ETV Bharat / city

Justice For Mamita: ୩ ଦିନ ଧରି ୬୦୦ ଥାନା ଘେରିବ ବିଜେପି ମହିଳା ମୋର୍ଚ୍ଚା

author img

By

Published : Oct 28, 2021, 8:41 PM IST

ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଅକ୍ଟୋବର 29, 30 ଓ 31 ତାରିଖ 3ଦିନ ଧରି 600 ପୋଲିସ ଷ୍ଟେସନ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ...

Justice For Mamita: ୩ ଦିନରେ ୬୦୦ ଥାନା ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା
Justice For Mamita: ୩ ଦିନରେ ୬୦୦ ଥାନା ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଅକ୍ଟୋବର 29, 30 ଓ 31 ତାରିଖ 3ଦିନ ଧରି 600 ପୋଲିସ ଷ୍ଟେସନ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମମିତା ମେହେର ହତ୍ୟା ଘଟଣାରେ ଚାଞ୍ଚଲ୍ୟ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସୁଛି ।

Justice For Mamita: ୩ ଦିନରେ ୬୦୦ ଥାନା ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା

ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ଗୋବିନ୍ଦ ସାହୁ ବିଜୁ ଜନତା ଦଳର କର୍ମକର୍ତ୍ତା, ଏଥିପାଇଁ ସେ ଏତେବଡ ସାମ୍ରାଜ୍ୟ ବିସ୍ତାର କରିଥିଲେ ବୋଲି ଅଭିଯୋଗ କରିଛି ବିଜେପି । ମମିତା ଅପହରଣ କେଉଁଠୁ ହୋଇଥିଲେ ତାହାର ଠୋସ ପ୍ରମାଣ ସାମ୍ନାକୁ ଆସିନି । ମାଆ କହୁଛନ୍ତି ୮ଟା ବେଳେ ଫୋନ ଯୋଗେ କଥା ହୋଇଛନ୍ତି । ପୋଲିସ କହୁଛି ୨ଟା ବେଳେ ମୃତ୍ୟୁ ହୋଇଛି । ତେବେ କିଏ ସତ କହୁଛି, କ'ଣ ଷଡ଼ଯନ୍ତ୍ର ହେଉଛି ଏନେଇ ଏବେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ବୋଲି କହିଛି ବିଜେପି ।

ଗୋବିନ୍ଦ ସାହୁ ଲୋକସେବା ଭବନ ବାରମ୍ବାର ଯାଉଥିଲେ। ମନ୍ତ୍ରୀଙ୍କ ସହିତ ଯାଉଥିଲେ। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ ବି ରହିଛି । ଗୋବିନ୍ଦ ସାହୁକୁ ବିଜେଡି ତିଆରି କରିଛି । ମମିତା ମେହେର ହତ୍ୟାକାଣ୍ଡ ଓ ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି । ଯାହାକି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ନଦେବାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ମମିତା ହତ୍ୟା ଘଟଣାର ସରଜମିନ ତଦନ୍ତ ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ଆସନ୍ତାକାଲି(ଶୁକ୍ରବାର) ସନ୍ଧ୍ୟାରେ ରାୟପୁର ଦେଇ କଳାହାଣ୍ଡି ଯିବେ । ଏହାପରେ ଶନିବାର ଭୁବନେଶ୍ବର ଆସି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.