ETV Bharat / state

ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର ! - BSE Matric Result 2024

author img

By ETV Bharat Odisha Team

Published : May 26, 2024, 3:53 PM IST

Struggle Story Of Matric Topper: ବାପା ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର । ଅଭାବରେ ଘର ଚଳେ । ହେଲେ ଏହି ଅଭାବ ପୁଅ ଆଶୁତୋଷ ସାହୁଙ୍କ ସଫଳତାରେ ପ୍ରତିବନ୍ଧକ ସାଜିପାରିନି । ନିଷ୍ଠା ବଳରେ ୫୫୨ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ କରିଛନ୍ତି । ଅଧିକ ପଢ଼ନ୍ତୁ

ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର!
ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର! (ETV Bharat Odisha)

କଟକ: ଅଭାବ ଅସୁବିଧା ତାଙ୍କ ସଫଳତାର ବାଟକୁ ରୋକିପାରିନି । ଯଦି ନିଷ୍ଠା ଥିବ ତାହେଲେ ସଫଳତା ପାଇବା କଷ୍ଟସାଧ୍ୟ ନୁହେଁ । ଲକ୍ଷ୍ୟ ସ୍ଥିର ଥିଲେ ସଫଳତାର ଗଡ଼ ଜିତିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କଟକ ରେଭେନ୍ସା କଲିଜିଏଟ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁ । ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ଏ-୧ ଗ୍ରେଡରେ ପାସ୍ ହୋଇ ଡାକ୍ତର ହେବା ଲକ୍ଷ୍ୟ ରଖିଛନ୍ତି ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ ଆଶୁତୋଷ ।

ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର! (ETV Bharat Odisha)

ଆଜି ପ୍ରକାଶ ପାଇଛି ଦଶମ ବୋର୍ଡ ରେଜଲ୍ଟ । ଅସୀମ ଧର୍ଯ୍ୟ, କର୍ତ୍ତବ୍ୟନିଷ୍ଠତା ଏବଂ ପରିଶ୍ରମ ସଫଳତା ଆଣିଦିଏ ତାକୁ ପ୍ରମାଣିତ କରିଛନ୍ତି କଟକ ରେଭେନ୍ସା କଲିଜିଏଟ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁ । ପ୍ରକାଶ ପାଇଥିବା ଦଶମ ବୋର୍ଡ ପରୀକ୍ଷାରେ ଆଶୁତୋଷ ୫୫୨ ନମ୍ୱର ରଖିବା ସହିତ ଏ-୧ ଗ୍ରେଡ ହାସଲ କରିଛନ୍ତି । ଅନେକ ବାଧାବିଘ୍ନ ପରେବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଆଶୁତୋଷ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟନ ମଧ୍ୟରେବି ସେ ଏହି ସଫଳତା ପାଇଛନ୍ତି । ତାଙ୍କ ବାପା ଅଶୋକ ସାହୁ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ହୋଇଥିବା ବେଳେ ମାଆ ସୁକାନ୍ତି ସାହୁ ଜଣେ ଗୃହିଣୀ । ପରୀକ୍ଷା ପାଇଁ ସେ କଠିନ ପରିଶ୍ରମ କରିଥିବା ବେଳେ ଦୈନିକ ୮ଘଣ୍ଟାରୁ ଅଧିକ ସମୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଶ୍ରେୟ ଦିଅନ୍ତି । ପାଠ ପଢାରେ ରହୁଥିବା ଦ୍ଵନ୍ଦୋକୁ ଦୂର କରିପାରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାହାରିଲା ମାଟ୍ରିକ ରେଜଲ୍ଟ: ପାସ୍‌ହାର 96.07%, ଛାତ୍ରଙ୍କୁ ଟପିଲେ ଛାତ୍ରୀ - BSE Matric Result 2024

ପାଠ ପଢ଼ା ବିଦ୍ୟାଳୟ ରୂପାନ୍ତରଣ ପରେ ପ୍ରତିଷ୍ଠା ହୋଇଥିବା ସ୍ମାର୍ଟ ଶ୍ରେଣୀଗୃହ ଏବଂ ଇ-ଲାଇବ୍ରେରୀ ମଧ୍ୟ ଅନେକ ସହଯୋଗ କରିଛି । ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା ଆଶୁତୋଷଙ୍କ ଏହି ସଫଳତା ପାରେ ତାଙ୍କ ଅଞ୍ଚଳରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି । ତେବେ ଏହି ଖୁସି ପଛରେ ଏକ ବଡ଼ ଦୁଃଖର ଅବକାଶ ରହିଛି । କଟକ ବିଡ଼ାନାସି ଅଞ୍ଚଳରେ ଭଡା ଘରେ ରୁହନ୍ତି ଆଶୁତୋଷଙ୍କ ପରିବାର । ବାପା ଜଣେ ଟ୍ୟାକ୍ସି ଡ୍ରାଇଭର । କିନ୍ତୁ ପୁଅର ଉଜ୍ଜ୍ୱଳ ଭବିଷ୍ୟ ପାଇଁ ପୁଅ ପାଇଁ ସର୍ଵଦା ଆଗେଇ ଆସିଛନ୍ତି ବାପା । ଜୀବନରେ ଅନେକ ସଫଳତା ସାଉଁଟିଛନ୍ତି ଆଶୁତୋଷ । ତେବେ ଆଗାମୀ ଭବିଷ୍ୟତରେ ନିଜକୁ ଡାକ୍ତର ଭାବରେ ଗଢି ତୋଳିବା ପାଇଁ ଆଶା ରଖିଛନ୍ତି ସେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.