ETV Bharat / bharat

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ - Fire Near Manipur CM Bungalow

Fire Near Manipur CM Biren Singh's Bungalow: ପୁଣି ଚର୍ଚ୍ଚାରେ ମଣିପୁର । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଲାଗିଲା ଭୀଷଣ ନିଆଁ । କିଛି ଦିନ ତଳେ ଆତଙ୍କୀ ହମଲାର ଶିକାର ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ । ଅଧିକ ପଢନ୍ତୁ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ (ETV B)
author img

By ETV Bharat Odisha Team

Published : Jun 16, 2024, 12:26 PM IST

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଗତକାଲି (ଶନିବାର) ସଂଧ୍ୟାରେ ସିଭିଲ ସେକ୍ରେଟେରିଏଟ କମ୍ପଲେକ୍ସ ଲେନରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରହୁଥିବା ବଙ୍ଗଳା ନିକଟବର୍ତ୍ତୀ ସ୍ଥାନରେ ଥିବା ଏକ ଅଟ୍ଟାଳିକାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କିଛି ଘଣ୍ଟା ମଧ୍ୟରେ ଫାଏର ଟିମ୍‌ ଏହି ନିଆଁକୁ ଆୟତ୍ତ କରିଛି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । ନିଆଁ ଲାଗିବାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନି ।

ଗତକାଲି ସଂଧ୍ୟାରେ ଏହି ସ୍ଥାନରେ ନିଆଁ ଲାଗିଯିବା ପରେ ହଠାତ ଆଲର୍ଟ ସାଇରନ ବାଜିଥିଲା । ମଣିପୁର ମୁଖ୍ୟମନ୍ତ୍ରୀ ଓ ପୋଲିସ ମୁଖ୍ୟାଳୟ ଥିବା ସିଭିଲ ସେକ୍ରେଟେରିଏଟ ଲେନର ମାତ୍ର କେଇ ଶହ ମିଟର ଦୂରରେ ଥିବା ଏକ ଅଟ୍ଟାଳିକାରେ ଏହି ଅଗ୍ନିକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ଏପରି କରିଛି, ନା ଅଘଟଣବଶତଃ ନିଆଁ ଲାଗିଛି, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ନିଆଁକୁ ଆୟତ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି । କେହି ମୃତାହତ ଖବର ସାମ୍ନାକୁ ଆସିନଥିବା କାରଣରୁ ଉକ୍ତ ବିଲ୍ଡିଂରେ କେହି ନଥିବା ଅନୁମାନ କରାଯାଉଛି । ମାତ୍ର ପ୍ରବଳ ହିଂସାର ସାମ୍ନା କରିଥିବା ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏତେ ବଡ ଅଗ୍ନିକାଣ୍ଡ ଘଟିବା ପୁଣି ଉଦବେଗ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ:- ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ

ନିକଟରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆସାମ ସୀମାନ୍ତ ଜିରିବାମ ଜିଲ୍ଲାର ଏକ ଜଙ୍ଗଲ ରାସ୍ତାରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୪ରୁ ଅଧିକ କମାଣ୍ଡୋ ଆହତ ହୋଇଥିଲେ । ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । କୁକି ସମ୍ପ୍ରଦାୟର ଉଗ୍ରବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିଲା । ମଣିପୁରରେ ଏବେ ହିଂସା ନିୟନ୍ତ୍ରଣକୁ ଆସିଥିଲେ ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନି । ବେଳେ ବେଳେ ବିଭିନ୍ନ ସ୍ଥାନରୁ ହିଂସାର ଖବର ଆସୁଛିି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ସୁରକ୍ଷା କାରିକେଡ ଆତଙ୍କୀ ଆକ୍ରମଣର ଶିକାର ହୋଇଥିବା ବେଳେ ଏବେ ତାଙ୍କ ବାସଭବନ ନିକଟରେ ଅଗ୍ନିକାଣ୍ଡ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.