ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ଘଟଣାରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା; କହିଲେ ପ୍ରଶାନ୍ତ ନିର୍ଦ୍ଦୋଷ, ଯାଞ୍ଚ ହେଉ ସିସିଟିଭି - Prasant Jagdev Controversy

By ETV Bharat Odisha Team

Published : May 25, 2024, 10:52 PM IST

thumbnail
ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ (ETV Bharat Odisha)

BJP MLA Candidate Prashant Jagdev Controversy: ଖୋର୍ଦ୍ଧା: ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେବା ବେଳେ ଇଭିଏମ ଭାଙ୍ଗିବା ଘଟଣା । ଏହା ଏକ ଚକ୍ରାନ୍ତ ଏବଂ ପ୍ରଶାନ୍ତଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଛି ବୋଲି ସେହି ବୁଥର ଭୋଟର ଏବଂ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବୁଥରେ ଥିବା ପ୍ରିଜାଇଡିଂ ଅଫିସର ସକାଳୁ ବିଭିନ୍ନ ଭୋଟରଙ୍କୁ ଦୁର୍ବ୍ୟବହାର କରିବା ସହ ବିଧାୟକଙ୍କୁ ମଧ୍ୟ ସମାନ ଢଙ୍ଗରେ ଦୁର୍ବ୍ୟବହାର କରିଥିଲେ । ବିଧାୟକ ଏହାର ପ୍ରତିବାଦ କରିବା ସହିତ ବୁଥ ଭିତରେ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ବେଳେ ବୁଥ ଭିତରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ ମେସିନକୁ ଗୋଇଠା ମାରି ଗଡ଼ାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ । 

ଏହା ମଧ୍ୟ ପଢ଼ନ୍ତୁ...ବୋଲଗଡ଼ କାଉଁରୀପାଟଣା ବୁଥରେ ଭାଙ୍ଗିଲା ଇଭିଏମ୍‌, ପ୍ରଶାନ୍ତ ଜଗଦେବ ଥାନାରେ ଅଟକ

ଏହାସହ ବିଧାୟକଙ୍କ ଉପରେ ଦୋଷ ଲଦିବା ପାଇଁ ଚକ୍ରାନ୍ତ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ତେବେ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିବାରୁ ବୁଥ ଭିତରେ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ବ୍ୟବହାର ଏବଂ ଇଭିଏମକୁ ଗୋଇଠା ମାରି ଭାଙ୍ଗିବାର ସମସ୍ତ ଫୁଟେଜକୁ ଯାଞ୍ଚ ପରିସର ଭୁକ୍ତ କରିବା ପାଇଁ ଦାବି କରିବା ସହ ଏହି ଘଟଣାରେ ବିଧାୟକ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ କି, ଆଜି ଅପରାହ୍ନରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଏବଂ ତାଙ୍କ ପତ୍ନୀ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଭୋଟ ଦେବାକୁ ପହଞ୍ଚିଥିଲେ । କିଛି ସମୟ ପରେ ଇଭିଏମ ଭାଙ୍ଗିବା ଅଭିଯୋଗ ଆସିଥିଲା ଏବଂ ପୋଲିସ ବେଗୁନିଆ ଠାରୁ ବିଧାୟକଙ୍କୁ ଉଠାଇ ନେଇ ପ୍ରଥମେ ବୋଲଗଡ଼ ଓ ପରେ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପାସରେ ଅଟକ ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.