକୁ ହେଲେ ଏହି ମ୍ୟାଚରେ ବିଜୟୀ ହେବା ଜରୁରୀ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ପନ୍ତ ଓ ରାହୁଲ ବାହିନୀ । କ୍ୟାପିଟାଲ୍ସ ଶେଷ ଲିଗ ମ୍ୟାଚ ଖେଳିବ ଓ ଲକ୍ଷ୍ନୌ 13ତମ ମ୍ୟାଚ ଖେଳିବ ।

ଗତ 12 ତାରିଖରେ ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ 6 ଓ୍ବିକେଟରେ ରାହୁଲ ବାହିନୀକୁ ପରାସ୍ତ କରିଥିଲା ଋଷଭ ବାହିନୀ । ତେଣୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । ସେପଟେ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ରଣନୀତି ସହ ଦଳକୁ ପ୍ରସ୍ତୁତ କରିଛନ୍ତି ରାହୁଲ । ଲକ୍ଷ୍ନୌ ଶେଷ ମ୍ୟାଚ ହାଇଦ୍ରାବାଦ ସହ ଖେଳିଥିଲା । କିନ୍ତୁ ଦଳ ପରାଜିତ ହେବାରୁ ମାଲିକ ଅଧିନାୟକ ରାହୁଲଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଲକ୍ଷ୍ନୌ ଶେଷ2ଟି ଯାକ ମ୍ୟାଚରେ ଯଦି ବିଜୟୀ ହୋଇଯାଏ ତେବେ ପ୍ଲେ ଅଫରେ ସ୍ଥାନ ପକ୍କା । 12ଟି ମ୍ୟାଚ ଖେଳି 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଏଲଏସଜି ।

ଏହା ମଧ୍ୟ ପଢନ୍ତୁ-ବର୍ଷା ଧୋଇନେଲା KKR-GT ମ୍ୟାଚ, ପ୍ଲେ ଅଫ୍ ଟିକେଟ ହାତେଇଲା କୋଲକାତା - IPL 2024

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ 13ଟି ମ୍ୟାଚ ଖେଳି12 ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା କ୍ୟାପିଟାଲ୍ସ । ତେଣୁ ଆଜି ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଶେଷ ଲିଗ ମ୍ୟାଚ ଖେଳି ଦଳ ବିଜୟୀ ହେବା ଆଶା ରଖିଛି । ପୂର୍ବ ମ୍ୟାଚରେ ଋଷଭ ବାଦ ପଡିଥିଲେ, ଆଜି କିନ୍ତୁ ଖେଳିବେ । ତାଙ୍କ ବ୍ୟାଟରୁ ଭଲ ରନ ଆଶିବା ନେଇ ଦଳ ଆଶାବାଦୀ । ଦଳ ଆଜି ବିଜୟୀ ହେଲେ ପ୍ଲେ ଅଫ ରେସରେ ରହିବ ନ ହେଲେ ଆଉଟ ହୋଇଯିବ । ତେଣୁ ଆଜିର ମ୍ୟାଚ ଦିଲ୍ଲୀ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଦୁଇ ଦଳ ମଧ୍ୟରେ ଆଜି ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.