ETV Bharat / state

କାଜୁ ଜଙ୍ଗଲରେ ଫୁଟିଲା ଗୁଳି, ଦୁଇ ଗୁରୁତର - Firing in Ganjam

author img

By ETV Bharat Odisha Team

Published : May 26, 2024, 8:26 AM IST

Firing in Ganjam: ଗଞ୍ଜାମ ଜିଲ୍ଲା ବୁଗୁଡା ପୋକସୁଙ୍ଗା ଗ୍ରାମର କାଜୁ ଜଙ୍ଗଲରେ ଗୁଳିମାଡ । ଦୁଇ ଗୁରୁତର । ଗୁଳିମାଡର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Firing in Ganjam
Firing in Ganjam (ETV Bharat Odisha)

ଗଞ୍ଜାମ: ଅଶାନ୍ତ ଗଞ୍ଜାମ କାଜୁ ଜଙ୍ଗଲରେ ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ପୋକସୁଙ୍ଗା ଗ୍ରାମର କାଜୁ ଜଙ୍ଗଲରେ ଗୁଳିମାଡ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣ ଆହତଙ୍କୁ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କେଉଁ କାରଣରୁ ଏଭଳି ଗୁଳିମାଡ କରିଛି ତାହାର କାରଣ ଏବେ ସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Firing in Ganjam (ETV Bharat Odisha)

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପୋକସୁଙ୍ଗା ଗ୍ରାମର ରଘୁନାଥ ଜାନି ଦୀର୍ଘ ଦିନ ଧରି ଆନ୍ଧ୍ରପ୍ରଦେଶରେ ରହୁଥିବା ବେଳେ ଚଳିତ ନିର୍ବାଚନରେ ମତସାବ୍ୟସ୍ତ କରିବା ପାଇଁ ଭୋଟିଂର କିଛି ଦିନ ପୂର୍ବରୁ ଗ୍ରାମକୁ ଆସିଥିଲେ । ଶନିବାର ଦିନ ପୋକସୁଙ୍ଗା ଗ୍ରାମରେ ଥିବା କାଜୁ ଜଙ୍ଗଲକୁ ରଘୁନାଥ ଜାନି ଓ ଅବକାଶ ଜାନି ଯାଇଥିବା ବେଳେ ଅତର୍କିତ ଭାବେ ଗୁଳିମାଡ ହୋଇଥିଲା । ଉଭୟଙ୍କ ଗୋଡରେ ଗୁଳି ବାଜିଥିବାବେଳେ ସେମାନେ ଗୁରୁତର ଆହତ ହୋଇପଡିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ଉଭୟଙ୍କୁ ପ୍ରଥମେ ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ - Poll Violence

ଗୁରୁତର ରଘୁନାଥ ଜାନିଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, "ନିର୍ବାଚନର କିଛି ଦିନ ପୂର୍ବରୁ ସେ ଘରକୁ ଆସିଥିବା ବେଳେ ତାଙ୍କର କାହା ସହ କୌଣସି ଶତ୍ରୁତା ନାହିଁ । କେଉଁ କାରଣଙ୍କୁ ଏହି ଗୁଳିକାଣ୍ଡ ଘଟିଲା ତାହା ଜଣାନାହିଁ ।"

ଏହାମଧ୍ୟ ପଢନ୍ତୁ.. ଖଲ୍ଲିକୋଟ ନିର୍ବାଚନୀ ହିଂସା ହତ୍ୟା ଘଟଣା, ବଢ଼ିଲା ଗିରଫଦାରୀ ସଂଖ୍ୟା - Khallikote Pre Poll Violence Case

ଅନ୍ୟପଟେ କିଏ କେଉଁ କାରଣରୁ ଏଭଳି ଗୁଳିମାଡ କରିଛି ତାହା ଏବେସୁଦ୍ଧା ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ କିଛି ମାସ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଣିଥରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଥିବା ବେଳେ ନିର୍ବାଚନ ପୂର୍ବରୁ ଏବଂ ପରେ ଏପରି ବିଭିନ୍ନ ସ୍ଥାନରେ ଅପରାଧିକ ଘଟଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପୋଲିସର ତଦନ୍ତ ପରେ ଏହି ଗୁଳିକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।


ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.