ETV Bharat / state

ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ - Poll Violence

author img

By ETV Bharat Odisha Team

Published : May 23, 2024, 11:43 AM IST

Poll Violence: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ମାମଲା । ୨୫ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ (ETV Bharat Odisha)

ବ୍ରହ୍ମପୁର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା । କେଉଁଠି କାହାକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ହଣାକଟା ହୋଇଥିଲା । ଏହିସବୁ ଘଟଣାରେ ପୋଲିସ ଏକାଧିକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ଥିବା ୨୫ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ (ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ)

ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଢ଼ିହପଡ଼ାଲ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିବା ସହ କାଳୁ ଭୂୟାଁ ସମେତ ଦୁଇ ଗୋଷ୍ଠୀର ମୋଟ ୧୦ ଜଣଙ୍କୁ ଗିରଫ କରିଛି । ଏହି କ୍ରମରେ ତାରାସିଂ ଥାନା ଅନ୍ତର୍ଗତ ୪୭ ନଂ ମତଦାନ କେନ୍ଦ୍ରରେ ପଶି ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ ତଦନ୍ତ କରି ଚାରି ଜଣଙ୍କୁ ଗିରଫ କରିଛି । ସୋରଡ଼ା ଥାନା ଅନ୍ତର୍ଗତ ରେଣ୍ଟି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଆକ୍ରମଣ କରାଯିବା ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence In Khallikote

ସେହିପରି ସୋରଡ଼ା ଥାନା ବୁଗୁଡ଼ା ଗ୍ରାମରେ ହୋଇଥିବା ଦୁଇଟି ହିଂସା ମାମଲାରେ ପୋଲିସ ୫ ଜଣଙ୍କୁ ଏବଂ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ମୋଟ ୩ ଜଣଙ୍କୁ ଗିରଫ କରିଛି । ଏନେଇ ଗଞ୍ଜାମ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଗଞ୍ଜାମରେ ଘଟିଥିବା ମୋଟ ୫ଟି ଘଟଣାକୁ ପୋଲିସ ଗୁରୁତର ସହିତ ନେଇଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।

ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ (ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ)

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂଗଠିତ ରାଜନୈତିକ ହିଂସାରେ ପୋଲିସ ମୋଟ ୨୫ ଜଣଙ୍କୁ ଗିରଫ କରିଛି । ଏହି ପର୍ଯ୍ୟାୟରେ ଆସ୍କା ସଂସଦୀୟ କ୍ଷେତ୍ରର ସାତୋଟି ବିଧାନସଭା ସମେତ କନ୍ଧମାଳ ଲୋକସଭା କ୍ଷେତ୍ରର ଗୋଟିଏ ଆସନକୁ ମିଶାଯାଇ ମୋଟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା, ଆକ୍ରମଣ ଭଳି ଅନେକ ଘଟଣା ଘଟିଥିଲା । ନିର୍ବାଚନ ସରିବା ପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିରଫଦାରୀ କରାଯିବା ସହ କୌଣସି ଗଣ୍ଡଗୋଳ କିମ୍ବା ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତି ନେଇ ହ୍ବାର୍ଟ୍ସଆପ ମେସେଜ ନମ୍ବର ୯୪୩୮୯୧୬୭୨୦ ଜରିଆରେ ସୂଚନା ଦେବା ପାଇଁ ଗଞ୍ଜାମ ପୋଲିସ ନିବେଦନ କରିଛି ।

ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ (ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ)
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ
ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ (ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ)


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.