ETV Bharat / bharat

Omicron Variant: ଡିସେମ୍ବର ୩୧ ଯାଏଁ କଟକଣା ବୃଦ୍ଧି କଲା MHA

author img

By

Published : Nov 30, 2021, 5:15 PM IST

ନୂଆ କୋଭିଡ-19 ଭାରିଏଣ୍ଟ B.1.1529 ବା (Omicron)କୁ ନେଇ ବଢିଲା ସତର୍କତା । ସାରା ଦେଶର ପୂର୍ବ କୋଭିଡ କଟକଣାକୁ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିଲା କେନ୍ଦ୍ର । ଅଧିକ ପଢନ୍ତୁ

Omicron variant:ଡିସେମ୍ବର 31 ଯାଏ କଟକଣା ବୃଦ୍ଧି କଲା MHA
Omicron variant:ଡିସେମ୍ବର 31 ଯାଏ କଟକଣା ବୃଦ୍ଧି କଲା MHA

ନୂଆଦିଲ୍ଲୀ: ଆଫ୍ରିକାର କିଛି ଦେଶରେ କୋଭିଡ-19 ନୂଆ ପ୍ରଜାତି B.1.1529 ବା (Omicron) ଚିହ୍ନଟ ହେବା ପରେ ସାରା ବିଶ୍ବରେ ପୁଣି ମୁକାବିଲା ରଣନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁ ସବୁ କ୍ଷେତ୍ରରେ ପୂର୍ବ କଟକଣା ସାମାନ୍ୟ କୋହଳ କରାଯାଇଥିଲା ଏବେ ସେ ସମସ୍ତ କ୍ଷେତ୍ରରେ ପୁଣି ଥରେ କଟକଣା କଡାକଡି କରିବା ସହ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।

ଏହି କ୍ରମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆଜି (ମଙ୍ଗଳବାର) ପୂର୍ବରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନ(covid guideline)ର ଅବଧିକୁ ବୃଦ୍ଧି କରିଛି । ପୂର୍ବରୁ ଜାରି ରହିଥିବା ସର୍ତ୍ତାବଳୀ ଆସନ୍ତାମାସ ଅର୍ଥାତ ଡିସେମ୍ବର 31 ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପୂର୍ବ ଗାଇଡଲାଇନକୁ କଡାକଡି ଅନୁପାଳନ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଦ୍ବାରା ଜାରି କରାଯାଇଥିବା MHA ନିର୍ଦ୍ଦେଶ ମନ୍ତ୍ରଣାଳୟର କଡା ନିୟମକୁ ନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହି ନିର୍ଦ୍ଦେଶାବଳୀର ଶେଷତମ ସଂସ୍କରଣ ଜାରି କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (MoHFW) ମନ୍ତ୍ରଣାଳୟ । ଚଠିରେ ବିଭିନ୍ନ ସମ୍ବେଦନଶୀଳ କ୍ଷେତ୍ରକୁ ଦୃଷ୍ଟି ଦେବା ନେଇ ମଧ୍ୟ ଉଲ୍ଲେଖ ରହିଛି । ଭାରତକୁ ଫେରୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରହିବ । ବିମାନବନ୍ଦରରେ ସେମାନଙ୍କ ପାଇଁ ସ୍କ୍ରିନିଂ, ଟେଷ୍ଟିଂ ଓ ଲକ୍ଷଣ ପ୍ରକାଶ ପାଇଲେ କ୍ବାରେଣ୍ଟାଇନ ବ୍ୟବସ୍ଥା କରିବାକୁ ପ୍ରାଥମିକତା ଦେବାକୁ କୁହାଯାଇଛି । ସେହିପରି ଅନ୍ୟ ସମସ୍ତ ସ୍ଥାନରେ କୋଭିଡ ପ୍ରୋଟୋକଲ ଅନୁପାଳନ, ଭିଡ ଏଡାଇବା ସୁନିଶ୍ଚିତ କରିବା ନେଇ ମଧ୍ୟ ରାଜ୍ୟମାନେ କାର୍ଯ୍ୟ କରିବେ ବୋଲି କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.