ETV Bharat / politics

ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

author img

By ETV Bharat Odisha Team

Published : May 26, 2024, 8:14 AM IST

Updated : May 26, 2024, 2:59 PM IST

Prashant jagdev arrest: ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା 114 ନମ୍ବର ବୁଥରେ ହୋଇଥିଲା ହିଂସା । ଅପରାହ୍ନରେ ଜଗଦ୍ଦେବଙ୍କୁ ଉଠାଇ ନେଇଥିଲା ପୋଲିସ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ବୁଥରେ ଗଣ୍ଡଗୋଳ, ଗିରଫ ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ
ମହଙ୍ଗା ପଡିଲା ବୁଥରେ ଗଣ୍ଡଗୋଳ, ଗିରଫ ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ (ETV Bharat Odisha)

ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ (ETV Bharat Odisha)

ଖୋର୍ଦ୍ଧା: ମତଦାନ କେନ୍ଦ୍ରରେ ହିଂସା ଓ ଇଭିଏମ ଭଙ୍ଗାରୁଜା କରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ତଥା ଚଳିତଥର ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା 114 ନମ୍ବର ବୁଥରେ ଗତକାଲି (ଶନିବାର) ପ୍ରଶାନ୍ତ ତାଙ୍କର କିଛି ସମର୍ଥକଙ୍କ ସହ ଇଭିଏମ ଭଙ୍ଗାରୁଜା ଓ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା ।

କେନ୍ଦ୍ରରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ଏତଲାକ୍ରମେ ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଅପରାହ୍ନରେ ପୋଲିସ ତାଙ୍କୁ ଅଟକ ରଖି ହେପାଜତକୁ ନେବା ସହ ସଂଧ୍ୟାରେ ଗିରଫ କରିଥିଲା । ସଂଧ୍ୟାରେ ହିଁ ତାଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ବେଲ୍ ନାମଞ୍ଜୁର ହେବା ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ପ୍ରଶାନ୍ତ ଜଗଦ୍ଦେବ ଗତକାଲି (ଶନିବାର) ଅପରାହ୍ନରେ ନିଜ ପତ୍ନୀଙ୍କ ସହ ବେଗୁନିଆ ନିର୍ବାଚନ ମଣ୍ଡଳୀର କାଉଁରିପାଟଣା ବୁଥକୁ ଭୋଟ ଦେବାକୁ ଯାଇଥିଲେ । ସେଠାରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା । ପ୍ରଶାନ୍ତ ଓ ତାଙ୍କ ସମର୍ଥକ ଗୋଷ୍ଠୀ ସହ ଅପରପକ୍ଷର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶାନ୍ତ ଗୋଟିଏ ଇଭିଏମ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପ୍ରିଜାଇଡିଂ ଅଧିକାରୀ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗୋଟିଏ କାରରେ ଫେରୁଥିବା ବେଳେ ମଝିରାସ୍ତାରୁ ପ୍ରଶାନ୍ତଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ:- ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ଘଟଣାରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା; କହିଲେ ପ୍ରଶାନ୍ତ ନିର୍ଦ୍ଦୋଷ, ଯାଞ୍ଚ ହେଉ ସିସିଟିଭି - Prasant Jagdev Controversy

ତେବେ କିଛି ଘଣ୍ଟା ଅଟକ ରଖାଯିବା ପରେ ସଂଧ୍ୟାରେ ତାଙ୍କୁ ବିଧିବଦ୍ଧ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପ୍ରଶାନ୍ତ ଏବେ ଜେଲରେ ଅଛନ୍ତି । ପୂର୍ବରୁ ଏକାଧିକ ହିଂସାତ୍ମକ କାର୍ଯ୍ୟକଳାପରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ଜେଲ ଯାଇଥିବା ପ୍ରଶାନ୍ତ ଏଥର ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ କିଛି ବିଜେପି କର୍ମୀଙ୍କ ଉପରେ ଗାଡି ମଡାଇ ଦେବା ମାମଲାରେ ଏବେ ବେଲରେ ଅଛନ୍ତି ପ୍ରଶାନ୍ତ । ମାତ୍ର ନିଜର ବିବାଦୀୟ କାର୍ଯ୍ୟଶୈଳୀ ପାଇଁ ଗତକାଲି ଭୋଟିଂ ଦିନ ତାଙ୍କୁ ଗିରଫ ହେବାକୁ ପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 26, 2024, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.