ସରିଲା ତୃତୀୟ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ - LOK SABHA ELECTION 2024

By ETV Bharat Odisha Team

Published : May 26, 2024, 7:41 AM IST

thumbnail
ELECTION IN DHENKANAL ASSEMBLY (ETV Bharat Odisha)

ELECTION IN DHENKANAL ASSEMBLY SEAT: ଢେଙ୍କାନାଳ: ରାଜ୍ୟରେ ସରିଲା ତୃତୀୟ ପର୍ଯ୍ୟାୟ ମତଦାନ । ଢେଙ୍କାନାଳ ଜିଲ୍ଲାରେ ମୋଟ ୧୦୨୧ଟି ବୁଥରେ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ମୋଟ ୯ ଲକ୍ଷ ୭୨ହଜାର ୩୩ ଜଣ ଭୋଟର ସେମାନଙ୍କ ବହୁମୂଲ୍ୟ ଭୋଟ ପ୍ରଦାନ କରିଛନ୍ତି । ଢେଙ୍କାନାଳ ଲୋକସଭା ଆସନ ଓ ଏହାର ଅନ୍ତର୍ଗତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନରେ ସୁରୁଖୁରୁରେ ସମାପ୍ତ ହୋଇଛି ମତଦାନ । ସକାଳ ୭ଟାରୁ ଜିଲ୍ଲାର ବିଭିନ୍ନ ବୁଥରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭୋଟରଙ୍କ ଲମ୍ବା ଲାଇନ ସହ ନୂତନ ଭୋଟରଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପାଞ୍ଚବର୍ଷ ପରେ ନିଜର ଲୋକ ପ୍ରତିନିଧି ବାଛିବାର ସୁଯୋଗ ଆସିଥିବାରୁ ଭୋଟର ବେଶ ଉତ୍ସାହିତ ରହିଥିଲେ  । ଢେଙ୍କାନାଳରେ ମତଦାନ ପ୍ରକ୍ରିୟା ଏକପ୍ରକାର ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.