ଶିକ୍ଷକଙ୍କ ପୁଅ ଜିଲ୍ଲା ଟପ୍ପର, ଘରେ ଖୁସିର ମାହୋଲ - Teacher Son Matric Topper

By ETV Bharat Odisha Team

Published : May 26, 2024, 10:18 PM IST

thumbnail
ଶିକ୍ଷକଙ୍କ ପୁଅ ଜିଲ୍ଲା ଟପ୍ପର, ଘରେ ଖୁସିର ମାହୋଲ (ETV Bharat Odisha)

CHSE Plus Two Science Topper: ଭବାନୀପାଟଣା: କଥାରେ ଅଛି କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ । ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପ୍ରକାଶ ପାଇବା ପରେ ଜଣେ ଶିକ୍ଷକଙ୍କ ପୁଅ ଜିଲ୍ଲା ଟପ୍ପର ହୋଇ ଏହି ଉକ୍ତିର ଯଥାର୍ଥକୁ ପ୍ରତିପାଦିତ କରିଛନ୍ତି । ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଅନ୍ତର୍ଗତ କାଶିବାହାଲ ଗାଁର ଶିକ୍ଷକ ଭବାନୀ ଶଙ୍କର ନେଗୀଙ୍କ ପୁଅ ଇସ୍ନେଶ୍ୱର ନେଗୀ ବିଜ୍ଞାନରେ ୯୧ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହାସହ ଇସ୍ନେଶ୍ଵର ଜିଲ୍ଲାର ଟପ୍ପର ହୋଇଛନ୍ତି । ଯାହାକୁ ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ତେବେ ଇସ୍ନେଶ୍ୱର ଭବାନୀପାଟଣା ସହରର ପ୍ରଗତି ଡିଗ୍ରୀ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରୁଥିଲେ । ସେ ପ୍ରତିଦିନ ୧୦ରୁ ୧୨ ଘଣ୍ଟା ଧରି ପରିଶ୍ରମ କରିବା ସହ ତାଙ୍କର ଏହି ସଫଳତା ପାଇଁ କଲେଜ କର୍ତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିବାର ବର୍ଗଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଇସ୍ନେଶ୍ଵର ଭବିଷ୍ୟତରେ ଜଣେ ସପ୍ଟୱେର ଇଞ୍ଜିନିର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ବାପା ଜଣେ ସରକାର ସ୍କୁଲ ଶିକ୍ଷକ । ନିଜ ପୁଅର ସଫଳତାକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ବେଳେ ଇଶ୍ନେଶ୍ୱରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏହା ମଧ୍ୟ ପଢ଼ନ୍ତୁ...ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର ! - BSE Matric Result 2024

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.