ETV Bharat / city

Omicron: ସତର୍କ କଲେ DMET, ଏୟାର ପୋର୍ଟାଲ ଦେବ ବିଦେଶ ଯାତ୍ରୀଙ୍କ ତଥ୍ୟ

author img

By

Published : Nov 30, 2021, 7:48 PM IST

ଓମିକ୍ରନ ଆଶଙ୍କା ନେଇ ସୀମାନ୍ତ ଅଞ୍ଚଳ, ଏୟାରପୋର୍ଟ, ବନ୍ଦର ଆଦି ଅଞ୍ଚଳରେ ରହିବ ନଜର । ବିମାନରେ ଆସୁଥିବା ଯାତ୍ରୀଙ୍କ ତଥ୍ୟକୁ ନେଇ ଏୟାର ପୋର୍ଟାଲକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ କହିଛନ୍ତି DMET ରମା ରମଣ ମହାନ୍ତି । ଅଧିକ ପଢନ୍ତୁ

Omicron: DMET Rama Raman Mohanty advised people to follow Covid protocols
Omicron: ସତର୍କ କଲେ DMET, ଏୟାର ପୋର୍ଟାଲ ଦେବ ବିଦେଶ ଯାତ୍ରୀଙ୍କ ତଥ୍ୟ

ଭୁବନେଶ୍ବର: କୋଭିଡ-19 ନୂଆ ପ୍ରଜାତି B.1.1529 ବା (Omicron) ଚିହ୍ନଟ ହେବା ପରେ ପୁଣିଥରେ ସାରା ବିଶ୍ବରେ ମୁକାବିଲା ରଣନୀତି ଆରମ୍ଭ ହୋଇଯାଇଛି । ଓମିକ୍ରନ ଆଶଙ୍କା ନେଇ ସୀମାନ୍ତ ଅଞ୍ଚଳ,ଏୟାରପୋର୍ଟ, ବନ୍ଦର ଆଦି ଅଞ୍ଚଳରେ ରହିବ ନଜର । ବିଦେଶୀ ଯାତ୍ରୀଙ୍କ ଉପରେ ରହିବ କଡ଼ାକଡ଼ି ନଜର । ବିମାନରେ ଆସୁଥିବା ଯାତ୍ରୀଙ୍କ ତଥ୍ୟକୁ ନେଇ ଏୟାର ପୋର୍ଟାଲକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ଏନେଇ ସୂଚନା ଦେଇଛନ୍ତି DMET ରମା ରମଣ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ: Omicron Variant: ଡିସେମ୍ବର ୩୧ ଯାଏଁ କଟକଣା ବୃଦ୍ଧି କଲା MHA

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ବିଭିନ୍ନ ଦେଶକୁ ସତର୍କ କରାଯାଉଥିବାବେଳେ ଭାରତ ସରକାର ମଧ୍ୟ ସତର୍କ କରାଇଲେଣି । ଓମିକ୍ରନ ଆଶଙ୍କା ମଧ୍ୟରେ ସତର୍କ ରହିଛି ଦେଶ । ବିଦେଶୀ ଯାତ୍ରୀଙ୍କ ଉପରେ କଡାକଡି ଭାବରେ ନଜର ରଖାଯାଉଛି । ଏୟାରପୋର୍ଟ କିମ୍ବା ସୀମାନ୍ତ ଅଞ୍ଚଳ ସବୁଠି ସତର୍କ କରାଯାଇଛି ।

ଓଡ଼ିଶାରେ ସମୁଦ୍ର ପଥରେ ପାରାଦୀପ ହେଉ ଅବା ସଡକ ପଥର ସୀମାନ୍ତ ଅଞ୍ଚଳ ହେଉ ସବୁଠି ନଜର ରଖାଯାଇଛି । ପଶ୍ଚିମବଙ୍ଗର ସମୁଦ୍ରପଥରେ ଅନେକ ବାଂଲାଦେଶୀ ଆସିବାର ମଧ୍ୟ ଆଶଙ୍କା ରହୁଛି । ସେଥିପାଇଁ ଷ୍ଟ୍ରିଟ୍‌ ଭିଜିଲାନ୍ସ ସହ ଟେଷ୍ଟ ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ନଜର ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛନ୍ତି ।

ଏୟାର ପୋର୍ଟାଲ(Air Portal) ମାଧ୍ୟମରେ ଅନେକ ଯାତ୍ରୀଙ୍କର ତଥ୍ୟ ମିଳିବା ନେଇ ଆଲୋଚନା ହୋଇଛି । ଯାହା ଫଳରେ ଯେଉଁମାନେ ଏୟାରପୋର୍ଟରେ ଆସୁଛନ୍ତି ବା କୌଣସି ସ୍ଥାନକୁ ଯିବାକୁ ପ୍ରବେଶ କରୁଛନ୍ତି ସମସ୍ତଙ୍କର ତଥ୍ୟ ମିଳିପାରିବ । ଯାହା ଫଳରେ ଖୁବ ଶୀଘ୍ର ଏୟାର ପୋର୍ଟାଲକୁ କାର୍ଯ୍ୟକାରୀ କରାଯିବ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସମସ୍ତ ତଥ୍ୟ କମ ସମୟରେ ମିଳିବା ଏବଂ ଟେଷ୍ଟ ଟ୍ରାକିଂ ପ୍ରକ୍ରିୟା ସହଜ କରିବାକୁ ଯୋଜନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.