ETV Bharat / bharat

ଗତ ୫ବର୍ଷରେ ୬ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ଛାଡିଛନ୍ତି ସିଟିଜେନ୍‌ସିପ୍

author img

By

Published : Nov 30, 2021, 7:07 PM IST

ଗତ ୫ବର୍ଷ ମଧ୍ୟରେ ୬ଲକ୍ଷ ଭାରତୀୟ ଛାଡିଛନ୍ତି citizenship । ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ 1,33,83,718 ନାଗରିକ ବର୍ତ୍ତମାନ ସୁଦ୍ଧା ଦେଶ ବାହାରେ । ସଂସଦ ପ୍ରଶ୍ନକାଳରେ ତଥ୍ୟ ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

ଗତ ୫ବର୍ଷରେ ୬ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଛାଡିଛନ୍ତି citizenship
ଗତ ୫ବର୍ଷରେ ୬ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଛାଡିଛନ୍ତି citizenship

ନୂଆଦିଲ୍ଲୀ: ଗତ ୫ବର୍ଷ ମଧ୍ୟରେ ୬ଲକ୍ଷ ଲୋକ ଛାଡିଛନ୍ତି ଭାରତୀୟ ନାଗରିକତ୍ବ (Number of Indian who gave up citizenship) । ଏନେଇ ଆଜି ଚର୍ଚ୍ଚାବେଳେ ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ 1,33,83,718 ଜଣ ଭାରତୀୟ ନାଗରିକ ବର୍ତ୍ତମାନ ସୁଦ୍ଧା ଭାରତ ବାହାରେ ବିଭିନ୍ନ ଦେଶରେ ବସବାସ କରୁଛନ୍ତି ।

ଜଣେ ସାଂସଦଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୧୭ରେ 1,33,049 ଭାରତୀୟ, 2018 ମସିହାରେ 1,34,561 ଜଣ ଓ 2019 ମସିହାରେ 1,44,017 ଜଣ ଦେଶ ଛାଡି ବିଦେଶ ଯାତ୍ରା କରିଥିବାବେଳେ ୨୦୨୦ ମସିହାରେ 85,248 ଭାରତୀୟ ନାଗରିକ ଓ ଚଳିତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା 1,11,287 ଜଣ ଭାରତୀୟ ଦେଶ ବାହାରକୁ ଯାଇଛନ୍ତି ।

TMC ସାଂସଦ ମାଲା ରୟ ଦେଶରେ NRCର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଭାରତୀୟ ନାଗରିକ ଜାତୀୟ ରେଜିଷ୍ଟର (NRC) ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇ ନାହାଁନ୍ତି । ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସାମରେ NRC ରେ ଅନ୍ତର୍ଭୁକ୍ତ ଏବଂ ଅନ୍ତର୍ଭୁକ୍ତ ନଥିବା ଲୋକଙ୍କ ତାଲିକା 31 ଅଗଷ୍ଟ 2019ରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.