ETV Bharat / city

LPG Price Hike Protest: ଗ୍ୟାସ୍ ଦରବୃଦ୍ଧି ବିରୋଧରେ କାଲି ପୁଣି ଗର୍ଜିବ ବିଜେଡି

author img

By

Published : Nov 30, 2021, 8:37 PM IST

ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଅଧିକ ପଢ଼ନ୍ତୁ

LPG Price Hike Protest: ଗ୍ୟାସ୍ ଦରବୃଦ୍ଧିରେ ବିରୋଧରେ କାଲି ପୁଣି ଗର୍ଜିବ ବିଜେଡି
LPG Price Hike Protest: ଗ୍ୟାସ୍ ଦରବୃଦ୍ଧିରେ ବିରୋଧରେ କାଲି ପୁଣି ଗର୍ଜିବ ବିଜେଡି

ଭୁବନେଶ୍ବର: ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି(BJD LPG Price Hike Protest)। ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ପୂର୍ବରୁ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଥିଲେ ।

ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତଗତିରେ ଏତେ ପରିମାଣରେ ବଢ଼ିନାହିଁ । ୨୦୧୪ରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା । ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ହୋଇଛି । କରୋନା ସଂକଟ ବେଳେ ପ୍ରତି ମାସରେ ୨୫ରୁ ୭୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଇଥିବା ବିଜେଡି ଅଭିଯୋଗ କରିଛି ।

ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି । ଲୋକେ ତ୍ରାହିତ୍ରାହି ଡାକିଲେଣି । ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ତେଣୁ ଦଳମତ ର୍ନିବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ । ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଚଳିତ ମାସ ୨୨, ୨୩, ୨୪ ତାରିଖରେ ୩ ଦିନଧରି ଦଳ ପକ୍ଷରୁ ରାଜ୍ୟ ସାରା ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି ବିଜେଡି କହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.