ETV Bharat / sports

ବର୍ଷା ଧୋଇନେଲା KKR-GT ମ୍ୟାଚ, ପ୍ଲେ ଅଫ୍ ଟିକେଟ ହାତେଇଲା କୋଲକାତା - IPL 2024

author img

By ETV Bharat Odisha Team

Published : May 14, 2024, 7:31 AM IST

IPL 2024: ବାଧକ ସାଜିଲା ବର୍ଷା, ମଉଳିଲା ଗୁଜୁରାଟର ପ୍ଲେ ଅଫରେ ପହଞ୍ଚିବା ଆଶା । ଆଇପିଏଲର 63ତମ ମୁକାବିଲାରେ ପଏଣ୍ଟ ଭାଗ ପରେ ପ୍ଲେ ଅଫରୁ ବାଦ ପଡିଲା ଗୁଜୁରାଟ । ଅଧିକ ପଢନ୍ତୁ

Etv Bharat
Etv Bharat (@gujarat_titans)

ଅହମ୍ମଦାବାଦ: ବର୍ଷା ଧୋଇନେଲା ଚଳିତ ଆଇପିଏଲ ସିଜିନର 63 ତମ ମ୍ୟାଚ । ମଉଳିଗଲା ଗିଲ ବାହିନୀର ପ୍ଲେ ଅଫର ଆଶା । କୋଲକାତା ସହ ପଏଣ୍ଟ ଭାଗ ପରେ ପ୍ଲେ ଅଫ ରେସରୁ ବାଦ ପଡିଲା ଗୁଜୁରାଟ ଟାଇଟନ୍ସ । 13ଟି ମ୍ୟାଚରୁ 19 ପଏଣ୍ଟ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ କୋଲକାତା ନାଇଟ ରାଇଡର୍ସ । 13ଟି ମ୍ୟାଚରୁ 11 ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହି ପ୍ଲେ ଅଫରୁ ବାଦ ପଡିଛି ଜିଟି ।

ସୋମବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଯମୟରେ ଗୁଜୁରାଟ ଟାଇଟନ୍ସ ଓ କୋଲକାତା ମଧ୍ୟରେ ମ୍ୟାଚ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ ବାତିଲ ହୋଇଥିଲା । ଅପରାହ୍ନରୁ ବର୍ଷା ଲାଗି ରହିବାରୁ ଟସ୍ ପଡିବାରେ ବିଳମ୍ବ ହୋଇଥିଲା । ସାଢେ 10ଟା ପରେ ଟସ ପଡିବାକୁ ନିଷ୍ପତ୍ତି ହେବା ପରେ ପୁଣି ବର୍ଷା ଆରମ୍ଭ ହୋଇଥିଲା । ଶେଷରେ ମ୍ୟାଚ ବାତିଲ ହୋଇ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା । ଆସନ୍ତା 16 ତାରିଖରେ ଗୁଜୁରାଟ ହାଇଦ୍ରାବାଦ ବିପକ୍ଷରେ ଶେଷ ମ୍ୟାଚ ଖେଳି ଅଭିଯାନ ଶେଷ କରିବ ।

ଏହା ମଧ୍ୟ ପଢନ୍ତୁ-ଆସିଲା ଆଇପିଏଲ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ, ମେ' 26ରେ ଫାଇନାଲ - IPL 2024

ଆଇପିଏଲରେ ଏବେ ଜାରି ରହିଛି ପ୍ଲେ ଅଫ ରେସ । ପ୍ରତିଟି ଦଳ 14ଟି ଲେଖାଏଁ ଲିଗ ମ୍ୟାଚ ଶେଷ କରିବା ପରେ ପଏଣ୍ଟ ଟେବୁଲର ଟପ 4ରେ ରହିବା ଦଳ ପ୍ଲେ ଅଫ ଖେଳିବେ । ଏଥି ପାଇଁ ସବୁ ଦଳ କସରତ ଚଳାଇଛନ୍ତି । ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫରେ ପ୍ରବେଶ କରିସାରିଛି । ରାଜସ୍ଥାନ ମଧ୍ୟ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ ରାସ୍ତା ପରିସ୍କାର କରିଛି । ଅନ୍ୟପଟେ ଏହି ରେସରେ ଏବେ ରହିଛନ୍ତି ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ ଓ ଲକ୍ଷ୍ନୌ । ଏହି 5 ଟି ଦଳ ମଧ୍ୟରୁ 2ଟି ଦଳ ପ୍ଲେଲ ଅଫରେ ପ୍ରବେଶ କରିବେ ।

ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଦଳ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ମେ' 21 ତାରଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହାପରେ ମେ' 22ରେ ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ ସେହି ଷ୍ଟାଡିୟମରେ ଖେଳାଯିବ । ମେ' 24 ତାରିଖରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ମେ' 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.