ETV Bharat / sports

ରାଜସ୍ଥାନକୁ ବିଦା କଲା ହାଇଦ୍ରାବାଦ, ରବିବାର KKR ସହ ଫାଇନାଲ ଟକ୍କର - IPL 2024

author img

By ETV Bharat Odisha Team

Published : May 25, 2024, 9:11 AM IST

IPL 2024 Qualifier 2: କ୍ବାଲିଫାୟର 2ରେ ହାରିଲା ରାଜସ୍ଥାନ । ଆସନ୍ତା 26ରେ ଫାଇନାଲରେ କୋଲକାତା ସହ ଖେଳିବ ହାଇଦ୍ରାବାଦ । ଅଧିକ ପଢନ୍ତୁ

IPL 2024 Qualifier 2
IPL 2024 Qualifier 2 (@srhfansofficial)

ଚେନ୍ନାଇ: ଧୂଳିସାତ ହେଲା ରାଜସ୍ଥାନର ଫାଇନାଲ ଆଶା । ଆଇପିଏଲର କ୍ବାଲିଫାୟର 2ରେ ରାଜସ୍ଥାନକୁ ହରାଇ ଫାଇନାଲରେ ସନ ରାଇଜର୍ସ ହାଇଦ୍ରାବାଦ । ଆସନ୍ତା 26 ତାରିଖରେ ଫାଇନାଲ ମ୍ୟାଚରେ କୋଲକାତାକୁ ଭେଟିବ ଏସଆରଏଚ । କ୍ବାଲିଫାୟର 2ରେ 36 ରନରେ ସାମସନ ବାହିନୀକୁ ପରାସ୍ତ କରିଛି କମିନ୍ସ ବାହିନୀ । ହେନେରିଚ କ୍ଲାସେନଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ସେହେବାଜ ଅହମ୍ମଦଙ୍କ ଘାତକ ବୋଲିଂରେ ଦଳ ବିଜୟୀ ହୋଇଛି । ପ୍ଲେ ଅଫର ପ୍ରଥମ କ୍ବାଲିଫାୟର ମ୍ୟାଚରେ କେକେଆର-ଏସଆରଏଚ ମୁହିଁମୁହିଁ ହୋଇଥିଲେ । ପୁଣି ଦୁଇ ଦଳ ଫାଇନାଲରେ ଭେଟାଭେଟି ହେବେ । ତୃତୀୟ ଥର ପାଇଁ SRH ଫାଇନାଲ ଖେଳିବାକୁ ଯାଉଛି । 2016ରେ ଟ୍ରଫି ହାତେଇଥିଲା ହାଇଦ୍ରାବାଦ ।

ଶୁକ୍ରବାର ଚେପକ ଷ୍ଟାଡିୟମରେ କ୍ବାଲିଫାୟର 2 ମୁକାବିଲା ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା । 20 ଓଭରରେ 9 ଓ୍ବିକେଟ ହରାଇ 175 ରନ କରିଥିଲା କମିନ୍ସ ବାହିନୀ । ଟ୍ରାଭିସ ହେଡ 34, ରାହୁଲ 37 ଓ କ୍ଲାସେନ ସର୍ବାଧିକ 50 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଅଭେଷ ଖାନ 3,ଟ୍ରେଣ୍ଟ 3 ଓ ସନ୍ଦିପ ଶର୍ମା 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ଦ୍ବିତୀୟ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ SRH-RR ପାଖରେ ଶେଷ ସୁଯୋଗ - IPL 2024

176 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । କିନ୍ତୁ ଧିମା ବ୍ୟାଟିଂ ଯୋଗୁଁ ଦଳ ପରାଜିତର ଶିକାର ହୋଇଥିଲା । ଆରମ୍ଭରୁ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ମଧ୍ୟ କ୍ୟାଡମୋର 10 ଓ ସଞ୍ଜୁ ସାମସନ ମାତ୍ର 10 ରନ କରି ଆଉଟ ହୋଇଥିଲେ । ରିୟାନ ପରାଗ ମଧ୍ୟ ବ୍ୟାଟର ଯାଦୁ ଦେଖାଇ ପାରିନଥିଲେ । ସେ 6 ରନ କରି ଆଉଟ ହୋଇଥିଲେ । ପରେ ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ଧ୍ରୂବ ଜୁରେଲ । ସେ ଓଭର ଶେଷ ପର୍ଯ୍ୟନ୍ତ ଖେଳି ଅପରାଜିତ 56 ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ପାରିନଥିଲେ । ଶେଷରେ ଫାଇନାଲରେ ପହଞ୍ଚିବା ପାଇଁ ଗୋଟିଏ ପାଦ ଦୂରରେ ରହିଯାଇଥିଲା ଆରଆର । 20 ଓଭରରେ 7 ଓ୍ବିକେଟ ହରାଇ 139 ରନ କରିଥିଲା ଦଳ । ହାଇଦ୍ରାବାଦ ବୋଲରଙ୍କ ସାମ୍ନାରେ ଚାଲି ପାରିନଥିଲା ରାଜସ୍ଥାନର ଖେଳାଳିଙ୍କ ବ୍ୟାଟ । ହାଇଦ୍ରାବାଦ ପକ୍ଷରୁ ସେହେବାଜ ଅହମ୍ମଦ 3. ଅଭିଷେଖ 2ଟି ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.