ପୋଲିଂ ବୁଥରେ ବିଜେପି କର୍ମୀ ଓ ବିଧାୟକଙ୍କ ମଧ୍ୟରେ ବଚସା, ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ - Clash Between BJP And BJD

By ETV Bharat Odisha Team

Published : May 25, 2024, 9:47 PM IST

thumbnail
ପୋଲିଂ ବୁଥରେ ବିଜେପି କର୍ମୀ ଓ ବିଧାୟକଙ୍କ ମଧ୍ୟରେ ବଚସା (ETV Bharat Odisha)

Clash Between BJP Worker And BJD MLA: ଅନୁଗୋଳ: ସରିଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ କିଛି ସ୍ଥାନକୁ ବାଦ ଦେଲେ ମୋଟ ଉପରେ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି । ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ମଣ୍ଡଳୀର ସିମିଳିସାହି ମତଦାନ କେନ୍ଦ୍ରରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଓ କିଛି ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଶେଷରେ ଗଣ୍ଡଗୋଳ ହୋଇଥିଲା । ସେଠାରେ କିଛି ଅବ୍ୟବସ୍ଥା ହେଉଥିବା ଖବର ପାଇ ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ସେଠାକୁ ଯାଇଥିଲେ । ସେ ମତଦାନ କେନ୍ଦ୍ରରୁ ଫେରୁଥିବା ବେଳେ କିଛି ବିଜେପି କର୍ମୀ ତାଙ୍କୁ ଅସଦ ବ୍ୟବହାର କରିଥିଲେ । ତେଣୁ ଏହାର ପ୍ରତିବାଦ କରିଥିଲେ ବୋଲି ସୁଶାନ୍ତ ବେହେରା କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ ... ବୋଲଗଡ଼ କାଉଁରୀପାଟଣା ବୁଥରେ ଭାଙ୍ଗିଲା ଇଭିଏମ୍‌, ପ୍ରଶାନ୍ତ ଜଗଦେବ ଥାନାରେ ଅଟକ - EVM Vandalized In Bolagarh

ଅନ୍ୟ ପକ୍ଷରେ ଅଭିଯୋଗ କରିଥିବା ବିଜେପିର ଯୁବ କର୍ମୀ  ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି ଯେ, ଭୋଟ ଦେବା ପାଇଁ ସେ ଧାଡିରେ ଠିଆ ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ସୁଶାନ୍ତ ତାଙ୍କୁ ନିଜ ଆଡୁ ଆମେ ବିପୁଳ ଭୋଟରେ ଜିତିବୁ ବୋଲି କହିଥିଲେ । କିନ୍ତୁ ସିଦ୍ଧାର୍ଥ ତାର ଉତ୍ତରରେ ଆମେ ଯେମିତି ହେଲେ ଜିତିବୁ ବୋଲି କହିବାରୁ ବିଧାୟକ ପ୍ରାର୍ଥୀ ସୁଶାନ୍ତ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଏନେଇ ସେ ଅନଲାଇନ ମାଧ୍ୟମରେ ସୁଶାନ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ କମ ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.