ETV Bharat / sports

ଶେଷ ଲିଗ ମ୍ୟାଚ: ପଞ୍ଜାବକୁ ଭେଟିବ ହାଇଦ୍ରାବାଦ, ରାଜସ୍ଥାନ-କୋଲକାତା ଫାଇଟ - IPL 2024

author img

By ETV Bharat Odisha Team

Published : May 19, 2024, 2:14 PM IST

IPL 2024: ଆଜି ଆଇପିଏଲରେ ଡବଲ ହେର୍ଡର ମ୍ୟାଚ । ଶେଷ 2ଟି ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ କୋଲକାତା । ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

IPL 2024
IPL 2024 (@IPL)

ହାଇଦ୍ରାବାଦ: ଆଜି ଆଇପିଏଲରେ ଶେଷ ହେବ ଲିଗ ପର୍ଯ୍ୟାୟ ମ୍ୟାଚ । ଶେଷ ଦୁଇଟି ଲିଗ 69 ଓ 70ତମ ମ୍ୟାଚ ଆଜି ଖେଳାଯିବ । ଅପରାହ୍ନରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ । ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ । ସେପଟେ ଶେଷ ମ୍ୟାଚରେ ବିଜୟୀ ହୋଇ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ପଞ୍ଜାବ । ରାଜସ୍ଥାନ ପରାଜୟ ଧାରାରେ ବ୍ରେକ ଲଗାଇ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ହୋଇଥିବା ବେଳେ ପଏଣ୍ଟ ଟେବୁଲର ଶୀର୍ଷରେ ଦବଦବା ଜାରି ରଖିଛି କୋଲକାତା ।

PBKS VS SRH: ଅପରାହ୍ନ 3ଟା 30ରେ ହାଇଦ୍ରାବାଦରେ ଏସଆରଏଚ ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯିବ । ଦଳ ପ୍ଲେ ଅଫରୁ ବାଦ ପଡିଥିଲେ ମଧ୍ୟ ସମ୍ମାନ ବଞ୍ଚାଇବାକୁ ଜୋରଦାର କସରତ କରିବ । ଅଧିନାୟକ ସାମ କୁରାନ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜି ଦଳର ନେତୃତ୍ୱ ନେବେ ଜିତେଶ ଶର୍ମା । ହାଇଦ୍ରାବାଦ ପ୍ଲେ ଅଫରେ ପ୍ରବେଶ କରିଥିଲେ ମଧ୍ୟ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନ ପାଇଁ ଆଜି ଲଢେଇ କରିବ ।

ଏହା ମଧ୍ୟ ପଢନ୍ତୁ-ଆଗାମୀ ଆଇପିଏଲର ପ୍ରଥମ ମ୍ୟାଚରୁ ହାର୍ଦ୍ଦିକ ବାସନ୍ଦ, ଜାଣନ୍ତୁ କାହିଁକି... - Hardik Pandya suspended

RR VS KKR: ଚଳିତ ସିଜିନରେ ପ୍ଲେ ଅଫକୁ 4ଟି ଦଳ ପ୍ରବେଶ କରିସାରିଛନ୍ତି । ପଏଣ୍ଟ ଟେବୁଲର ଟପ 4 ଦଳ ମଧ୍ୟରେ ପ୍ଲେ ଅଫ ଖେଳାଯିବ । ପ୍ରଥମ ଦଳ ଭାବେ କୋଲକାତା ପ୍ଲେ ଅଫକୁ ପ୍ରବେଶ କରିଥିବା ବେଳେ ପରେ ରାଜସ୍ଥାନ, ହାଇଦ୍ରାବାଦ ଓ ଶେଷରେ ବେଙ୍ଗାଲୁରୁ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି । ଚଳିତ ସିଜିନରେ ଆରମ୍ଭରୁ ରାଜସ୍ଥାନର ପ୍ରଦର୍ଶନ ଦମଦାର ରହିଥିବା ବେଳେ ଲଗାତାର 4ଟି ମ୍ୟାଚ ହାରିଛି । ଫଳରେ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ସାମସନ ବାହିନୀ । ଯଦି ଆଜିର ମ୍ୟାଚ ହାରିଯାଏ ଆରଆର ତେବେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସିଯିବ । କୋଲକାତା ଶୀର୍ଷ ସ୍ଥାନ ବଜାୟ ରଖିଛି, ଆଜିର ମ୍ୟାଚ ହାରିଲେ ବି ଦଳ 1 ନମ୍ବରରେ ରହିବା ନିଶ୍ଚିନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.