ETV Bharat / bharat

ମେ' ୨୬ ରାଶିଫଳ, ଏହି ରାଶିଙ୍କ ପାଇଁ ଆଜି ଦିନଟି ଅତି ଶୁଭ - Today Horoscope

author img

By ETV Bharat Odisha Team

Published : May 26, 2024, 7:33 AM IST

Horoscope of May 26: ଜାଣନ୍ତୁ ଆଜି ଦିନର ରାଶିଫଳ ବିଷୟରେ । କେଉଁ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ବେଶ ଶୁଭଙ୍କର ଅଟେ ଓ କେଉଁ କେଉଁ ରାଶିର ବ୍ୟକ୍ତି ବିଶେଷ ଆଜି ଦିନରେ ସମସ୍ୟାରେ ପଡିପାରନ୍ତି । ଅଧିକ ପଢନ୍ତୁ

Horoscope of May 26
Horoscope of May 26 (ETV Bharat Odisha)

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ବେଶ ଶୁଭ ଅଟେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ | ନିଜ ମାଆଙ୍କ ଠାରୁ ସାହାଯ୍ୟ ଓ ସହାନୁଭୂତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । ଅଫିସ କାର୍ଯ୍ୟର ଚାପ କିଛି ସମୟ ପାଇଁ ବିଚଳିତ କରିପାରେ | ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ । ସରକାରୀ କାର୍ଯ୍ୟରେ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ |

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।

ମିଥୁନ: ଆଜି ଦିନରେ ଆପଣ କୌଣସି କାରଣ ପାଇଁ କ୍ରୋଧିତ ରହିପାରନ୍ତି । ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟକ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । ଯୁକ୍ତିତର୍କ କିମ୍ୱା ଝଗଡାଠାରୁ ଦୂରେଇ ରୁହନ୍ତୁ । ରୋଜଗାରର ପନ୍ଥା ନଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍‍ । ଜଣେ ହୋଟେଲର କର୍ମଚାରୀ ଖାଦ୍ୟ ପରସିବା ପାଇଁ ବିଳମ୍ୱ କରିବାରୁ ଆପଣ କ୍ରୋଧିତ ହୋଇପାରନ୍ତି । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ପାଇଁ ପରେ ଅନୁତାପ କରିବେ । ଯୋଗ କରନ୍ତୁ କିମ୍ୱା ସଙ୍ଗୀତ ଶୁଣନ୍ତୁ । ଏହାଦ୍ୱାରା ଆପଣଙ୍କ ରାଗ ଶାନ୍ତ ହେବ ।

କର୍କଟ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନ ସବୁ ଦୃଷ୍ଟିରୁ ଶୁଭଙ୍କର । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମଉଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରି ଆନନ୍ଦ ପାଇପାରନ୍ତି । ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଅର୍ଥଲାଭ ହୋଇପାରେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ଗୋଟିଏ ନୂଆ ଚାରିଚକିଆ ଯାନ କ୍ରୟ କରିପାରନ୍ତି ।

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲକ୍ଷିତ ହୋଇପାରେ | କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଠାରୁ ସହଯୋଗ ଲାଭ କରିବେ | ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ | ମାମୁଁ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି | ଏଥି ସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ | ଉପରିସ୍ଥ କର୍ମଚାରୀଙ୍କ ସହ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ କଥା କଟାକଟି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ |

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି | ଏଥିପାଇଁ ମାନସିକ ଶାନ୍ତି ବ୍ୟାହତ ହେବ | ପାକସ୍ଥଳୀ ଏବଂ ଲିଭର ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ | ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଏହାର ସମାଧାନର ବାଟ ଖୋଜିପାରନ୍ତି | ଏଥିପାଇଁ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି | ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଭୁଲିଯାଇ ପାରନ୍ତି | କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ନିବ୍ରୁତ୍ତ ରୁହନ୍ତୁ | ଅର୍ଥଲଗାଣକାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ |

ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ | ତେଣୁ ଅନ୍ୟ ଦିନ ତୁଳନାରେ ଆଜି ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ | ମାଆ କିମ୍ୱା ଅନ୍ୟ ଜଣେ ବିଖ୍ୟାତ ମହିଳାଙ୍କ ସହ ମନୋମାଳିନ୍ୟ ହୋଇପାରେ | ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିଲେ ମାନସିକ ଶାନ୍ତି ଫେରି ପାଇପାରନ୍ତି | ଜଳଠାରୁ ନିଜର ଦୂରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ | ଗତ ରାତ୍ରି ଆପଣ ସୁଖ ନିଦ୍ରା ଯାଇନାହାନ୍ତି | ତେଣୁ ଆଜି ବିଶ୍ରାମ ନିଅନ୍ତୁ | ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ | ଏହା ସଫଳ ହେବ ନାହିଁ ।

ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଘରକୁ ଫେରିବେ । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସଖୁସିରେ ସମୟ କାଟିବା ପାଇଁ ଆପଣ ଉତ୍କଣ୍ଠିତ ଚିତ୍ତରେ ଘରକୁ ଫେରିଛନ୍ତି | ମଉଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସିନପାରେ | ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ | ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ | ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିବ | ଏକ ଛୋଟ କାଟିଆ ପରିଭ୍ରମଣ କରି ମଉଜ ମଜଲିସ କରିପାରନ୍ତି | ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ | ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦପ୍ରମୋଦରେ ସମୟ କାଟି ପାରନ୍ତି |

ଧନୁ: ଆଜି ଦିନଟିରେ କୌଣସି କାର୍ଯ୍ୟ ଆପେ ଆପେ ହେବ ନାହିଁ | ଆପଣଙ୍କ ସହଯୋଗୀ କିମ୍ୱା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଦଣ୍ଡନୀୟ ଅପରାଧ ଯୁକ୍ତ କାମ ପାଇ ଯାଆନ୍ତୁ ନାହିଁ | ଏହା କଲେ ଆଜି ଦିନଟି ଆପଣଙ୍କର ଅଶାନ୍ତିରେ କଟିପାରେ | ଆଜି କ୍ଳାନ୍ତି ଅନୁଭବ କରିପାରନ୍ତି | ପରିବାରର ଜଣେ ସଦସ୍ୟ ସହଯୋଗ କରିବାକୁ ମନା କରିପାରନ୍ତି | ସେଥିପାଇଁ ନିଜର କ୍ରୋଧ ପ୍ରକାଶ କରନ୍ତୁ ନାହିଁ | ସେମାନେ ଯାହା କରିବାକୁ ଚାହୁଁଛନ୍ତି, ତାଙ୍କୁ କରିବାକୁ ଦିଅନ୍ତୁ | ଖୋସାମୋଦ କରନ୍ତୁ ନାହିଁ କି ମନଦୁଃଖ କରନ୍ତୁ ନାହିଁ | ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ | ବ୍ୟସ୍ତ ହୁଅନ୍ତୁ ନାହିଁ , ଏହା ଆପଣଙ୍କ ପାଇଁ ଶୁଭ ଅଟେ | ସମୟର ଗତି ସଙ୍ଗେ ତାଳ ଦେଇ ଚାଲନ୍ତୁ | ଦୂର କିମ୍ବା ବିଦେଶରେ ରହୁଥିବା ବନ୍ଧୁମାନଙ୍କ ସହ ଯୋଗାଯୋଗ ମଙ୍ଗଳଦାୟକ ହେବ |

ମକର: ଆଜି ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ | ବ୍ୟବସାୟୀ ତଥା କର୍ମଚାରୀମାନେ ଉନ୍ନତି କରିବେ | ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ | ପ୍ରତିଷ୍ଠା ବଢିବ | ପଦୋନ୍ନତି ହୋଇପାରେ | ସାଙ୍ଗମାନଙ୍କ ସହ ଖୁସୀରେ ସମୟ ବିତିବ | ଘରେ ମନ ଖୁସି ରହିବ | ଦୁର୍ଘଟଣା ହୋଇପାରେ | ସତର୍କ ରୁହନ୍ତୁ ।

କୁମ୍ଭ: ଆଜି ଦିନରେ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଜୋର ଦେଇ କାର୍ଯ୍ୟ ନକଲେ ନିଜେ କଷ୍ଟ ଭୋଗିବେ | ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରନ୍ତୁ ଏବଂ ଉପାର୍ଜିତ ଅର୍ଥକୁ ଠିକ୍‍ ଭାବରେ ବିନିଯୋଗ କରନ୍ତୁ | ରୋଜଗାରକୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ | ଧାରକରଜ କରନ୍ତୁ ନାହିଁ | ଧାରକରଜ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ମଧ୍ୟସ୍ଥତା କରନ୍ତୁ ନାହିଁ | କୌଣସି କାରଣରୁ ଉତ୍ତେଜିତ ହୋଇପାରନ୍ତି । ଯାହାଦ୍ୱାରା ଅନ୍ୟମାନଙ୍କ ମତକୁ ଭୁଲ ବୁଝିପାରନ୍ତି | ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ | ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ |

ମୀନ: ଗ୍ରହଙ୍କର ଉଜ୍ଜଳ ଜ୍ୟୋତିର ପ୍ରଭାବରେ ନିଜର ବନ୍ଧୁ, ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହୋଇପାରିବେ | ସମ୍ପର୍କୀୟ ବା ପ୍ରିୟଜନମାନେ ଆପଣଙ୍କ ପାଇଁ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ | ସେମାନଙ୍କ ପିଛାରେ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି | ନୂତନ ବନ୍ଧୁ ଓ ସନ୍ଧି ସ୍ଥାପନ କରିପାରନ୍ତି ଯାହା ଭବିଷ୍ୟତରେ ଉପକାରୀ ହୋଇପାରେ | ନିଜର ଅବସର ସମୟରେ ଏକ ପରିଭ୍ରମଣ ଯୋଜନା କରିପାରନ୍ତି | ପରିବାରର ସଦସ୍ୟଙ୍କଠାରୁ , ଦୂର ବିଦେଶରୁ କିମ୍ୱା କାର୍ଯ୍ୟାଳୟରୁ ଶୁଭ ଖବର ପାଇ ଉଲ୍ଲସିତ ହୋଇପାରନ୍ତି |ପରୋପକାରୀ କାର୍ଯ୍ୟରେ ମନୋନିବେଶ କରିବାପାଇଁ ଉତ୍ସାହିତ ହୋଇପାରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.