ETV Bharat / city

Odisha Assembly Standing Committee Meeting: ଧାନ ବିକ୍ରିକୁ ନେଇ ହେଲା ଆଲୋଚନା

author img

By

Published : Nov 30, 2021, 7:46 PM IST

Odisha Assembly Standing Committee Meeting: ଧାନ ବିକ୍ରିକୁ ନେଇ ହେଲା ଆଲୋଚନା
Odisha Assembly Standing Committee Meeting: ଧାନ ବିକ୍ରିକୁ ନେଇ ହେଲା ଆଲୋଚନା

ଧାନ ସଂଗ୍ରହ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଆୟୋଜିତ ହୋଇଛି । ଚାଷୀ କିପରି ସୁବିଧାରେ ଉଚିତ ଦରରେ ଧାନ ବିକ୍ରି କରିପାରିବ, ସେନେଇ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଧାନ ସଂଗ୍ରହ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଆୟୋଜିତ ହୋଇଛି । ଚାଷୀ କିପରି ସୁବିଧାରେ ଉଚିତ ଦରରେ ଧାନ ବିକ୍ରି କରିପାରିବ ସେ ନେଇ ଆଲୋଚନା ହୋଇଛି। ଧାନ କିଣା ନେଇ ସରକାର କଣ ବ୍ୟବସ୍ଥା କରିଛନ୍ତି, କମିଟି ପୂର୍ବରୁ ଯାହା ପ୍ରସ୍ତାବ ଦେଇଥିଲା ତାହା କାର୍ଯ୍ୟକାରୀ ହୋଇଛି କି ନାହିଁ ସେନେଇ ଆଲୋଚନା ହୋଇଛି ।

Odisha Assembly Standing Committee Meeting: ଧାନ ବିକ୍ରିକୁ ନେଇ ହେଲା ଆଲୋଚନା

ସମସ୍ତ ସମବାୟ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ପୂର୍ବରୁ ସୁପାରିଶ କରାଯାଇଥିଲା । ହେଲେ ଅଧିକାଂଶ ସ୍ଥାନରେ ସିସିଟିଭି ଲାଗିନାହିଁ। ଅନେକ ସମବାୟ କେନ୍ଦ୍ରରେ କର୍ମଚାରୀମାନେ ଧାରଣରେ ବସିଛନ୍ତି । ସେହି ସବୁ ସ୍ଥାନରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ସହ ଟୋକନ ପ୍ରତି ଗୁରୁତ୍ୱ ଦିଆଯାଇଛି । ବୈଠକ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ୍ୟ ନରସିଂହ ମିଶ୍ର ।

ଧାନ କ୍ରୟ ପୂର୍ବରୁ ସବୁ ସମବାୟ କେନ୍ଦ୍ରରେ ସିସିଟିଭି ଲଗାଯିବ ବୋଲି ବିଭାଗ କହିଛି । ଭିତ୍ତିଭୂମିର ଘୋର ଅଭାବ ରହିଛି, ଯାହା ଦ୍ୱାରା ଚାଷୀଙ୍କ କ୍ଷତି ହେବ ବୋଲି କହିଛନ୍ତି ନରସିଂହ ମିଶ୍ର । ସେପଟେ ଅନେକ ସମସ୍ୟା ସମାଧାନ ହୋଇଛି ବୋଲି କହିଛନ୍ତି କମିଟି ସଦସ୍ୟ ତଥା ବିଜେଡି ବିଧାୟକ ମହିଧର ରଣା । ଯେଉଁଠି ଆନ୍ଦୋଳନ ଜାରି ରହିଛି ସେଠାରେ ସିସିଟିଭି ଲଗାଇବା ସହ ଅନ୍ୟ ବ୍ୟବସ୍ଥା କରାଯିବ । ଅନେକ ଚାଷୀଙ୍କର ଡିଜିଟାଇଜେସନରେ ସମସ୍ୟା ହୋଇଛି । କିପରି ସୁରୁଖୁରୁରେ ଧାନ ସଂଗ୍ରହ ହେବ ଓ ଯେଉଁ ତ୍ରୁଟି ଥିଲା ସେଠି ସୁଧାର କରିବାକୁ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.