ETV Bharat / state

ବାହାରିଲା ମାଟ୍ରିକ ରେଜଲ୍ଟ: ପାସ୍‌ହାର 96.07%, ଛାତ୍ରଙ୍କୁ ଟପିଲେ ଛାତ୍ରୀ - BSE Matric Result 2024

author img

By ETV Bharat Odisha Team

Published : May 26, 2024, 10:51 AM IST

Updated : May 26, 2024, 12:16 PM IST

BSE Matric Result 2024: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପାସ୍‌ହାରରେ ଆଗରେ ଅଛନ୍ତି ଝିଅ । ମୋଟ ପାସ୍‌ହାର 96 ପ୍ରତିଶତ । ଅଧିକ ପଢନ୍ତୁ

BSE Matric Result 2024
BSE Matric Result 2024 (ETV BHARAT ODISHA)

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ପାସ୍‌ହାର 96.07 ପ୍ରତିଶତ । ଏଥର ବି ଛାତ୍ରଙ୍କୁ ଟପିଲେ ଛାତ୍ରୀ । ପାସ୍‌ହାରରେ ଛାତ୍ରୀ ଆଗରେ । ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶିତ ହୋଇଛି । ସକାଳ 11ଟା 30 ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । www.bseodisha.ac.inରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଝିଅଙ୍କ ପାସ୍ ହାର 96.73 ପ୍ରତିଶତ ରହିଥିବା ବେଳେ ଓ ପୁଅଙ୍କ ପାସ୍‌ ହାର 95.39 ପ୍ରତିଶତ ରହିଛି । ମୋଟ 5, 41,61 ଜଣ ପରୀକ୍ଷା ଦେଇଥିବାବେଳେ 5,30,153 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

BSE Matric Result 2024
BSE Matric Result 2024 (ETV BHARAT ODISHA)

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଏବଂ ନୂଆପଡାରେ ସର୍ବନିମ୍ନ ପାସ୍‌ହାର ରହିଛି । ଖୋର୍ଦ୍ଧାରେ 97.98 ପ୍ରତିଶତ ଓ ନୂଆପଡାରେ 93.91 ପ୍ରତିଶତ । ସେହିପରି ଜଗତସିଂହପୁରରେ 97.6%, କଟକରେ 97.58% ସୁନ୍ଦରଗଡ଼ରେ 97.24%, ସୁବର୍ଣ୍ଣପୁରରେ 97.11%, କନ୍ଧମାଳରେ 96 % ରହିଛି ପାସ୍‌ହାର । 2644 ସ୍କୁଲରେ ଶତ ପ୍ରତିଶତ ପାସ୍‌ହାର ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏମିତି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ - matric and plus two result

ନିଜର ମୋବାଇଲରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । OR10 space ନିଜର ରୋଲ ନମ୍ବରକୁ ଟାଇପ କରି 5676750କୁ ମେସେଜ କଲେ ରେଜଲ୍ଟ ଜାଣିହେବ । ସ୍କୁଲ ପ୍ରଧାନ ଶିକ୍ଷକମାନେ ମଧ୍ୟ ଅପରାହ୍ନ 12ଟା 30ରୁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଆଜି ହିଁ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଅନଲାଇନରେ ଏବଂ Whatsapp ମାଧ୍ୟମରେ କିଛି ଜରୁରୀ ତଥ୍ୟ ଦେବା ପରେ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଅପରାହ୍ନ 4 ଟା ପରଠାରୁ ଡିଜିଟାଲ ସାର୍ଟିଫିକେଟ ମିଳିବ ।

ଯେଉଁ ମାନେ ରିଚେକିଂ କରିବାକୁ ଚାହୁଁଛନ୍ତି ଆସନ୍ତା29 ତାରିଖରୁ ଆବେଦନ କରିପାରିବେ । 29 ରୁ ଜୁନ 12 ଯାଏଁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏତି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଜୁନ 10ରେ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରକ୍ଷୀ ପାଇଁ ରେଜିଷ୍ଟେସନ ଆରମ୍ଭ ହେବ । ଯେଉଁ ମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ ସେମାନେ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ ।

ଇଟିଭି ଭାରତ, କଟକ

Last Updated : May 26, 2024, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.