ETV Bharat / state

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଶ୍ରେୟ ପାଇଁ ଲଢେଇ

author img

By

Published : Oct 28, 2021, 7:49 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବସୁଧା ଯୋଜନାରେ ଆରମ୍ଭ ହୋଇଥିବା ଜଳ ପ୍ରକଳ୍ପକୁ ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । ସେପଟେ ଜଳ କଷ୍ଟରେ ଜର୍ଜରିତ ହେଉଥିବା ଲୋକେ କେବେ ପାଉଛନ୍ତି ପାନୀୟ ଜଳ ? ତାକୁ ହିଁ ଅପେକ୍ଷା । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଶ୍ରେୟ ପାଇଁ  ବିଜେଡି ବିଜେପି  ପ୍ରତିଦ୍ବନ୍ଦିତା
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଶ୍ରେୟ ପାଇଁ ବିଜେଡି ବିଜେପି ପ୍ରତିଦ୍ବନ୍ଦିତା

ସମ୍ବଲପୁର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପୁଣି ଚଳଚଞ୍ଚଳ ହେବ ଗାଁ ପରିବେଶ । ପୁଣି ନେତା ଙ୍କ ସୁଅ ଛୁଟିବ ଗାଁ ଗଣ୍ଡାକୁ। ସବୁ ସମସ୍ୟାର ସମାଧାନ ପାଇଁ ମିଳିବ ପ୍ରତିଶ୍ରୁତି। ତେବେ କଣ ସତରେ ଗାଁ ଗହଳିର ଲୋକଙ୍କ ମୌଳିକ ସୁବିଧା ମିଳିଯିବ। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଗାଁ ଲୋକଙ୍କ ମନ ଭିତରେ। କାରଣ ଏବେ ସ୍ଵାଧୀନତା ର 75 ବର୍ଷ ବିତି ଯାଇଥିଲେ ମଧ୍ୟ ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପରି ମୌଳିକ ସୁବିଧା ରୁ ବଞ୍ଚିତ ସମ୍ବଲପୁର ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୁରଲା ଗାଁ। ଏହି ଗାଁ ହୀରାକୁଦ ଜଳଭଣ୍ଡାରର ରରୁ ମାତ୍ର 2 କିମି ଦୂରରେ ଥିଲେ ମଧ୍ୟ ଗାଁ ରେ କୌଣସି ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ନାହିଁ । ଫଳରେ ପୋଖରୀର ପାଣିକୁ ବ୍ୟବହାର କରୁଛନ୍ତି ଗାଁ ଲୋକେ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଶ୍ରେୟ ପାଇଁ ବିଜେଡି ବିଜେପି ପ୍ରତିଦ୍ବନ୍ଦିତା

ଅନ୍ୟ ପଟେ ଗ୍ରାମଞ୍ଚଳର ପାନୀୟଜଳ ଯୋଗାଣ ପ୍ରକଳ୍ପର ଶ୍ରେୟ ପାଇଁ ଶାସକ ବିଜେଡି ଓ ବିଜେପି ମଧ୍ୟରେ ଦୋଷ ଲଦା ଲଦି ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ମାର୍ଚ୍ଚ ମାସ 6 ତାରିଖ ରେ ବସୁଧା ଯୋଜନା ରେ 188 କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥିଲେ । ପରେ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଧନକଉଡା, ମାନେଶ୍ୱର, ଯୁଜୁମୁରା, ଜମେନକିରା, ରେଙ୍ଗାଲି ବ୍ଲକ ର 138 ଗାଁ ଲୋକେ ଲାଭବାନ ହେବେ । ହେଲେ ଏହି ଯୋଜନାକୁ ବିଜେଡିକୁ ଟାର୍ଗେଟ କରିଛି ବିଜେପି ।

କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଗୁଡ଼ିକରେ ରାଜ୍ୟ ସରକାର ନିଜ ର ଲୋଗୋ ଲଗାଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଓ ଲୋକଙ୍କୁ ଭୁଆଁ ବୁଲୋଉଛନ୍ତି ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ସେପଟେ ସମ୍ବଲପୁର ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଏହାର ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାର କାମ ଉପରେ ବିଶ୍ୱାସ କରନ୍ତି । ଆଉ ଏହି କାମ ପାଇଁ ଆଜି ରାଜ୍ୟ ସରକାର ଙ୍କ ଲୋକପ୍ରିୟତା ବଢିଛି । ବର୍ତ୍ତମାନ ବସୁଧା ଯୋଜନାରେ କାମ ଜାରି ରହିଛି । ଖୁବଶିଘ୍ର ଲୋକ ପାନୀୟ ଜଳର ସୁବିଧା ପାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ।

ସେପଟେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ୟା ଦୂର ହେବାନେଇ ଲୋକଙ୍କ ମନରେ ଆଶା ତ ସଞ୍ଚାର ହୋଇଛି ହେଲେ ଏହା କେତେ ଦୂର ସାର୍ଥକ ହେବ ତାହା ସମୟ ସାପେକ୍ଷ । ଖାଲି ଦେଖିବାକୁ ବାକି ରହିଲା ବିଜେଡି ବିଜେପିର ଏହି ଛକାପଞ୍ଝା ରାଜନୀତିରେ ଲୋକେ କେବେ ପାଉଛନ୍ତି ବିଶୁଦ୍ଧ ପାନୀୟ ଜଳ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.