ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 28, 2021, 9:03 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Justice For Mamita: ୩ ଦିନ ଧରି ୬୦୦ ଥାନା ଘେରିବ ବିଜେପି ମହିଳା ମୋର୍ଚ୍ଚା

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଅକ୍ଟୋବର 29, 30 ଓ 31 ତାରିଖ 3ଦିନ ଧରି 600 ପୋଲିସ ଷ୍ଟେସନ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା ।

2.ନଭେମ୍ବର ୩୦ ଯାଏଁ ଦେଶରେ ବଢିଲା କୋଭିଡ ଗାଇଡଲାଇନ

ନଭେମ୍ବର ୩୦ ତାରିଖ ଯାଏଁ ଦେଶରେ ବଢିଲା କୋଭିଡ ଗାଇଡଲାଇନର ଅବଧି । ଘୋଷଣା କଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ।

3.ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଶ୍ରେୟ ପାଇଁ ଲଢେଇ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବସୁଧା ଯୋଜନାରେ ଆରମ୍ଭ ହୋଇଥିବା ଜଳ ପ୍ରକଳ୍ପକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି ।

4.ଘୁଞ୍ଚିଲା ଇଡକୋର କନିଷ୍ଠ ଓ ସହାୟକ ପରିଚାଳକ ନିଯୁକ୍ତି ଆବେଦନ ତାରିଖ

ଇଡକୋରେ ନୂତନ ପଦବୀରେ ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

5.ପାର୍ବଣ ଋତୁ: ପୂର୍ବତଟ ରେଳପଥରେ ୭ ଯୋଡା ସ୍ପେଶାଲ ଟ୍ରେନ ସାମିଲ

ସାରା ଦେଶରେ ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ । ତେବେ ଏଥିଲାଗି ଯାତ୍ରୀଙ୍କୁ ସୁଗମ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥରେ ସାମିଲ ହୋଇଛି ୭ ଯୋଡା ସ୍ବତନ୍ତ୍ର ଟ୍ରେନ ।

6.ଚର୍ଚ୍ଚାରେ ଲଣ୍ଡନର ଦିବ୍ୟାଙ୍ଗ ଡ୍ରାଇଭର, ମିଠାଳିଆ ବାର୍ତ୍ତାରେ କରୁଛନ୍ତି ଆପଣା

ଲଣ୍ଡନର ଜଣେ ଦିବ୍ୟାଙ୍ଗ ଡ୍ରାଇଭରଙ୍କ ବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

7.ଜାନୁଆରୀ ୨୦୨୨ରେ ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଆସନ୍ତା ବର୍ଷ ଜାନୁଆରୀ ୨୫ରୁ ୩୦ ମଧ୍ୟରେ ଓଡିଶା ଆୟୋଜନ କରିବ ବ୍ୟାଡମିଣ୍ଟନ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ ।

8.ପାରାଦ୍ୱୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ବନ୍ଦର ଉନ୍ନତି ନେଇ ହେଲା ଆଲୋଚନା

ଦିନିକିଆ ପାରାଦ୍ୱୀପ ଗସ୍ତ କରି ଫେରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

9.T20 World Cup: ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ବୋଲିଂ

ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

10.ବାଣ ନିଷିଦ୍ଧାଦେଶ କୌଣସି ନିର୍ଦ୍ଦିଷ୍ଟ ପର୍ବ ପାଇଁ ନୁହେଁ, ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ: SC

ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷିଦ୍ଧାଦେଶ ନିଷ୍ପତ୍ତିକୁ ସଠିକ ଦର୍ଶାଇଲେ ସର୍ବୋଚ୍ଚ କୋର୍ଟ । କହିଲେ ନିର୍ଦ୍ଦେଶ କଡାକଡି ପାଳନ ହେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.